ଆସନ୍ତା କାଲିଠାରୁ ହାଉସଫୁଲ ହେବ ସିନେମା ହଲ,ମିଳିଲା ଗ୍ରୀନ ସିଗନାଲ

ହାଉସଫୁଲ ହେବାକୁଯାଉଛି, ସିନେମା ହଲ। ଫେବୃଆରୀ ୧ରୁ ଶତ ପ୍ରତିଶତ ଦର୍ଶକରେ ସିଟ ପୂରଣ ହେବ ଫିଲ୍ମ ହଲ। କେନ୍ଦ୍ର ମନ୍ତ୍ରାଳୟ ତରଫରୁ ଗ୍ରୀନ ସିଗନାଲ ଦିଆଯାଇଛି। କେନ୍ଦ୍ର ସରକାର ପକ୍ଷରୁ ମିଳିଥିବା ଅନୁମତି ପାଇଁ ଫିଲ୍ମ ଇଣ୍ଡର୍ଷ୍ଟ୍ରିର ଆର୍ଥିକ ମେରୁଦଣ୍ଡ ସଦୃଢ଼ ହୋଇପାରିବ। ଫିଲ୍ମ ଡିଷ୍ଟ୍ରିବୁଟର ଓ ସିନେମା ହଲ ମାଲିକମାନେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

କରୋନା କଟକଣା ପାଇଁ ଗତ ମାର୍ଚ୍ଚ ମାସଠାରୁ ସବୁ ସିନେମା ହଲ ବନ୍ଦ ରହିଥିଲା। ୫୦ ପ୍ରତିଶତ ଦର୍ଶକକୁ ନେଇ ସିନେମା ହଲ ଖୋଲିବ ପାଇଁ କେନ୍ଦ୍ର ସରକାର ଗତ ଅକ୍ଟୋବର ମାସଠାରୁ ଅନୁମତି ପ୍ରଦାନ କରିଥିଲେ। ଆଉ ଏବେ ଶତ ପ୍ରତିଶତ ଦର୍ଶକକୁ ନେଇ ସିନେମା ହଲ ଖୋଲିବା ପାଇଁ ଅନୁମତି ଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଅପେକ୍ଷା ଗୃହରେ ପରସ୍ପରଠାରୁ ୬ଫୁଟ ଦୂରତା ରକ୍ଷା କରିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

Google

ହଲ ପରିସରରେ ସନିଟାଇଜର ରଖିବା ସହିତ ଦର୍ଶକଙ୍କ ପ୍ରବେଶ ଓ ପ୍ରସ୍ଥାନକୁ ଟଚ୍ ଫ୍ରି ମୋଡ଼ କରିବା ପାଇଁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି। ହଲ ପରିସରରେ, ଯଦି କେହି ଅସୁସ୍ଥତା ଅନୁଭବ କରନ୍ତି ତୁରନ୍ତ ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରିବାକୁ ପଡ଼ିବ। ପରିସର ଭିତରେ ଛେପ ପକାଇପରିବେନି। ଏହା ସହ ସମସ୍ତ ଦର୍ଶକ ଆରୋଗ୍ୟ ସେତୁ ଆପ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *