ଆଉ ପାଦେ ଆଗେଇଲେ ଅର୍ଜୁନ ତେନ୍ଦୁଲକର,ଏହି ସିରିଜରେ ମିଳିଲା ସୁଯୋଗ,ଜାଣନ୍ତୁ ପୁରା ଖବର

ଟିମ ଇଣ୍ଡିଆ ଓପନର ପୃଥ୍ୱୀ ସ ଓ ବାମହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକର ଙ୍କୁ ମୁମ୍ବାଇ କ୍ରିକେଟ ଆସୋସିଏସନ ନିଜର ୧୦୪ ଖେଳାଳିଙ୍କ ମଧ୍ୟରେ ସ୍ଥାନ ଦେଇଛି । MCA ନିଜର ଅଫିସିଆଲ ୱେବସାଇଟ ଜରିଆରେ ଖେଳାଳି ମାନଙ୍କ ନାମ ଦେଇଛନ୍ତି ।

ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର 2021 ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ତରଫରୁ ହରିଆନା ବିପକ୍ଷରେ ଡେବ୍ୟୁ କରିଥିଲେ । 21 ବର୍ଷୀୟ ଏହି ଦ୍ରୁତ ବୋଲର ନେଟସରେ ଭାରତୀୟ ଦଳ ପାଇଁ ବୋଲିଂ ମଧ୍ୟ କରିଛନ୍ତି ।

Google

ପୃଥ୍ୱୀ ସ ଅଷ୍ଟ୍ରେଲିଆରେ 2-1 ରେ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ସେ କେବଳ ଆଡ଼ିଲେଡ଼ ଟେଷ୍ଟରେ ହିଁ ଖେଳିଥିଲେ । ଯେଉଁଠାରେ ଭାରତୀୟ ଦଳକୁ 8 ଉଇକେଟରେ ପରାଜୟର ଶିକାର ହେବାକୁ ପଡିଥିଲା ।

ଅର୍ଜୁନ ଓ ପୃଥ୍ୱୀ ସଙ୍କ ବ୍ୟତୀତ ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ଆଦିତ୍ୟ ତାରେ, ସିଧେଶ ଲାଡ଼, ଯୁବତାରକା ଯଶସ୍ଵୀ ଜୟଶ୍ୱାଳ, ସରଫରାଜ ଖାନ ଓ ଅରମାନ ଜାଫରଙ୍କୁ 104 ଚୂଡାନ୍ତ ଲିଷ୍ଟରେ ରଖାଯାଇଥିଲା ।

ଅନୁଭବୀ ଧବଲ କୂଳକରଣୀଙ୍କୁ ମଧ୍ୟ 1 ଫେବୃଆରୀରୁ ଆରମ୍ଭ ହେଇଥିବା କ୍ୟାମ୍ପରେ ଚୟନ କରାଯାଇଛି । ବିସିସିଆଇ ଏଥର ରଣଜୀ ଟ୍ରଫି କରିବନାହିଁ କିନ୍ତୁ ବିଜୟ ହଜାରେ ଟ୍ରଫି ନିଶ୍ଚୟ ଆୟୋଜନ କରିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *