ଗ୍ୟାସ ସିଲିଣ୍ଡର ଠାରୁ ନେଇ ଏଟିଏମରୁ ଟଙ୍କା ଉଠାଇବା ପର୍ଯ୍ୟନ୍ତ ସବୁ ନିୟମରେ ଫେବୃଆରୀ ୧ ତାରିଖରୁ ହେବ ପରିବର୍ତ୍ତନ,ଜାଣନ୍ତୁ କଣ କଣ ସବୁ ନିୟମ ପରିବର୍ତନ ହେବ ?

ଫେବୃଆରୀ 1 ତାରିଖରୁ ଭାରତରେ 5ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଲୋକମାନଙ୍କ ନିତିଦିନିଆ ଜୀବନ ଉପରେ ଖାଆସ ପ୍ରଭାବ ପକାଇବାକୁ ଯାଉଛି । ଏହି ନୂଆ ନିୟମରେ କିଛିଟାରେ ଆପଣଙ୍କୁ ଛାଡ଼ ମିଳୁଥିବା ସମୟରେ ବାକି କେତେକରେ ଅସାବଧାନତା କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡିବ । ଏହି ନିୟମ ମାନଙ୍କ ମଧ୍ୟରେ PNB ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ଓ ଗ୍ୟାସ ସିଲିଣ୍ଡର ଭଳି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ସାମିଲ ରହିଛି ।

Google

ବିତ୍ତ ମନ୍ତ୍ରୀଙ୍କ ଦ୍ଵାରା ଜାରି କରାଯିବ ବଜେଟ :-

ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମନ 2021-22 ବଜେଟ ପେଶ କରିବାକୁ ଯାଉଛନ୍ତି । ଏହିବର୍ଷ ପ୍ରଥମଥର ଏହି ବଜେଟ ପେପରଲେସ ହେବାକୁ ଯାଉଛି । କରୋନା କାରଣରୁ ଆଶା କରାଯାଉଛି ଏହିଥର ବଜେଟ ଲୋକଙ୍କୁ ସୁହାଇଲା ପରି ହେବ। ବ୍ୟବସାୟୀ ମାନଙ୍କ ପାଇଁ ମଧ୍ୟ ଏହା ଛାଡ଼ ହେବାକୁ ଯାଉଛି । ଏମିତିରେ କିଛି ଜିନିଷ ଶସ୍ତା ଓ ମହଙ୍ଗା ହେବାକୁ ଯାଉଛି । ସରକାର କେତେକ ଉତ୍ପାଦନ ଉପରେ ସୀମା ଶୁଳ୍କ ନିର୍ଦ୍ଧାରଣ କରିପାରନ୍ତି । ୟୁନିୟନ ବଜେଟ ମୋବାଇଲ ଆପ ଦ୍ୱାରା ସାଂସଦ ଓ ସାଧାରଣ ଲୋକ ସହିତ ଜଡିତ ଦସ୍ତାବିଜ ପାଇପାରନ୍ତି ।

Google

PNB ଖାତାଧାରକ ଏହି ଏଟିଏମ ରୁ ଟଙ୍କା ଉଠାଇ ପାରିବେନାହିଁ :-

ଦେଶର ଦ୍ଵିତୀୟ ସର୍ବବୃହତ ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଖାତାଧାରକଙ୍କ ପାଇଁ ନୂଆ ନିୟମ ଆସିଯାଇଛି । ଖାତାଧାରକ ମାନେ ଇଏମ୍ଭି ଏଟିଏମରୁ ଟଙ୍କା ଉଠାଇ ପାରିବେନାହିଁ । ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏବେଏବେ ନିଜର ଟ୍ୱିଟର ହ୍ୟାଣ୍ଡଲ ଜରିଆରେ ଏହାର ସୂଚନା ଦେଇଥିଲେ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ନିଜର ଗ୍ରାହକ ମାନଙ୍କୁ ଧୋକାଧାଡ଼ିରୁ ରକ୍ଷା ପାଇବାପାଇଁ ଏହିପରି କରିଛି ।

Google

LPG ଦାମ :-

ତେଲ କମ୍ପାନୀ ପ୍ରତିମାସରେ ଏଲପିଜି ସିଲିଣ୍ଡର ଦାମରେ ସମୀକ୍ଷା କରିଥାନ୍ତି । ପ୍ରତ୍ୟେକ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା ହେବାରୁ ଏଲପିଜି ଦାମରେ ମଧ୍ୟ ପରିବର୍ତ୍ତନ ଦେଖାଦେବ । ଏବେପର୍ଯ୍ୟନ୍ତ ସରକାର ପ୍ରତ୍ୟେକ ପରିବାରକୁ 14.2 କିଲୋଗ୍ରାମର 12 ଟି ସିଲିଣ୍ଡର ଉପରେ ସବ୍ସିଡି ପ୍ରଦାନ କରୁଛନ୍ତି । ଯଦି ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେବାକୁ ଚାହାଁନ୍ତି ତାହେଲେ ସେମାନେ ବଜାର ମୂଲ୍ୟରେ ଏହା କିଣିପାରିବେ । ଗ୍ୟାସ ସିଲିଣ୍ଡର ଦର ପ୍ରତିମାସରେ ପରିବର୍ତ୍ତନ ହୋଇଥାଏ । ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ଜାଣିବାପାଇଁ ଆପଣଙ୍କୁ ସରକାରୀ ତେଲ କମ୍ପାନୀ ୱେବସାଇଟକୁ ଯିବାକୁ ହେବ ।

Google

ନୂଆ ଉଡାଣ ଆରମ୍ଭ କରିବ ଏୟାର ଇଣ୍ଡିଆ :-

ଏୟାର ଇଣ୍ଡିଆ ଓ ଏହାର ଲୋ କଷ୍ଟ ସବ୍ସିଡିୟାରୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ନୂଆ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଉଡାଣ ଘୋଷଣା କରିଛନ୍ତି । ଜାନୁଆରୀ ମାସରୁ ଏୟାର ଇଣ୍ଡିଆ କେତେକ ବିମାନ ଉଡାଇଥିଲେ । ଏୟାର ଇଣ୍ଡିଆ ଫେବୃଆରୀ ରୁ 27 ମାର୍ଚ୍ଚ ପର୍ଯ୍ୟନ୍ତ ତ୍ରିଚିରୁ ସିଙ୍ଗାପୁର ପର୍ଯ୍ୟନ୍ତ ଉଡାଣ ଭରିବ।

Google

ଫେବୃଆରୀ 1 ତାରିଖ ପର୍ଯ୍ୟନ୍ତ PMC ବ୍ୟାଙ୍କ ଅଫର :-

ପଞ୍ଜାବ ଓ ମହାରାଷ୍ଟ୍ରର ସହକାରୀ ବ୍ୟାଙ୍କ ଆଡ଼ମିନିଷ୍ଟ୍ରେସନ ବ୍ୟାଙ୍କକୁ ଆଉଥରେ ଛିଡା କରିବାପାଇଁ ନିବେଶ ମାନଙ୍କୁ ଅଫର ଦେଉଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *