ଝରାଫୁଲଙ୍କ ମୋବାଇଲର ସିମ ଭାଙ୍ଗିଦେଇଥିଲେ ବାପା

ଦିନକୁ ଦିନ ଅଧିକ ରୋମାଞ୍ଚକର ହେବାରେ ଲାଗିଛି ଝରାଫୁଲଙ୍କ ମୃ-ତ୍ୟୁ ର-ହ-ସ୍ୟ। ତ-ଦ-ନ୍ତ ସମୟରେ, ନୂଆ ନୂଆ ଖବର ସାମନାକୁ ଆସିବାରେ ଲାଗୁଛି। ଆଜି ଆଉ ଏକ ତଥ୍ୟ ସାମନାକୁ ଆସିଛି। ଏହି ତଥ୍ୟରେ, ଝରାଫୁଲଙ୍କ ସିମ ଭାଙ୍ଗିଦେଇଥିଲେ ତାଙ୍କ ବାପା ବୋଲି କଥା ଜଣାପଡିଛି।

ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ତାଙ୍କ ଝିଅ ଝରାଫୁଲ ଓ ରକେଶର ପ୍ରେ-ମ ସମ୍ପର୍କ ବିଷୟରେ ଆଗରୁ ଜାଣିଥିଲେ। ରାକେଶ ପାଖରୁ ଦୂରରେ ରହିବା ପାଇଁ ଝିଅକୁ ବା-ର-ଣ ମଧ୍ୟ କରିଥିଲେ। ଏହାସହିତ ଝରାଫୁଲଙ୍କ ମୋବାଇଲରୁ ସିମ ମଧ୍ୟ କାଢ଼ିନେଇଥିଲେ। ଏଥିପାଇଁ ଝରାଫୁଲଙ୍କ ବାପା ରମାକାନ୍ତ ନାୟକ ଝିଅ ସହିତ ରାକେଶ ସ୍ୱାଇଁର ସ-ମ୍ପ-ର୍କ ପାଇଁ ଏହିପରି ପ୍ରତିକ୍ରିୟା କରିଥିଲେ।

ଝରାଫୁଲ ବ୍ୟବହାର କରୁଥିବା ସିମ ଭାଙ୍ଗିବା ପରେ ରାକେଶ ସହ ମିଳାମିଶା ନକରିବା ପାଇଁ ମନା କରିଥିଲେ। ତଥାପି, ବାପାଙ୍କ କଥାକୁ ମାନି ନଥିଲେ ଝରାଫୁଲ। ମୟୁରଭଞ୍ଜ ଅଞ୍ଚଳର ଯଶୀପୁର ଗ୍ରାମ ଝରାଫୁଲଙ୍କ ଘର ନିକଟରେ ରାକେଶ ପାଇପ କାମ କରୁଥିଲେ। ସେହି ସମୟରେ ତାଙ୍କ ଦୁହିଁଙ୍କ ମଧ୍ୟରେ ପ୍ରେ-ମ ସମ୍ପର୍କ ଗଢିଉଠିଥିଲା ବୋଲି ଝରାଫୁଲଙ୍କ ବାପା ସୂଚନା ଦେଇଛନ୍ତି।

ଭୁବନେଶ୍ୱର ସ୍ଥିତ ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ୩ର ଛାତ୍ରୀ ଝରାଫୁଲଙ୍କ ମୃ-ତ୍ୟୁ ମାମଲାରେ ପୋ-ଲି-ସ ତଦନ୍ତ ଜାରି ରଖିଛି। ଜାନୁଆରୀ ୨୬ ତାରିଖରେ ଧର୍ମବିହାର ଗେଷ୍ଟହାଉସରେ ରାକେଶ ଓ ଝରାଫୁଲ ରାତି କାଟିଥିଲେ। ଦୁହେଁ ରହିଥିବା ଗେଷ୍ଟହାଉସର ରୁମକୁ ଯାଇ ପୋ-ଲି-ସ ତଦନ୍ତ ଜାରି ରଖିଛି। ଗତକାଲି ସିସିଟିଭି ଫୁଟେଜ ଅନୁସାରେ ଜଣାପଡିଥିଲା ଯେ, ଦୁହେଁ ଏକ ଫାଷ୍ଟଫୁଡ ଦୋକାନକୁ ଯାଇ ବିରିୟାନି ଖାଇଥିଲେ। ଆଉ ସେଠାରେ ଝରାଫୁଲ ବାନ୍ତି କରିବା ସହିତ ପେଟ କାଟୁଛି କହି ମଧ୍ୟ କାନ୍ଦୁଥିଲେ।

ଝରାଫୁଲଙ୍କ ମୃ-ତ୍ୟୁ ମା-ମ-ଲା-ରେ ଗି-ର-ଫ ହୋଇଥିବା ଅଭିଯୁକ୍ତ ରାକେଶ ସ୍ଵାଇଁଙ୍କୁ ଯାଜପୁର ପୋ-ଲି-ସ ୫ଦିନିଆ ରିମାଣ୍ଡରେ ନେବା ପାଇଁ ସୁପାରିଶ କରିଛି। ଆସନ୍ତାକାଲି ଏହି ସୁପାରିସ ବିଷୟରେ ଶୁଣାଣି କରାଯିବ।

Leave a Reply

Your email address will not be published. Required fields are marked *