ସ୍କୁଲକୁ ଆକର୍ଷିତ କରିବାପାଇଁ ଶିକ୍ଷକ କଲେ ଏହି ଚମତ୍କାର କାମ, ମାତ୍ର ଦୁଇମାସରେ ହିଁ ସ୍କୁଲକୁ କରିଦେଲେ ଟ୍ରେନ,ଜାଣନ୍ତୁ ଶିକ୍ଷକଙ୍କ ଚମତ୍କାର କାମ ବିଷୟରେ

କରୋନା ଭାଇରସ ଯୋଗୁଁ ସ୍କୁଲଗୁଡିକୁ ବହୁତ ଦିନ ଧରି ବନ୍ଦ କରାଯାଇଥିଲା | ଯେଉଁ କାରଣରୁ ପିଲାମାନଙ୍କର ପାଠପଢାରେ ବହୁତ ପ୍ରଭାବ ପଡୁଛି | ତେବେ ମଧ୍ୟପ୍ରଦେଶର ଜଣେ ଶିକ୍ଷକ ଏହି ସମୟ ମଧ୍ୟରେ କମାଲ କରି ଦେଖାଇଛନ୍ତି | ଏତେ ଖରାପ ସମୟରେ ମଧ୍ୟ ଏହି ଶିକ୍ଷକ ପିଲାମାନଙ୍କୁ ଶିକ୍ଷା ଦେବାରେ କୌଣସି ପଥ ଛାଡି ନାହାଁନ୍ତି | ଟିକମଗଡ ଜିଲ୍ଲାର ଏକ ସରକାରୀ ସ୍କୁଲରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ପ୍ରମୋଦ ନାପିତ ଅନଲାଇନରେ ପିଲାମାନଙ୍କୁ ଶିକ୍ଷା ଦେବା ସହିତ ନିଜ ଦରମାରେ ସ୍କୁଲକୁ ଟ୍ରେନର ରୂପ ଦେଇଛନ୍ତି |

ପିଲାମାନଙ୍କୁ ଅନଲାଇନ ଶିକ୍ଷା ଦେବା ପରେ ସେ ସମୟ ବାହାର କରି ସ୍କୁଲକୁ ଭଲ ଭାବରେ ସଜାଉଥିଲେ | ପ୍ରମୋଦ ନାପିତ ସ୍କୁଲର ସବୁ ପିଲାମାନଙ୍କର ଆକର୍ଷଣ ବଢାଇବା ପାଇଁ ଏପରି କାର୍ଯ୍ୟ କରିଛନ୍ତି | ସଗର ଭାରା ଗାଁର ଶିକ୍ଷକ ପ୍ରମୋଦ ନାପିତ ଲକଡାଉନ ସମୟରେ ସ୍କୁଲକୁ ସଜାଇବା ପାଇଁ କାମ କରୁଥିଲେ ଏବଂ ଏବେ ଯାଇ ସେ ସମ୍ପୂର୍ଣ୍ଣ ଭାବରେ ସ୍କୁଲକୁ ବହୁତ ଭଲ ଭାବେ ସଜାଇଛନ୍ତି | ପ୍ରମୋଦ ନାପିତଙ୍କ ଅନୁଯାୟୀ, ସେ ନିଜର ବଳକା ସମୟ ବାହାର କରି ସ୍କୁଲକୁ ଟ୍ରେନର ରୂପ ଦେଇଛନ୍ତି | ଯାହାଫଳରେ ପିଲାମାନେ ଯେତେବେଳେ ସ୍କୁଲକୁ ଆସିବେ, ସେମାନଙ୍କର ଆଗ୍ରହ ବଢିବ | ପ୍ରମୋଦ ନାପିତଙ୍କ କହିବା କଥା ହେଉଛି ଯେ ଏହା ଦ୍ୱାରା ପିଲାମାନଙ୍କର ଆକର୍ଷଣ ବଢିବ |

Google

ପ୍ରମୋଦ ନାପିତ ସ୍କୁଲକୁ ଏହିପରି ସଜାଇଛନ୍ତି ଯେ ତାହା ଏକ ଟ୍ରେନ ଅଟେ | ୮୦ ଫୁଟ ଲମ୍ବା ଏହି ପ୍ରାଥମିକ ଏବଂ ସରକାରୀ ମାଧ୍ୟମିକ ବିଦ୍ୟାଳୟକୁ କଲର ମାଧ୍ୟମରେ ହୂବହୂ ଟ୍ରେନ ପରି ରୂପ ଦିଆଯାଇଛି | ପ୍ରମୋଦ ନାପିତ କହିଛନ୍ତି ଯେ କୋଭିଡ-୧୯ ଚାଲିଥିବାରୁ ସ୍କୁଲ ଏବଂ ପିଲାମାନଙ୍କ ମଧ୍ୟରେ ଲମ୍ବା ଗ୍ୟାପ ରହିଯାଇଛି | ତେଣୁ ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ସେ ଏସବୁ କରିଛନ୍ତି | ୨ ମାସର ଲଗାତାର କଠିନ ପରିଶ୍ରମ କରିବାପରେ ସ୍କୁଲକୁ ଟ୍ରେନର ରୂପ ଦେଇପାରିଲୁ | ସେ କହିଛନ୍ତି ଏପରି କରିବା ଦ୍ୱାରା ପିଲାମାନଙ୍କ ଭିତରେ ଶିକ୍ଷା ପ୍ରତି ଆକର୍ଷଣ ବଢିବ ଏବଂ ସେମାନେ ପ୍ରତିଦିନ ସ୍କୁଲରେ ନିଜର ଉପସ୍ଥାନ ପଞ୍ଜିକରଣ କରିବେ |

ସ୍କୁଲକୁ ଟ୍ରେନର ରୂପ ଦେବା ପାଇଁ ଯାହା ବି ଖର୍ଚ୍ଚ ହେଲା, ସେ ଏସବୁ ନିଜେ ବହନ କରିଛନ୍ତି | ତାଙ୍କ ଅନୁଯାୟୀ, ସ୍କୁଲକୁ ଏକ ନୂଆ ରୂପ ଦେବା ପାଇଁ ସେ ୩୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଛନ୍ତି | କେବଳ ଏତିକି ନୁହେଁ ସେ ମୋହଲ୍ଲା ସ୍କୁଲ ମଧ୍ୟ ଆରମ୍ଭ କରିଛନ୍ତି | ଗାଁରେ କାନ୍ଥ ଉପରେ ବ୍ଲାକ ବୋର୍ଡ ତିଆରି କରି ସେ ପିଲାମାନଙ୍କୁ ପଢାଇଛନ୍ତି | ଉଲ୍ଲେଖନୀୟ କଥା ହେଉଛି, କରୋନା କାରଣରୁ ସ୍କୁଲଗୁଡ଼ିକୁ ବନ୍ଦ କରାଯାଇଥିଲା | ଯେଉଁ କାରଣରୁ ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ପଢା ଯାଉଥିଲା | ତେବେ ବର୍ତ୍ତମାନ କେନ୍ଦ୍ର ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ଏବଂ ଅନେକ ରାଜ୍ୟରେ ତ ସ୍କୁଲ ମଧ୍ୟ ଖୋଲିଲାଣି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *