ପେଟ୍ରୋଲ ନୁହେଁ ବରଂ ପାଣି ଦ୍ୱାରା ଚାଲିବ ଏହି ବାଇକ, BSc ଛାତ୍ରମାନଙ୍କ ଦାବି, ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର କିଟ,ଜାଣନ୍ତୁ କେମିତି ଚାଲିବ ପାଣିରେ ଗାଡି ?

ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନ ଅଲଗା କରି ଏପରି କିଟ ପ୍ରସ୍ତୁତ କରିବାର ଦାବି କରାଯାଇଛି, ଯାହା ସାହାଯ୍ୟରେ ମାତ୍ର ୩୦ ଟଙ୍କା ଖର୍ଚ୍ଚରେ ବାଇକ ୧୦୦ କିଲୋମିଟର ଯାଇପାରିବ | ଏହା ଦାବି କରିଛନ୍ତି ଅକୋଲାରେ BSc ପଢ଼ୁଥିବା ପାଞ୍ଚ ଜଣ ଛାତ୍ର | ଲକଡାଉନର ବ୍ୟବହାର ଏହି ଛାତ୍ରମାନେ ଏହି କିଟକୁ ପ୍ରସ୍ତୁତ କରିବାରେ କରିଥିଲେ |

ଛାତ୍ର ୟଶ ଜାୟଲେ କହିଛନ୍ତି ଯେ ଯେତେବେଳେ ସେ ଦଶମ କ୍ଲାସରେ ପଢୁଥିଲେ, ସେତେବେଳେ ନିଜ ବାପାଙ୍କର ବାଇକ ସେ ପର୍ଯ୍ୟନ୍ତ ଚଳାଉଥିଲେ, ଯେପର୍ଯ୍ୟନ୍ତ ପେଟ୍ରୋଲ ଶେଷ ହେଉନଥିଲା | ଏହି କାରଣରୁ ତାଙ୍କୁ ଘରେ ବହୁତ ଗାଳିଗୁଲଜ ଶୁଣିବାକୁ ପଡୁଥିଲା ଏବଂ ସେ ଭାବୁଥିଲେ ଯେ ହୁଅନ୍ତା କି ବାଇକ ପେଟ୍ରୋଲ ବଦଳରେ ପାଣିରେ ଚଳନ୍ତା | ଦ୍ୱାଦଶ ପାସ କରିବା ପରେ ୟଶ BSc ରେ ଆଡମିଶନ କରିଥିଲେ | ଲକଡାଉନ ସମୟରେ ୟଶ ଏବଂ ତାଙ୍କ ସହିତ ଅଧ୍ୟୟନ କରୁଥିବା ଚାରିଜଣ ସାଙ୍ଗ ମିଶି କିଟ ତିଆରି କରିବା ପାଇଁ କାମ କରିଥିଲେ ଯାହା ଦ୍ୱାରା ପାଣି ସାହାଯ୍ୟରେ ବାଇକ ଚଲାଇହେବ |

Google

ଏହି ଚାରିଜଣ ଛାତ୍ରଙ୍କ ମଧ୍ୟରେ ମନ୍ଦାର କଲେ, ମହେଶ ଘାଟେ, ଶାନ୍ତନୁ ଝାକାର୍ଡ ଏବଂ ଅଭିଜିତ ଡାମରେ ସାମିଲ ଅଛନ୍ତି | କିଟ ବ୍ୟବହାର କରିବା ପାଇଁ ସେମାନେ ପୁରୁଣା ବାଇକ ଏବଂ ଇଞ୍ଜିନକୁ ମୋଡିଫାଏ କରିଥିଲେ | ଲୁଣିଆ ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନ ଗ୍ୟାସକୁ ଅଲଗା କରି ଏହାକୁ ପିଷ୍ଟନର କମ୍ବସ୍ଛନ ବା ଜ୍ବଳନ ପାଇଁ ବ୍ୟବହାର କଲେ |

ୟଶ ଦାବି କରିଛନ୍ତି ଯେ ଏହି ପଦ୍ଧତି ଦ୍ୱାରା ବାଇକ ଚଲାଇଲେ କୌଣସି ପ୍ରଦୂଷଣ ହୁଏ ନାହିଁ | ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଏହି ରିସର୍ଚ୍ଚରେ ୟଶଙ୍କ ଦ୍ୱାରା ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି | ୟଶ କହିଛନ୍ତି ଯେ ଯଦି ସେମାନେ ସରକାରଙ୍କ ସହାୟତା କିମ୍ବା ଅନୁଦାନ ପାଆନ୍ତି, ତେବେ ସେମାନେ ଆଡ଼ଭାନ୍ସ କିଟ ତିଆରି କରିପାରିବେ, ଯାହା ଦ୍ୱାରା ଲୋକମାନେ ଏହି ଟେକ୍ନୋଲୋଜି ଦ୍ୱାରା ଚାଲୁଥିବା ବାଇକ କିଟ କମ ମୂଲ୍ୟରେ ପାଇପାରିବେ |

ୟଶ ଏବଂ ତାଙ୍କ ସାଙ୍ଗମାନଙ୍କ କହିବା ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲ ଅପେକ୍ଷା ଏହିପରି ଭାବେ ବାଇକ ଅଧିକ ସୁରକ୍ଷିତ ଯାତ୍ରା କରିହେବ | ପେଟ୍ରୋଲ ଏବଂ ଡିଜେଲ ବ୍ୟବହାରରୁ ସୃଷ୍ଟି ହେଉଥିବା କାର୍ବନ ଗ୍ୟାସ ବିଶ୍ୱ ତାପମାତ୍ରାର ବଡ କାରଣ ଅଟେ |

ପେଟେଣ୍ଟ ପାଇଁ କଲେ ଆବେଦନ :-

ୟଶଙ୍କ ଦ୍ୱାରା ନିଜ କିଟର ଡିଜାଇନ ପାଇଁ ଏକ ପେଟେଣ୍ଟ ହାସଲ କରିବାପାଇଁ କଣ୍ଟ୍ରୋଲର ଜେନେରାଲ ଅଫ ପେଟେଣ୍ଟସ୍, ଡିଜାଇନ ଏବଂ ଟ୍ରେଡ ମାର୍କ ପାଖରେ ଆବେଦନ କରାଯାଇଛି | ୟଶଙ୍କ ବପା ଡକ୍ଟର ଶ୍ରୀକାନ୍ତ ଜୟଲେଙ୍କ ଅନୁଯାୟୀ ଏହି ଟେକ୍ନୋଲୋଜିକୁ ମାନ୍ୟତା ଦେବା ପାଇଁ ସରକାରଙ୍କ ପାଖରେ ଆବେଦନ କରିବାକୁ ପ୍ରସ୍ତୁତି କରାଯାଉଛି |

RTO ରୁ ଅନୁମୋଦନ ପାଇଁ ପ୍ରଥମେ ଏହା କରିବା ଆବଶ୍ୟକ :-

ୟଶ ଜୟଲେ ଏବଂ ତାଙ୍କ ସାଙ୍ଗମାନଙ୍କ ଦାବି ସମ୍ବନ୍ଧରେ ଆଜତକ ଅକୋଲାଙ୍କ ସହକାରୀ ପରିବହନ ଅଧିକାରୀ ଗୋପାଳ ଭାରୋକରଙ୍କ ସହ କଥା ହୋଇଥିଲେ | ସେ କହିଛନ୍ତି ଯେ ଏପରି କିଟ ଦ୍ୱାରା ଚାଳିତ ବାଇକର ଆରଟିଓରୁ RTO କରିବାର ଥିଲେ ପ୍ରଥମେ ଏହି ବାଇକର ଏକ ମଡେଲ ରିସର୍ଚ୍ଚ ପାଇଁ ARAI (ଅଟୋମୋବାଇଲ ରିସର୍ଚ୍ଚ ଆସୋସିଏସନ ଅଫ୍ ଇଣ୍ଡିଆ), ପୁଣେ ଏବଂ VRDE , ଅହମ୍ମଦନଗରକୁ ଦେବାକୁ ପଡିବ | VRDE , ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (DRDO) ର ଏକ ଲ୍ୟାବ ଅଟେ | ଏହି ଦୁଇ ଜାଗାରୁ ଅନୁମତି ମିଳିବାପରେ ହିଁ RTO ରୁ ଏହିପରି ବାଇକକୁ ଅନୁମୋଦନ ମିଳିପାରିବ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *