ଖୁବଶୀଘ୍ର ଲଞ୍ଚ ହେବ ଆଉ ଏକ ନୂଆ କରୋନା ଟୀକା , ନୂତନ ଷ୍ଟ୍ରେନ ଉପରେ ରହିବ ପ୍ରଭାବଶାଳୀ,ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

କରୋନା ସଂକ୍ରମଣ ମହାମାରୀ ସହ ଲଢ଼ିବା ପାଇଁ ଭାରତ ସବୁଠାରୁ ଆଗରେ ଥିବା ଦେଖାଯାଉଛି | ନୂଆ ବର୍ଷରେ ଏକ ବିଦେଶୀ ଏବଂ ଏକ ସ୍ୱଦେଶୀ ଟୀକାର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରି ସ୍ପଷ୍ଟ କରିଦେଲା ଯେ ଭାରତ ଖୁବ ଶୀଘ୍ର କରୋନା ମୁକ୍ତ ହେବାକୁ ଯାଉଛି | ଟୀକାକରଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି | ଏହା ମଧ୍ୟରେ ତୃତୀୟ ଟିକାର ଲଂଚିଙ୍ଗକୁ ନେଇ ଖୁସିଖବର ସାମ୍ନାକୁ ଆସୁଛି | ନୂତନ ଟୀକା ଭାରତରେ ଜୁନ ମାସରେ ଲଞ୍ଚ ହେବାର ସମ୍ଭାବନା ରହିଛି |

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଶନିବାର କହିଛନ୍ତି ଯେ ତାଙ୍କ କମ୍ପାନୀ ଭାରତରେ ନୋଭାଭ୍ୟାକ୍ସ ଇଙ୍କର ସହଭାଗିତାରେ ଆଉ ଏକ କୋଭିଡ -୧୯ ଟିକାର ଟ୍ରାଏଲକୁ ଆରମ୍ଭ କରିବାକୁ ଆବେଦନ କରିଛି | ସେ ଆଶା ଦେଇଛନ୍ତି ଯେ ଜୁନ ୨୦୨୧ ସୁଦ୍ଧା କମ୍ପାନୀ କରୋନା ଭାଇରସ ପାଇଁ ଆଉ ଏକ ଟୀକା କୋଭୋଭାକ୍ସ ଲଞ୍ଚ କରିପାରିବ |

Google

ବାସ୍ତବରେ ଔଷଧ କମ୍ପାନୀ ନୋଭାଭକ୍ସ ଇଙ୍କ ଏକ ଦିନ ପୂର୍ବରୁ ହିଁ କହିଥିଲା ​​ଯେ କୋଭିଡ-୧୯ ର ତାଙ୍କ ଟୀକା ବ୍ରିଟେନରେ ହୋଇଥିବା ଏକ ଷ୍ଟଡିର ପ୍ରାଥମିକ ଅନୁସନ୍ଧାନକୁ ଆଧାରରେ ଭାଇରସର ନୂତନ ଷ୍ଟ୍ରେନ ବିରୁଦ୍ଧରେ ୮୯ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି | କମ୍ପାନୀ ଏହା ମଧ୍ୟ ଦାବି କରିଛି ଯେ ତାର ଟୀକା ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ଭାଇରସର ନୁଆଁ ଷ୍ଟ୍ରେନ ବିରୁଦ୍ଧରେ ପ୍ରତିରୋଧକ ଶକ୍ତି ବିକାଶ କରିବା ମାମଲାରେ ମଧ୍ୟ ପ୍ରଭାବଶାଳୀ ବୋଲି ଜଣାପଡିଛି |

ସେହିପରି ପୁନାୱାଲା ଶନିବାର ଦିନ ଟ୍ୱିଟରରେ କହିଛନ୍ତି ଯେ ‘ନୋଭାଭାକ୍ସ ସହ କୋଭିଡ -୧୯ ଟିକା ପାଇଁ ଆମର ସହଭାଗିତା ଅତ୍ୟନ୍ତ ପ୍ରଭାବଶାଳୀ ଫଳାଫଳ ଦେଇଛି | ଆମେ ଭାରତରେ ପରୀକ୍ଷଣ ଆରମ୍ଭ କରିବାକୁ ଆବେଦନ କରିଛୁ | ଜୁନ ୨୦୨୧ ସୁଦ୍ଧା ‘କୋଭୋଭାକ୍ସ’ର ଉତ୍ପାଦନ ଆରମ୍ଭ କରିବାକୁ ଆଶା ରହିଛି |

ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସସେ ପୂର୍ବରୁ ହିଁ ‘କୋଭିଶିଲ୍ଡ’ ଟିକାର ଉତ୍ପାଦନ କରୁଛି, ଯାହାକୁ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ କମ୍ପାନୀ ଆଷ୍ଟ୍ରାଜେନେକା ବିକଶିତ କରିଛି | ଦେଶରେ ବର୍ତ୍ତମାନ ଚାଲିଥିବା ଟୀକାକରଣ ଅଭିଯାନ ପାଇଁ କେନ୍ଦ୍ର ‘କୋଭିଶିଲ୍ଡ’ ଟିକାର ୧ କୋଟି ୧୦ ଲକ୍ଷ ଡୋଜ କିଣିଛି |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *