ଭାରତ ବନାମ ଇଂଲଣ୍ଡ : ଟେଷ୍ଟ ଅଧିନାୟକ ଭାବରେ ମହେନ୍ଦ୍ର ସିଂ ଧୋନିଙ୍କ ଏହି ରେକର୍ଡ ଭାଙ୍ଗିପାରନ୍ତି ବିରାଟ କୋହଲି,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନି ଟେଷ୍ଟ ମ୍ୟାଚ ମିସ କରିବା ପରେ ବିରାଟ କୋହଲିଙ୍କୁ ଇଂଲଣ୍ଡ ବିରୁଦ୍ଧରେ ହେବାକୁ ଯାଉଥିବା ଟେଷ୍ଟ ସିରିଜରେ କ୍ୟାପଟେନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି|କୋହଲିଙ୍କ ନେତୃତ୍ୱରେ ଶେଷଥର ପାଇଁ ଭାରତୀୟ ଦଳ ଏଡିଲେଡ ଟେଷ୍ଟ ମ୍ୟାଚରେ କରିଥିଲେ, ଯେଉଁଥିରେ ଭାରତୀୟ ଦଳ ୮ୱକେଟରେ ସୋଚନୀୟ ପରାଜିତ ହୋଇଥିଲେ|ଯଦିଓ ବିରାଟଙ୍କ ଟେଷ୍ଟରେ ଅଧିନାୟକ ଭାବରେ ଓଭରଅଲ୍ ରେକର୍ଡ ଭଲ ରହିଛି|କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡକୁ ଘରୋଇ ସିରିଜରେ ୪-୦ ରେ ହରାଇଥିଲେ|ଏବେ ୫ଫେଵୃଆରିରୁ ଇଂଲଣ୍ଡ ବିରୁଦ୍ଧରେ ଖେଳିବାକୁ ଯାଉଥିବା ସିରିଜରେ ଅଧିନାୟକ ଭାବରେ ଏକ ଖାସ ମାମଲାରେ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇବାକୁ ଭଲ ସୁଯୋଗ ରହିଛି|

Google

ପ୍ରକୃତରେ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଘରୋଇ ସିରିଜରେ ୨୧ଥର ଜିତିଥିଲେ|କୋହଲି ଏପର୍ଯ୍ୟନ୍ତ ତାଙ୍କ ନେତୃତ୍ଵରେ ଭାରତୀୟ ଦଳକୁ ୨୦ଟି ବିଜୟ ଦେଇସାରିଛନ୍ତି ଓ ଧୋନିଙ୍କୁ ପଛରେ ପକାଇବାକୁ ୨ଟି ଵିଜୟ ଆବଶ୍ୟକ|ଇଂଲଣ୍ଡ ବିରୁଦ୍ଧରେ ହେବାକୁଥିବା ଏହି ୪ମ୍ୟାଚ ବିଶିଷ୍ଟ ସିରିଜରେ ସେ ଏହି ରେକର୍ଡ କରିପାରନ୍ତି|ସିରିଜର ପ୍ରଥମ ଦୁଇ ମ୍ୟାଚ ଚେନ୍ନାଇରେ ଖେଳାଯିବ|ଏଥିପାଇଁ ଦୁଇଦଳ ଯାକ ଲିଲା ପ୍ୟାଲେସରେ ନିଜର କ୍ୱରେଣ୍ଟାଇନ୍ ସମୟ ସମାପ୍ତ କରିଛନ୍ତି|ସିରିଜର ପ୍ରଥମ ମ୍ୟାଚ ୫ଫେବୃଆରିରୁ ଖେଳାଯିବ|

କୋହଲି ଏପର୍ଯ୍ୟନ୍ତ ୫୬ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକତ୍ୱ ଦାୟିତ୍ଵ ନିର୍ବାହ କରିଛନ୍ତି, ଯେଉଁଥିରେ ୩୩ଟି ଜିତିଛନ୍ତି|କୋହଲି ଭାରତର ସବୁଠାରୁ ସଫଳ ଟେଷ୍ଟ କ୍ୟାପଟେନ ଅଟନ୍ତି|ସେ ଧୋନିଙ୍କ ୨୭ ଜିତିବା ରେକର୍ଡ ପ୍ରଥମେ ଭାଙ୍ଗି ସାରିଛନ୍ତି|କୋହଲି ଓ ଧୋନିଙ୍କ ପରେ ସୈାରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ଅଧିକ ବିଜୟ ହାସଲ କରିଛି|ଗାଙ୍ଗୁଲି ନିଜ ଅଧିନାୟକତ୍ୱରେ ଭାରତୀୟ ଦଳକୁ ୨୧ଟେଷ୍ଟ ମ୍ୟାଚ ଜିତାଇଥିଲେ|ଇଂଲଣ୍ଡ ଦଳ ଭାରତ ଗସ୍ତରେ ୪ଟି ଟେଷ୍ଟ,୫ଟି ଟି-୨୦ ଓ ତିନିଟି ଏକଦିବସୀୟ ମ୍ୟାଚର ସିରିଜ ଖେଳିବ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *