ରାହୁଲ ଗାନ୍ଧୀ ବିରିୟାନୀ ଖାଇବାକୁ ଗଲେ କ୍ଷେତ ଭିତରକୁ ,ନିଜ ହାତରେ ପ୍ରସ୍ତୁତ କଲେ ପିଆଜ ଓ ଦହି ସାଲାଡ଼,ଜାଣନ୍ତୁ ପୁରା ଖବର

ତାମିଲନାଡ଼ୁ ରେ ଏହିଥର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାମିଲନାଡ଼ୁର କିଛି ଗ୍ରାମୀଣ ଲୋକମାନଙ୍କ ସହିତ ବିରିୟାନୀ ତଥା ମସରୁମ ବିରିୟାନୀର ସ୍ୱାଦ ଚାଖିବାକୁ ଯାଇଛନ୍ତି । ଏହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।

ରାହୁଲ ଗାନ୍ଧୀଙ୍କ ଏହି ଭିଡ଼ିଓକୁ ୟୁଟ୍ୟୁବର ଭିଲେଜ କୁକିଙ୍ଗ ନାମକ ଏକ ଚ୍ୟାନେଲ ପୋଷ୍ଟ କରିଥିଲା । ଏହି ଭିଡିଓରେ ଦେଖାଯାଉଛି କି, ରାହୁଲ ଗାନ୍ଧୀ ଏକ ନୀଳ ଟି-ଶର୍ଟ ସହିତ ଗ୍ରାମୀଣ ଅଞ୍ଚଳର ଏକ ବ୍ୟକ୍ତିର ଫାର୍ମ ହାଉସରେ ବସିଛନ୍ତି । ରାହୁଲ ଗାନ୍ଧୀଙ୍କ ପହଞ୍ଚିବା ପରେ ଭିଲେଜ କୁକିଙ୍ଗ ଖାଦ୍ୟ ପ୍ରସ୍ତୁତ ଆରମ୍ଭ କରିଥିଲେ ।

Google

ଏହିସମୟରେ ରାହୁଲ ଗାନ୍ଧୀ ପିଆଜ ଓ ଦହିରେ ଏକ ସାଲାଡ଼ ପ୍ରସ୍ତୁତ କରୁଥିବାର ଦେଖାଯାଇଛି । ଏହାକୁ ପରେ ସେ ଚାଖିଥିଲେ । ଭୋଜନ କରିବା ପୂର୍ବରୁ ସେ ଗ୍ରାମୀଣ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିବାର ମଧ୍ୟ ଦେଖାଯାଇଛି ।

ଏହାପରେ ଭିଲେଜ କୁକିଙ୍ଗ ଲେଖିଥିଲେ କି, ରାହୁଲ ଗାନ୍ଧୀ ଆମ ସହିତ ଏକତ୍ରିତ ହୋଇଥିଲେ ଓ ଆମ ସହିତ ବସି ଭୋଜନର ଆନନ୍ଦ ଉଠାଇଥିଲେ ।

କୁହାଯାଉଛି ରାହୁଲ ଗାନ୍ଧୀ ବିଗତ ସପ୍ତାହରେ ତାମିଲନାଡ଼ୁ ଯାତ୍ରା କରିଥିଲେ । ଏହିସମୟରେ ସେମାନେ କେତେକ ସଭା କରିଥିଲେ ଓ କେତେକ ଲୋକମାନଙ୍କ ସହିତ ମଧ୍ୟ ଭେଟ ହୋଇଥିଲେ । କୁହାଯାଉଛି ରାହୁଲ ଗାନ୍ଧୀଙ୍କ ତାମିଲନାଡୁ ଯାତ୍ରା ସମୟରେ ଏହି ଭିଡ଼ିଓ ବନାଯାଇଥିଲା । ଏହି ଭିଡ଼ିଓ ଶୁକ୍ରବାର ଦିନ ପୋଷ୍ଟ କରାଯାଇଥିଲା ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *