ଏହି ଆଗ୍ନେୟ-ଗିରି ଦ୍ଵୀପରେ ରହିଥାନ୍ତି ୧୭୦ ଜଣ ଲୋକ, ଏଠାରୁ ଦେଖାଯାଏ ଆକାଶଗଙ୍ଗା,ଜାଣନ୍ତୁ ଏହି ଦ୍ୱୀପ ବିଷୟରେ

ଏହି ଫଟୋରେ ଯେଉଁ ଦ୍ଵୀପ ଆପଣଙ୍କୁ ଦେଖାଯାଉଛି, ତାହା ହେଉଛି ପୃଥିବୀର ଏକମାତ୍ର ପ୍ରାକୃତିକ ତାରା ମଣ୍ଡଳ | ଅର୍ଥାତ ପ୍ରାକୃତିକ ପ୍ଲାନେଟୋରିୟମ | ଏହା ଏକ ଜ୍ୱାଳା-ମୁଖୀ ବା ଆଗ୍ନେୟଗିରି ଦ୍ୱୀପ କିନ୍ତୁ ଏଠାରେ ମଣିଷ ମଧ୍ୟ ବାସ କରନ୍ତି | ଏହି ଦ୍ୱୀପରୁ ରାତିରେ ଆକାଶଗଙ୍ଗା ସବୁଠାରୁ ସ୍ପଷ୍ଟ ଭାବରେ ଦେଖାଯାଏ | ତେବେ ଆସନ୍ତୁ ଜାଣିବା ଯେ ପ୍ରକୃତରେ ଏହି ଦ୍ୱୀପ କେଉଁଠାରେ ଅଛି ? ଏଠାରେ କେତେ ଲୋକ ବାସ କରନ୍ତି ? କ’ଣ ରହିଛି ଏହାର ବିଶେଷତା ?

ଏହି ଦ୍ୱୀପର ନାମ ହେଉଛି ଆଓଗାଶିମା | ଏହା ଫିଲିପାଇନ୍ସ ସାଗରରେ ଅବସ୍ଥିତ ଜାପାନର ଏକ ଆଗ୍ନେୟଗିରି ଦ୍ୱୀପ | ଜାପାନର ରାଜଧାନୀ ଟୋକିଓଠାରୁ ୩୫୮ କିଲୋମିଟର ଦୂରରେ ଦକ୍ଷିଣରେ ଅବସ୍ଥିତ | ଏହି ଦ୍ୱୀପର କ୍ଷେତ୍ର ହେଉଛି ୮.୭୫ ବର୍ଗ କିଲୋମିଟର |

ଆଓଗାସିମା ଦ୍ୱୀପରେ ମୋଟ ୧୭୦ ଜଣ ଲୋକ ରୁହନ୍ତି | ଏହି ଦ୍ୱୀପ ବିଷୟରେ ବିଶେଷ କଥା ହେଉଛି ଯେ ଯଦି ଆକାଶ ସଫା ରହିଥାଏ, ତେବେ ଏଠାରୁ ଆକାଶଗଙ୍ଗାର ଦୃଶ୍ୟ ସର୍ବୋତ୍ତମ ଦେଖାଯାଏ | ଏହି ଦ୍ଵୀପ ଜାପାନର ଫୁଜି-ହାକୋନ୍-ଇଜୁ ଜାତୀୟ ଉଦ୍ୟାନର ପାରିପାର୍ଶ୍ୱରେ ଆସିଥାଏ |

ଆଓଗାଶିମା ଦ୍ୱୀପରେ ଅବସ୍ଥିତ ଏହି ଆଗ୍ନେୟଗିରିର ଉଚ୍ଚତା ୩.୫ କିଲୋମିଟର ଏବଂ ଚଉଡା ୨.୫ କିଲୋମିଟର | ଏହି ଦ୍ୱୀପର ସର୍ବୋଚ୍ଚ ଅଂଶ ହେଉଛି ୧୩୮୮ ଫୁଟ | ଆଓଗାଶିମା ଶେଷ ଥର ୧୭୮୨ ରୁ ୧୭୮୫ ପର୍ଯ୍ୟନ୍ତ ଲଗାତାର ଭାବେ ଫାଟିଥିଲା | ସେବେଠାରୁ ଆଉ ଫାଟିନାହିଁ, କିନ୍ତୁ ଜାପାନର ପାଣିପାଗ ବିଭାଗ ଏହାକୁ ବର୍ତ୍ତମାନ ମଧ୍ୟ କ୍ଲାସ-ସି ବର୍ଗର ଏକ ସକ୍ରିୟ ଆଗ୍ନେୟଗିରି ବୋଲି କହିଥାଏ |

ବାର୍ଡ ଲାଇଫ ଇଣ୍ଟରନ୍ୟାସନାଲ ଆସୋସିଏସନ ଦ୍ୱାରା ଆଓଗାଶିମାକୁ ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷୀ କ୍ଷେତ୍ରର ମାନ୍ୟତା ମିଳିଛି | ଏହି ଦ୍ୱୀପରେ ଜାପାନୀ ଉଡ଼ପିଜନ, ପ୍ଲେସ୍କାସ ଗ୍ରାସପ୍ପର ୱାର୍ଲବର୍ସ, ଇଜିମା ଲିଫ ୱାର୍ଲବର୍ସ ଏବଂ ଇଜୁ ଥ୍ରେସେସ ନାମକ ଜୀବଜନ୍ତୁ ରହିଥାନ୍ତି |

Google

ଆଓଗାଶିମା ଦ୍ୱୀପରେ ମଣିଷ କେବେଠାରୁ ରହିଆସୁଛି, ଏହା ବିଷୟରେ କୌଣସି ସରକାରୀ ଦଲିଲ କିମ୍ବା ଇତିହାସ ନାହିଁ | କିନ୍ତୁ ଏହି ଦ୍ୱୀପ ବିଷୟରେ ପ୍ରଥମଥର ୧୬୫୨ ମସିହାରେ ଲୋକମାନେ ସେତେବେଳେ ଜାଣିଥିଲେ, ଯେତେବେଳେ ଏଠାରେ ଜ୍ୱାଳାମୁଖୀ ଫାଟିଥିଲା ବା ଆଗ୍ନେୟଗିରି ବି-ସ୍ଫୋ-ର-ଣ ହୋଇଥିଲା |

ଜୁଲାଇ ୧୭୮୦ ମସିହାରେ ଏଠାରେ ବାରମ୍ବାର ଭୂ-କ-ମ୍ପ ହୋଇଥିଲା | ଯେଉଁ କାରଣରୁ ଏହାର ଜ୍ୱାଳାମୁଖୀ କ୍ରାଟରରୁ ଲାଭା ବାହାରିଥିଲା | ୧୭୮୩ ମସିହାରେ ଜ୍ୱାଳାମୁଖୀ ବି-ସ୍ଫୋ-ର-ଣ ହେତୁ ୬୩ ପରିବାରଙ୍କୁ ନିଜ ଘର ଛାଡିବାକୁ ପଡିଥିଲା | କିନ୍ତୁ ୧୭୮୫ ମସିହାରେ ହୋଇଥିବା ବିସ୍ଫୋରଣରେ ଏହି ଦ୍ୱୀପରେ ରହୁଥିବା ୩୨୭ ଜଣଙ୍କ ମଧ୍ୟରୁ ୧୪୦ ଜଣ ଲୋକଙ୍କର ମୃ-ତ୍ୟୁ ହୋଇଯାଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *