ଆଇପିଏଲ ୨୦୨୧ ର ପ୍ରସ୍ତୁତି ଆରମ୍ଭ, ଏହିଦିନ ଖେଳାଯିବ ଉଦ୍ଘାଟନ ମ୍ୟାଚ,ଜାଣନ୍ତୁ ପୁରା ସୂଚନା

ଆଇପିଏଲ ର 14 ତମ ସିଜିନର ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ଖେଳାଳି ମାନଙ୍କ ରିଟେନ୍ସନ ଓ ରିଲିଜ ପରେ ଏବେ ମିନି ଅକ୍ସନ ମଧ୍ୟ ତୟ ହୋଇଯାଇଛି । ଏହି ସିଜିନ ପାଇଁ ମିନି ଅକ୍ସନ 18 ଫେବୃଆରୀରେ ଚେନ୍ନାଇରେ ଆରମ୍ଭ ହେବ। ସେହିପରି ବିସିସିଆଇ ଆଇପିଏଲ 2021 ଆୟୋଜନ ପାଇଁ ଜଲଦି ତାରିଖ ଘୋଷଣା କରିବେ। ବର୍ତ୍ତମାନ ଏମିତି ଆଶା କରାଯାଉଛି କି, ଏହି ସିଜିନ ଉଦ୍ଘାଟନ ଏପ୍ରିଲ 11 ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

କରୋନା କାଳରେ ବିସିସିଆଇ ନିଜର ପ୍ରଥମ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି t-20 ଟ୍ରଫି ସଫଳ ଭାବରେ ଉଦ୍ଘାଟନ କରିଥିଲା ଓ ଏହାର ଫାଇନାଲ୍ ମଧ୍ୟ ହେବାକୁ ଯାଉଛି । ଏହି ଲିଗ ପରେ ଭାରତୀୟ କ୍ରିକେଟ ବୋର୍ଡ ବିଜୟ ହଜାରେ ଟ୍ରଫି ଏକଦିବସୀୟ ମ୍ୟାଚ ଆରମ୍ଭ କରିବାକୁ ଯାଉଛି ।

Google

ଘରୋଇ କ୍ରିକେଟ ପରେ ଭାରତ-ଇଂଲଣ୍ଡ ମ୍ୟାଚ ପରେ ଆଇପିଏଲ ଆରମ୍ଭ ହେବାର ସମ୍ଭାବନା ଅଛି । ବର୍ତ୍ତମାନ ବିସିସିଆଇ ଏବଂ ଆଇପିଏଲ ଗଭରନିଙ୍ଗ କାଉନ୍ସିଲ ଏହିବର୍ଷ t-20 ଲିଗ ପାଇଁ ତାରିଖ ପାଖାପାଖି ତୟ କରାଯାଇଛି ।

ବିସିସିଆଇ ଅଧିକାରୀ କହିଥିଲେ, ଆଇପିଏଲ 2021 ତାରିଖକୁ ନେଇ ଗଭର୍ନିଙ୍ଗ କାଉନ୍ସିଲ ଦ୍ୱାରା ଅନ୍ତିମ ନିର୍ଣ୍ଣୟ ନିଆଯିବ । ଆଇପିଏଲ 2021 ଏପ୍ରିଲ 11 ତାରିଖ ଏକ ଅସ୍ଥାୟୀ ତାରିଖ ଅଟେ ଆଇପିଏଲ ଆରମ୍ଭ କରିବାପାଇଁ । ମାର୍ଚ୍ଚ ମାସରେ ଇଂଲଣ୍ଡ ସିରିଜ ସମାପ୍ତ ହୋଇଯିବ ଓ ଆଇପିଏଲ ପାଇଁ ଖେଳାଳି ମାନଙ୍କୁ ବିଶ୍ରାମ ପାଇଁ ମଧ୍ୟ ସମୟ ମିଳିଯିବ ।

ଆଇପିଏଲ 14 ତମ ସିଜିନର ଫାଇନାଲ୍ ଜୁନ ପ୍ରଥମ ସପ୍ତାହରେ ହୋଇପାରେ । ଭାରତ ଓ ଇଂଲଣ୍ଡ ମଧ୍ୟରେ 2 ମାସର ଦୀର୍ଘ ସିରିଜ ମାର୍ଚ୍ଚ 28 ତାରିଖରେ ପୁନେ ଠାରେ ଶେଷ ହେବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *