ହ୍ଵାଟ୍ସଆପରେ ଆସୁଥିବା ଏହି ମେସେଜ ଆପଣଙ୍କୁ କରିଦେବ କାଙ୍ଗାଳ । ଦେଖିବା ମାତ୍ରକେ ତୁରନ୍ତ ଡିଲେଟ କରିଦିଅନ୍ତୁ

ଯଦି ଆପଣ ମଧ୍ୟ ଏକ ହ୍ଵାଟ୍ସଆପ ୟୁଜର ଅଟନ୍ତି ଓ ଆପଣଙ୍କୁ ବିଭିନ୍ନ ଲିଙ୍କରେ କ୍ଲିକ କରିବା ଅଭ୍ୟାସ ରହିଛି ତାହେଲେ ଏହି ସୂଚନା ଆପଣଙ୍କ ପାଇଁ ଅଟେ । ଆଣ୍ଡ୍ରୋଏଡ଼ ୟୁଜର୍ସ ସର୍ବଦା ହ୍ୟାକର ମାନଙ୍କ ନଜରରେ ରହିଥାନ୍ତି । ବହୁତ ବାର ହ୍ୟାକର୍ସ ଆପଣଙ୍କ ଆପ ଜରିଆରେ ତ କୌଣସି ମେସେଜ ଜରିଆରେ ଆପଣଙ୍କ ପାଖରେ ପହଞ୍ଚି ଯାଇଥାଏ । ହ୍ଵାଟ୍ସଆପରେ ଏବେ ଏକ ମେସେଜ ଭାଇରାଲ ହେଉଛି ଯାହାକି ଏକ ମାଲଓୟାର ଅଟେ, ଏଥିରେ ମିଳୁଥିବା ଲିଙ୍କରେ ଆପଣ କ୍ଲିକ କଲେ ଏହା ଆପଣଙ୍କ ମୋବାଇଲକୁ ହ୍ୟାକ କରିଦେବ । ଆସନ୍ତୁ ଜାଣିବା ଏହି ମାଲଓୟାର ବିଷୟରେ ।

ହ୍ଵାଟ୍ସଆପରେ ଏକ ଲିଙ୍କ ସହିତ ଏକ ମେସେଜ ମଧ୍ୟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲେଖାଅଛି ଆପଣ ଏହି ଲିଙ୍କରେ ଗଲେ ଆପଣ ଏକ ମୋବାଇଲ ଜିତି ପାରିବେ । ଏହି ମେସେଜ ସହିତ ଏକ ଲିଙ୍କ ଅଛି ଯେଉଁଥିରେ କ୍ଲିକ କରିବା ଦ୍ୱାରା ଆପଣଙ୍କୁ ଏକ ନକଲି ୱେବସାଇଟକୁ ଏହା ନେଇଯାଉଛି।

Google

ଏହିପରି ହ୍ୟାକର୍ସ ମାନେ ଗୁଗଲ ପ୍ଲେଷ୍ଟର ପରି ଏକ କ୍ଳନ ବନାଇଛନ୍ତି । ଲିଙ୍କ ଉପରେ କ୍ଲିକ କରିବାପରେ ୟୁଜର୍ସ ମାନଙ୍କୁ Huawei mobile ଆପକୁ ଡାଉନଲୋଡ଼ କରିବାପାଇଁ କୁହାଯାଇଛି । ଏହି ଆପ ଡୁପ୍ଲିକେଟ ଓ ଏହା ହୁଆୱେଇ ନାମରେ ଠକୁଛି ।

ଏହି ମାଲଓୟାର ମେସେଜକୁ ନେଇ ହ୍ଵାଟ୍ସଆପର ଏକ ପ୍ରବକ୍ତା କହିଛନ୍ତି କି, ଏହି ମେସେଜ ଆଳରେ ଗ୍ରାହକଙ୍କୁ ଠକାଯାଉଛି । ଆମେ ଏହି ଡୋମେନର ଅଭିଯୋଗ କରୁଛୁ । ବହୁତ ଜଲଦି ଏହାଉପରେ କାର୍ଯ୍ୟବାହୀ କରାଯିବ ।

ହ୍ଵାଟ୍ସଆପ ଦ୍ୱାରା କୁହାଯାଉଛି କି, ଏହି ଆପକୁ ଆପଣ ଡାଉନଲୋଡ଼ କରନ୍ତୁନାହିଁ । ହ୍ଵାଟ୍ସଆପ ଏହାମଧ୍ୟ କହିଛି କି, ଏହି ମେସେଜ ପାଇବାପରେ ଆପଣ ତୁରନ୍ତ ଏହାକୁ ଡିଲେଟ କରନ୍ତୁ ଓ କାହାକୁ ମଧ୍ୟ ଫରୱାର୍ଡ କରନ୍ତୁ ନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *