କେବଳ ଏହି ୩ଟି ଷ୍ଟାଡିୟମରେ ଖେଳାଯିବ ଆଇପିଏଲ ୨୦୨୧,ଜାଣନ୍ତୁ ପୁରା ଖବର

ଆଇପିଏଲ ୨୦୨୧ ଆରମ୍ଭ ହେବା ପୂର୍ବରୁ କ୍ରିକେଟ ଜଗତର ଆସନ୍ତା ସିଜନକୁ ନେଇ ଲଗାତାର ନୂଆ ନୂଆ ଖବର ସାମ୍ନାକୁ ଆସୁଛି|ଟାଇମ୍ସ ଅଫ ଇଣ୍ଡିଆ ରେ ଛପା ଯାଇଥିବା ଏକ ରିପୋର୍ଟ ଅନୁସାରେ ଆଇପିଏଲର ୧୪ ତମ ସିଜନର ସମସ୍ତ ମୁକାବିଲା କେବଳ ୩ଟି ଷ୍ଟାଡିୟମରେ ଖେଳାଯାଇପାରେ|କିନ୍ତୁ ଏବେ ଭାରତୀୟ କ୍ରିକେଟ ବୋର୍ଡ ଏହି କଥାର କୈାଣସି ଅଧିକାରିକ ଵୟାନ ଦେଇନାହାନ୍ତି|

ଭାରତରେ ଏଵେ ବୈଷିକ ମହାମାରୀ କରୋନା ଭାଇରସର ବିପଦ ପୂରାପୂରି ଶେଷ ହୋଇନାହିଁ|ସଫଳ ଟ୍ରାଏଲ ପରେ ଟିକା କରଣ ପ୍ରକ୍ରିୟା ଆରମ୍ଭ ହୋଇଛି, କିନ୍ତୁ ଏହି ପ୍ରକ୍ରିୟା ସମ୍ପୁର୍ଣ୍ଣ ହେବାକୁ ସମୟ ଲାଗିବ|ଏଥିମଧ୍ୟରେ ଆଇପିଏଲ ୨୦୨୧ରେ ଖେଳାଳିଙ୍କୁ ୮ଟି ଜାଗାରେ ମ୍ୟାଚ ଆୟୋଜନ କରିବା ସମ୍ଭବ ହେଉନାହିଁ|ଏହା ମଧ୍ୟରେ ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଆଇପିଏଲର ସମସ୍ତ ମ୍ୟାଚ ୩ଟି ଷ୍ଟାଡିୟମରେ ଖେଳାଯିବ|

Google

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ବିସିସିଆଇ ୱଙ୍ଖଡେ,ବ୍ରାବୋର୍ଣ,ଡି ୱଇ ପାଟିଲ, ରିଲାଏନ୍ସ କ୍ରିକେଟ ଷ୍ଟାଡିୟମ, ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମକୁ ଆଇପିଏଲ ୨୦୨୧ ପାଇଁ ନାମିତ କରାଯାଇଛି|ମୋଟରା ଷ୍ଟାଡିୟମକୁ ନକ ଆଉଟ୍ ପାଇଁ ରଖାଯାଇପାରେ|

ଭାରତୀୟ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ଆଇପିଏଲ ୨୦୨୧ର ଭେନ୍ୟୁ ବିଷୟରେ ଘୋଷଣା କରିନାହାନ୍ତି|କିନ୍ତୁ ଯଦି ଏହା ୩ଟି ଷ୍ଟାଡିୟମରେ ଆୟୋଜିତ ହେବ, ତେବେ ମଧ୍ୟ ରୋମାଞ୍ଚରେ କମି ଆସିବ ନାହିଁ|ୟୁଏଇରେ ଆୟୋଜିତ ହୋଇଥିବା ଆଇପିଏଲ ୨୦୨୦ର ସମସ୍ତ ମୁକାବିଲା ଆବୁଧାବି, ଦୁବାଇ ଓ ସାରଜାହ ଆଦି ମାତ୍ର ୩ଟି ଷ୍ଟାଡିୟମରେ ହୋଇଥିଲା ଓ ଏହା ଏକ ରୋମାଞ୍ଚକର ସିଜନ ଥିଲା |

ଆଇପିଏଲ ୨୦୨୧ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି|ବିସିସିଆଇ ମଧ୍ୟ ଆଇପିଏଲର ଆଗାମୀ ସିଜନର ଆକ୍ସନ ପାଇଁ ଅଧିକାରିକ ଘୋଷଣା କରିଛନ୍ତି|୧୮ ଫେବୃଆରୀ ଦିନ ଏହି ବର୍ଷ ନିଲାମି ଘୋଷଣା କରାଯିବ|

Google

ଏହା ପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜ ନିଜ ନିଜ ଦଳର ରିଟେନ ଓ ରିଲିଜ ଖେଳାଳିଙ୍କ ଲିଷ୍ଟ ଜାରି କରିଛନ୍ତି|ଯଦିଓ ଏହା ମିନି ଅକ୍ସନ କିନ୍ତୁ ଫ୍ରାଞ୍ଚାଇଜ୍ ମାନଙ୍କ ଦ୍ଵାରା ଵଡ ଖେଳାଳିଙ୍କ ନିଲାମି ବହୁତ ରୋମାଞ୍ଚକର ହୋଇଥାଏ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *