ସାଧାରଣ ବଜେଟର ୨୫ଟି ବଡ଼ ଘୋଷଣା,ଜାଣନ୍ତୁ ପୁରା ଖବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରଥମଥର ପାଇଁ ଡିଜିଟାଲ ବଜେଟ ବିଷୟରେ ଉପସ୍ଥାପନ କରିଛନ୍ତି।ବଜେଟରେ କୌଣସି ଟିକସ ସ୍ଲାବରେ ପରିବର୍ତ୍ତନ ହୋଇନଥିବା ସମୟରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି। ପ୍ରତିରକ୍ଷା ଓ ବଜେଟ ୨୦୨୧-୨୨ ମସିହାକୁ ଅଧିକରୁ ଅଧିକ ଧ୍ୟାନ ଦିଆଯାଇଛି।

୧- ଦେଶର ଅର୍ଥନୀତି ଉପରେ ୫ ଟ୍ରିଲିୟନ୍ ଡଲାର କରିବା ପାଇଁ ମ୍ୟାନୁଫାକଚରିଂ ସେକ୍ଟର ଉପରେ ଧ୍ୟାନ ଦିଆଯାଇଛି।

୨- କୋଭିଡ – ୧୯ ଟିକା ପାଇଁ ଖର୍ଚ୍ଚ ହେବ ୩୫,୦୦୦ କୋଟି ଟଙ୍କା।

୩- ପୁରୁଣା ଗାଡ଼ି ରାସ୍ତାରୁ ହଟାଜିବା ସହିତ ଅଟୋମେଟିକ ଫିଟନେସ ସେଣ୍ଟର ପ୍ରତିଷ୍ଠା କରାଯିବ।

୪- ସହରାଞ୍ଚଳରେ ସ୍ୱଚ୍ଚ ଭାରତ ମିଶନ ୨.୦ ପାଇଁ ୧ ଲକ୍ଷ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

୫- ୫ ବର୍ଷ ଭିତରେ ସ୍ୱଚ୍ଛ ପବନ ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

୬- ସ୍ୱାସ୍ଥ୍ୟ ବଜେଟ ପାଇଁ ୯୪ ହଜାର କୋଟି ଟଙ୍କାକୁ ବୃଦ୍ଧି କରି ୨ହଜାର କୋଟି ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

୭- ଦେଶରେ ୧୭ଟି ସ୍ବାସ୍ଥ୍ୟ ପାଇଁ ନୂତନ ସାଧାରଣ ସ୍ବାସ୍ଥ୍ୟ ୟୁନିଟ ତିଆରି କରାଯିବ।

୮- ସହରାଞ୍ଚଳ ପାଇଁ ଜଳ ଜୀବନ ମିଶନ ଲଂଚ କରାଯିବ।

୯- ଗତ ବର୍ଷ ଦେଶରେ ୮୫୦୦ କିଲୋମିଟରର ନୂତନ ରାସ୍ତା ତିଆରି କରାଯିବ।

୧୦- ଭାରତମାଳା ଯୋଜନା ପାଇଁ ଏପର୍ଯ୍ୟନ୍ତ ୩ହଜାରରୁ ଅଧିକ କିଲୋମିଟର ରାସ୍ତା ତିଆରି କରାଯାଇଛି।

୧୧- କେରଳ,ଆସାମ,ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ନୂଆ ସଡ଼କ ନିର୍ମାଣ ଏବଂ କରିଡ଼ର ଉପହାର।

୧୨- ବିମା କ୍ଷେତ୍ରରେ ଏଫଡିଆ ପରିମାଣ ପାଇଁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି।

୧୩- ମ୍ୟାନେଜମେଣ୍ଟ କମିଟି ଦ୍ଵାରା ବୁଡି ଯାଇଥିବା କରଜକୁ ଆଉଥରେ ହାସଲ କରିବା ପାଇଁ ପ୍ରସ୍ତୁତ କରାଯିବ।

୧୪- ଦେଶରେ ପାରାଦୀପ ସହିତ ୫ଟି ସ୍ଥାନରେ ଫିଶିଂ କରାଯିବ।

୧୫- ୧୦୦ଟି ସୈନିକ ବିଦ୍ୟାଳୟ ଦେଶରେ ଖୋଲାଯିବ। ଲେହରେ ପ୍ରତିଷ୍ଠା ପ୍ରତିଷ୍ଠା କରାଯିବ କେନ୍ଦ୍ରୀୟ ବିଦ୍ୟାଳୟ।

୧୬- ଡିଜିଟାଲ ଉପାୟରେ କରାଯିବ ଜନଗଣନା।

୧୭- ୨୦୨୧-୨୨ରେ ଆର୍ଥିକ ବିର୍ତିୟ ନିଅଣ୍ଟ ୬.୮ ରହିବ।

୧୮- ପେନସନ ପାଉଥିବା ବରିଷ୍ଠ ନାଗରକୁ ମିଳିବ ଆୟକର ରିହାତି।

୧୯- ୯୫ ପ୍ରତିଶତ ଡିଜିଟାଲ ନେଣଦେଣ ଓ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀ ଗୁଡ଼ିକୁ ଅଡିଟରୁ ବାଦ କରାଯିବ।

୨୦- ମୋବାଇଲ ଫୋନ ଓ ଚାର୍ଜରର ମୂଲ୍ୟ ବୃଦ୍ଧି ପାଇବ।

୨୧- କପର ଉପରେ ସୀମା ହାର ୨.୫% ଓ ଷ୍ଟିଲ ଉପରେ ସୀମା ହାର ହ୍ରାସ ପାଇଁ ୭.୫% ହୋଇଛି।

୨୨- ସୁନା ଓ ରୂପା ଉପରେ ସୀମା ହାର ହ୍ରାସ ପାଇଛି।

୨୩- ବ୍ୟାଙ୍କ ବନ୍ଦ ହୋଇଗଲେ ୧ଲକ୍ଷ ବଦଳରେ ୫ଲକ୍ଷ ଟଙ୍କା ମିଳିବ।

୨୪- ଆୟକର ବିଭାଗ ଉପରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

୨୫- ଏସି ଓ ଫ୍ରିଜ ଉପରେ ସୀମା ହାର ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *