ଫେବୃଆରୀ ୬ ତାରିଖରେ ପୁଣିଥରେ ଭାରତ ବନ୍ଦ କରିବେ କୃଷକ,ଜାଣନ୍ତୁ ପୁରା ଖବର

ପ୍ରାୟ ୭୦ ଦିନ ହେଲାଣି ଦିଲ୍ଲୀ ସୀମାରେ ପ୍ରଦର୍ଶନ କରିଆସୁଥିବା କୃଷକ ପୁଣିଥରେ ଫେବୃଆରୀ ୬ ତାରିଖରେ ଭାରତ ବନ୍ଦ କରିବ | ସୋମବାର ଦିନ କୃଷକଙ୍କ ମିଳିତ ବୈଠକରେ ଚୁକ୍ତିନାମା ହେବା ପରେ ଭାରତୀୟ କୃଷକ ସଂଘର ନେତା ବଲବୀର ସିଂ ରାଜୱାଲ ଏହା ଘୋଷଣା କରିଛନ୍ତି |

ଫେବୃଆରୀ ୬ ତାରିଖରେ ଭାରତ ବନ୍ଦ କରିବେ କୃଷକମାନେ :-

ସୂଚନାଯୋଗ୍ୟ ଯେ ରବିବାର ଦିନ କୃଷକ ନେତା ସତନାମ ସିଂ ପନ୍ନୁ ଭାରତ ବନ୍ଦ ପାଇଁ ସଙ୍କେତ ଦେଇଥିଲେ | ପନ୍ନୁ କହିଥିଲେ ଯେ ସୋମବାର ଦିନ ମିଟିଂରେ ସହମତି ହେବା ପରେ ତାରିଖ ଘୋଷଣା କରିଦିଆଯିବ ଏବଂ ଏହା ହିଁ ହେଲା | କୃଷକମାନେ ଏଥର ଫେବୃଆରୀ ୬ ରେ ଭାରତ ବନ୍ଦ ଘୋଷଣା କରିଛନ୍ତି | ଏହି ଦିନ ମଧ୍ୟାହ୍ନ ୧୨ ଟାରୁ ୩ଟା ପର୍ଯ୍ୟନ୍ତ କୃଷକମାନେ ଟ୍ରାଫିକକୁ ଅଟକାଇବେ |ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ କୃଷକମାନେ ଡିସେମ୍ବର ୮ ରେ ମଧ୍ୟ ଭାରତ ବନ୍ଦ ଘୋଷଣା କରିଥିଲେ, ଯାହାର ପ୍ରଭାବ ଦେଶର ଅନେକ ରାଜ୍ୟରେ ଦେଖିବାକୁ ମିଳିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *