କ୍ରିସ ଗେଲଙ୍କ ପାର୍ଟନର ଏଭିନ ଲୁଇସଙ୍କ ଧମାକା । ଅଳ୍ପକେ ବର୍ତିଗଲା ଯୁବରାଜ ସିଂହଙ୍କ ୬ ବଲରେ ୬ ଛକା ରେକର୍ଡ,ଦେଖନ୍ତୁ ଭିଡ଼ିଓ

ଆବୁଧାବି T-10 କ୍ରିକେଟ ଟୁର୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜର ଧୂଆଁଧାର ବ୍ୟାଟ୍ସମ୍ୟାନ ଏଭିନ ଲୁଇସ ମରାଠା ଆର୍ବିୟାନ୍ସ ବି-ପ-କ୍ଷ-ରେ ଏକ ଓଭରରେ ୫ ଛକା ମାରିଛନ୍ତି । ତାଙ୍କର ଏହି ଦମଦାର ପ୍ରଦର୍ଶନ କାରଣରୁ ତାଙ୍କ ଦଳ ଦିଲ୍ଲୀ ଡେଭିଲସ ୯ ଉଇକେଟରେ ମରାଠା ଠାରୁ ବିଜୟ ହାସଲ କରିଛି । ଶେଖ ଜୟଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମରାଠା ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୮୭ ରନ କରିଥିଲା । ଏହାର ଜବାବରେ ଦିଲ୍ଲୀ ଦଳ ଦମଦାର ବ୍ୟାଟିଂ କରି ମାତ୍ର ୫ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା।

ଲୁଇସ ନିଜର ଏହି ପାଳିରେ ୨ ଟି ଚୌକା ଓ ୭ଟି ଲମ୍ବା ଛକା ମାରିଥିଲେ । ସେ ନିଜର ଅର୍ଧଶତକ ମାତ୍ର ୯ଟି ବଲରେ କରିଥିଲେ । ଲୁଇସ ବାଂଲାଦେଶର ମୁକ୍ତାଫା ଅଲ୍ଲୀଙ୍କ ଓଭରରୁ ୫ଟି ଛକା ସହାୟତାରେ ୩୩ ରନ ଆଦାୟ କରିଥିଲେ । ଏହାପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଛକା ମାରିଥିଲେ ।

ଏହି ମ୍ୟାଚରେ ମରାଠା ଆରବୀୟାନ୍ସର ପାଳି ଆରମ୍ଭ ବହୁତ ଖରାପ ଥିଲା । ଦଳକୁ ପ୍ରଥମ ଓଭରରେ ହିଁ ଉଇକେଟ ଝଟକା ଲାଗିଥିଲା । ଏହାପରେ ଦଳପାଇଁ ଜାଭେଦ ଆହମ୍ମଦ ୧୯ ବଲରେ 24 ରନ ଓ ମୋସଦେକ ହୁସେନ ୨୨ ବଲରେ ୩୫ ରନ କରିଥିଲେ । ଏହାପରେ ଦଳ ଦିଲ୍ଲୀକୁ ୮୮ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଯାହାକୁ ଦିଲ୍ଲୀ ମାତ୍ର ୫ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *