ଜଙ୍ଗଲରେ ହାତୀର ଜବରଦସ୍ତ ଡ୍ୟାନ୍ସ,ହିଡେନ କ୍ୟାମେରାରେ କଏଦ ହେଲା ଭିଡ଼ିଓ

ସୋସିଆଲ ମିଡିଆରେ ଏକ ହାତୀର ଡ଼୍ୟାନ୍ସ ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ଦେଖିବାପରେ ଆପଣ ବି ନିଜର ହସ ଅଟକାଇ ପାରିବେନାହିଁ । ହାତୀର ପରିବାର ଜଙ୍ଗଲରେ ବୁଲୁଥିବା ସମୟରେ ଜଣେ ହାତୀ ନାଚିବା ଆରମ୍ଭ କରିଥିଲା । ସେଠାରେ କେହିବି ଉପସ୍ଥିତ ନଥିଲେ । ସେ ଏକଲା ଅଦ୍ଭୁତ ଭାବରେ ଡ୍ୟାନ୍ସ କରୁଥିଲା, ତାକୁ ଜଣାଥିଲା କି, ସେଠାରେ ଏକ କ୍ୟାମେରା ରହିଛି ବୋଲି, ଏହି ପୁରା ଦୃଶ୍ୟ କ୍ୟାମେରାରେ ରେକର୍ଡ଼ ହୋଇଗଲା । ଇଣ୍ଡିଆନ ଫରେଷ୍ଟ ଅଫିସର ପ୍ରବୀଣ କାଶବାନ ଏହି ଭିଡ଼ିଓକୁ ଟ୍ୱିଟରରେ ଶେୟର କରିଥିଲେ ।

ଭିଡ଼ିଓରେ ଚାରୋଟି ହାତୀ ଓ ଗୋଟିଏ ଛୁଆ ହାତୀ ଜଙ୍ଗଲରେ ବୁଲୁଥିଲେ । ପଛରେ ଥିବା ହାତୀଟି ଅଚାନକ ଡ଼୍ୟାନ୍ସ କରିଥିଲା ଓ ନିଜର ଗୋଡ଼ ହଲାଇଥିଲା, ଏହାପରେ ଅନ୍ୟ ହାତୀଙ୍କ ସହ ସେ ଆଗକୁ ବଢିଥିଲା ।

କାଶବାନ ଭିଡ଼ିଓ ଶେୟର କରି କ୍ୟାପ୍ସନରେ ଲେଖିଥିଲେ, ନାଚୁଥିବା ହାତୀ ପରିବାର, କେହିବି ଅଣଦେଖା ଅବସ୍ଥାରେ । ଏହି ଭିଡ଼ିଓକୁ ଫେବୃଆରୀ 1 ତାରିଖରେ ଶେୟର କରାଯାଇଥିଲା ଓ ଏହାକୁ 30 ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଛନ୍ତି । ଏହାସହ 2000 ରୁ ଅଧିକ ଲାଇକ ଓ 100 ରୁ ଉର୍ଦ୍ଧ୍ବ ରି-ଟ୍ୱିଟ ମଧ୍ୟ ଏହି ଭିଡ଼ିଓକୁ କରାଯାଇଛି । ଲୋକମାନେ ଟ୍ୱିଟରରେ ମଜାଦାର ରିଆକ୍ସନ ମଧ୍ୟ ଦେଇଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *