IPL 2021 : ଜଣେ କେଦାରଙ୍କୁ କଲା ରିଲିଜ ,ଆଉ ଜଣେ କେଦାରଙ୍କୁ କିଣିପାରେ ଚେନ୍ନାଇ ସୁପର କିଙ୍ଗସ,ଜାଣନ୍ତୁ ସେ ଖେଳାଳିଙ୍କ ବିଷୟରେ

୨୦୨୧ର ନିଲାମୀ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ନିଜର ୬ଜଣ ଖେଳାଳୀଙ୍କୁ ମୁକ୍ତ କରିଛି। ଯେଉଁଥିରେ କେଦାର ଯାଦବ, ହରଭଜନ ସିଂ, ମୁରଲୀ ବିଜୟ, ଶେନ ୱାଟସନ, ମୋନୁ କୁମାର, ପୀୟୂଷ ଚାୱଲା ସାମିଲ ଥିଲେ। ଏହି ଖେଳାଳୀଙ୍କ ଭୂମିକରେ କେଦାର ଯାଦବଙ୍କ ପ୍ରଦର୍ଶନ ବହୁତ ଖରାପ ଥିଲା। କିନ୍ତୁ ବର୍ତ୍ତମାନ ଆଗାମୀ ସିଜିନରେ ଚେନ୍ନାଇ ସୁପର କିଙ୍ଗସ ଆଉ ଏକ ଖେଳାଳୀଙ୍କୁ ନିଜ ଦଳରେ ସାମିଲ କରିପାରେ ଯାହାଙ୍କର ନାମ ମଧ୍ୟ କେଦାର ଅଟେ।

ଆଇପିଏଲ ୨୦୨୦ ସମୟରେ କେଦାର ଯାଦବ ଚେନ୍ନାଇ ସୁପର କିଙ୍ଗସ ପାଇଁ ବହୁତ ଖରାପ ପ୍ରଦର୍ଶନ କରିଥିଲେ। କେଦାର ଯାଦବ ଆଇପିଏଲରେ ଗତ ସିଜିନରେ ଚେନ୍ନାଇ ପାଇଁ ୮ଟି ମ୍ଯାଚରେ ୬୨ରନ କରିଥିଲେ। କେଦାରଙ୍କ ଖରାପ ପ୍ରଦର୍ଶନ କାରଣରୁ ଚେନ୍ନାଇ ସୁପର କିଙ୍ଗସକୁ ଅନେକ ମ୍ଯାଚରେ ପରାଜୟ ଦେଖିବାକୁ ପଡିଲା। ଏହା ପରେ ଦଳ ତାଙ୍କୁ ରିଲିଜ କରିଦେଲା।

Google

ବର୍ତ୍ତମାନ ଆଗାମୀ ଆଇପିଏଲ ସିଜିନ ନିଲାମୀରେ ଚେନ୍ନାଇକୁ ଏକ ଏମିତି ଖେଳାଳୀଙ୍କର ସନ୍ଧାନ ଅଛି ଯିଏକି ଭଲ ଫର୍ମରେ ଥିବେ ଓ ସୁଯୋଗ ମିଳିଲେ ଭଲ ପ୍ରଦର୍ଶନ କରିପାରୁଥିବେ। ଏହି କ୍ରମରେ ଆମେ କଥା ହେବୁ ଆଜି ଭାରତର ଦ୍ଵିତୀୟ କେଦାରଙ୍କ ବିଷୟରେ, ଅର୍ଥାତ କେଦାର ଦେବଧରଙ୍କ ବିଷୟରେ ଯିଏକି ଚେନ୍ନାଇରେ ସାମିଲ ହୋଇପାରନ୍ତି।

ଭଲ ଫର୍ମରେ ଅଛନ୍ତି ଦେବଧର:-

କେଦାର ଦେବଧରଙ୍କ ପ୍ରଦର୍ଶନ କଥା କହିଲେ ସେ ଭାରତର ଘରୋଇ କ୍ରିକେଟ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ତାଙ୍କର ପ୍ରଦର୍ଶନ ବଦଳରେ ତାଙ୍କର ଦଳ ଫାଇନାଲରେ ପହଞ୍ଚିଛି। କେଦାର ଦେବଧର ଏହି ସିଜିନରେ ସମୁଦାୟ ୭ଟି ମ୍ଯାଚ ଖେଳିଛନ୍ତି, ଯେଉଁଥିରେ ସେ ୮୩.୨୫ ଓଉସତରେ ୩୩୩ରନ କରିଛନ୍ତି।

କେଦାର ଦେବଧର ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୯୯ର ନଟଆଉଟ ଇନିଙ୍ଗ୍ସ ଖେଳିଥିଲେ। ଗତଦିନରେ ଖେଳାଯାଇଥିବା ସେମିଫାଇନାଲ ମ୍ଯାଚରେ ସେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ କରିଥିଲେ ଓ ନିଜର ଦଳକୁ ବିଜୟ କରାଇଥିଲେ। ତାଙ୍କର ଘରୋଇ କ୍ରିକେଟରେ ଭଲ ରେକର୍ଡ ଅଛି।

Google

କେଦାର ଦେବଧରଙ୍କ ଘରୋଇ ରେକର୍ଡ:-

ଯଦି ଘରୋଇ କ୍ରିକେଟରେ ଦେବଧରଙ୍କ ରେକର୍ଡ ଉପରେ ନଜର ପକାଇବା ତେବେ ସେ ବର୍ତ୍ତମାନ ପର୍ଯ୍ଯନ୍ତ ୭୫ଟି ଟି-୨୦ ଖେଳିଛନ୍ତି। ଯେଉଁଥିରେ ସେ ଗୋଟିଏ ଶତକ ଓ ୧୩ଟି ଅର୍ଦ୍ଧଶତକ ଲଗାଇଛନ୍ତି, ଏହି ସମୟରେ ସେ ସମୁଦାୟ ୨୧୯୯ରନ କରିଛନ୍ତି। କେଦାର ଦେବଧରଙ୍କ ପ୍ରଦର୍ଶନ ବଦଳରେ ଚେନ୍ନାଇରେ ପ୍ରବେଶ ପାଇଁ ପ୍ରବଳ ଦାବେଦାର ହୋଇପାରନ୍ତି। ବର୍ତ୍ତମାନ ଦେଖିବାକୁ ହେବ ତାଙ୍କୁ କେତେ ଟଙ୍କାରେ କିଣାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *