ଓଟୋ ଡ୍ରାଇଭର ଦେଖାଇଲେ ନିଜର ସଚ୍ଚୋଟତା ପଣ , ଯାତ୍ରୀଙ୍କୁ ଫେରାଇଲେ ୨୦ଲକ୍ଷ ଟଙ୍କାର ଅଳଙ୍କାର ଭରା ବ୍ୟାଗ,ଜାଣନ୍ତୁ ପୁରା ଖବର

ସୋସିଆଲ ମିଡ଼ିଆ(Social Media) ରେ ଏକ ଓଟୋ ଡ୍ରାଇଭର(Auto Driver) ର ଖୁବ୍ ଚର୍ଚ୍ଚା ହବର ଲାଗିଚି । ଏହି ଓଟ ଡ୍ରାଇଭର ଜଣ ୨୦ଲକ୍ଷ ଟଙ୍କାର ଅଳଙ୍କାରରେ ଭରା ବ୍ୟାଗ(Jewellery Bag) ଯାତ୍ରୀ ଙ୍କୁ ଫେରାଇଲେ । ଓଟ ଡ୍ରାଇଭର ର ଏହି ଭଳି ସଚ୍ଚୋଟତା କୁ ଦେଖି ଚେନ୍ନାଇ ପୋଲିସ (Chennai Police) କଲେ ତାଙ୍କୁ ସମ୍ମାନୀତ । ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ନୂଆ ଦିଲ୍ଲୀ : ଦୁନିଆ ରେ ପଇସା ତ ସମସ୍ତେ ରୋଜଗାର କରିପାରିବେ କିନ୍ତୁ ସମ୍ମାନ ରୋଜଗାର କରିବା, ପଇସା ରୋଜଗାର କରିବା ଠାରୁ ବହୁତ୍ ବଡ଼ ଜିନିଷ ଟିଏ ଅଟେ । କିଛି ଲୋକ ମାନେ ସଚ୍ଚୋଟତା ର ଏମିତି ଉଦାହରଣ ଦେଇଥାନ୍ତି ଯାହାକୁ ସାରା ଜମାନ ମନେ ରଖି ଥାଏ । ଏହି କିଛି ଦିନରେ ସୋସିଆଲ ମିଡ଼ିଆ(Social Media) ରେ ଏକ ଓଟୋ ଡ୍ରାଇଭର ର ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଏହି ଓଟୋ ଡ୍ରାଇଭର ଦୁନିଆ ସାମ୍ନା ରେ ଏମିତି ସଚ୍ଚୋଟତା ର ଉଦାହରଣ ଉପସ୍ଥାପନ କରିଛନ୍ତି, ଯାହାର ଆଜି ସମସ୍ତେ ପ୍ରଶଂସା କରୁଛନ୍ତି।

Google

ଓଟ ଡ୍ରାଇଭର ଫେରାଇଲେ ୨୦ଲକ୍ଷ ଟଙ୍କାର ଅଳଙ୍କାର ଭରା ବ୍ୟାଗ:-

ଚେନ୍ନାଇ (Chennai) ରେ ସରବନ୍ କୁମାର ଓଟ ଚଲାନ୍ତି । ଗୋଟେ ଦିନ ତାଙ୍କର ଓଟ ରେ ଜଣେ ଯାତ୍ରୀ ଗୋଟେ ବ୍ୟାଗ ଛାଡ଼ି ଦିଅନ୍ତି । ଏହି ବ୍ୟାଗ ରେ ୨୦ଲକ୍ଷ ଟଙ୍କାର ଅଳଙ୍କାର ଥାଏ । କିନ୍ତୁ ଏତେ ଅଳଙ୍କାର ଦେଖି ମଧ୍ୟ ସରଵନ କୁମାରଙ୍କ ମନରେ ଟିକେ ବି ବେଇମାନୀ ଆସିନଥିଲା ଏବଂ ସେ ଅଳଙ୍କାର ଭରା ବ୍ୟାଗ ଟିକୁ ଯାତ୍ରୀଙ୍କୁ ଫେରାଇ ଦେଇ ଥିଲା । ଓଟ ଡ୍ରାଇଭର(Honest Auto Driver) ର ଏମିତି ସଚ୍ଚୋଟତା ଦେଖି ଚେନ୍ନାଇ ପୋଲିସ ତାଙ୍କୁ ସମ୍ମାନୀତ କରିଥିଲେ । ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ବାହାଘର ସମାରୋହ ରୁ ଫେରୁଥିଲେ ଯାତ୍ରୀ:-

ବାସ୍ତବରେ ଚେନ୍ନାଇ(Chennai) ରେ ପୋଲ ବ୍ରାଇଟ ନାମକ ଜଣେ ବ୍ୟକ୍ତି ନିଜର କୌଣସି ସମ୍ପର୍କୀୟଙ୍କ ବାହାଘର ରେ ଯୋଗ ଦେଇ ଫେରୁଥିଲେ। ଏହି ସମୟ ରେ ପୋଲଙ୍କ ପାଖରେ ଅଲଙ୍କରଭରା ବ୍ୟାଗ(Jewellery Bag) ବ୍ୟତୀତ ଆଉ କିଛି ବ୍ୟାଗ ମଧ୍ୟ ଥିଲା । ପୋଲ ରାସ୍ତା ରେ ଲଗାତାର ଫୋନ୍ ରେ କଥା ହେଉଥିଲେ ଏବଂ ଓଟ ରୁ ଓହ୍ଲାଇଲା ବେଳେ ଅଳଙ୍କାର ଭରା ବ୍ୟାଗ ଟି ସେହି ଠାରେ ଛାଡି ହୋଇ ଯାଇଥିଲା। ପୋଲଙ୍କ ଯିବା ପରେ ଓଟ ଡ୍ରାଇଭର ସରଵନ କୁମାରଙ୍କ ନଜର ସେହି ଅଳଙ୍କାର ବ୍ୟାଗ ଉପରେ ପଡ଼ିଥିଲା

ଅଳଙ୍କାର ଭରା ବ୍ୟାଗ ଧରି ପହଞ୍ଚିଲା ପୋଲିସ ଷ୍ଟେସନ:-

ଓଟ ରୁ ଓହ୍ଲାଇବା ର ବହୁତ୍ ସମୟ ପରେ ପୋଲ ବ୍ରାଇଟଙ୍କୁ ନିଜର ଅଳଙ୍କାର ଭରା ବ୍ୟାଗ ମନେ ପଡ଼ିଥିଲା ।ବ୍ୟାଗ କୁ ନିଜ ପାଖରେ ନ ପାଇ ପୋଲଙ୍କ ଚେତା ଉଡିଯାଇଥିଲା । ଏହା ପରେ ପୋଲ ତୁରନ୍ତ କ୍ରୋମ୍ପେଟ୍ ପୋଲିସ ଷ୍ଟେସନ (Chromepet Police Station) ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ । ପୋଲିସ ମଧ୍ୟ ବହୁତ୍ ତତ୍ପରତାର ସହିତ କାମ କରି ଥିଲା ଏବଂ ସିସିଟିଭି ଫୋଟେଜ୍(CCTV Footage) ରୁ ଓଟ ଡ୍ରାଇଭର ଙ୍କ ଠିକଣା ପାଇ ଯାଆନ୍ତି କିନ୍ତୁ ପୋଲିସ ଓଟ ଡ୍ରାଇଭର ପାଖରେ ପହଞ୍ଚିବା ପୂର୍ବ ରୁ ଓଟ ଡ୍ରାଇଭର ସରଵନ କୁମାର ଅଳଙ୍କାର ଭରା ବ୍ୟାଗ(Jewellery Bag) ଧରି ପୋଲିସ ଷ୍ଟସନରେ(Chennai Police) ପହଁଚିଗଲେ । ଅଳଙ୍କାର ବ୍ୟାଗ ଦେଖି ପୋଲ ବରାଇଟ ବହୁତ୍ ଖୁସି ହୋଇଯାଇଥିଲେ ଏବଂ ଓଟ ଡ୍ରାଇଭର ଙ୍କୁ ଧନ୍ୟବାଦ ଅର୍ପଣ କଲେ।

Google

ପୋଲିସ କଲେ ସମ୍ମାନୀତ:-

ଓଟ ଡ୍ରାଇଭର ଙ୍କ ସଚ୍ଚୋଟତା ରେ ଖୁସି ହୋଇ ପୋଲିସ ତାଙ୍କୁ ଫୁଲ ତୋଡା ଦ୍ଵାରା ସମ୍ମାନୀତ କଲେ।ଏହି ଖବର ଟି ସୋସିଆଲ ମିଡ଼ିଆ ରେ ପ୍ରଚାରିତ ହେବା ଫଳରେ ଲୋକେ ସରଵନ କୁମାର ଙ୍କୁ ବହୁତ୍ ପ୍ରଶଂସା କରିବାରେ ଲାଗି ପଡ଼ିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *