ଏମାନେ ହେଉଛନ୍ତି ଦୁନିଆର ୧୦ଟି ବିଚିତ୍ର ରାଜନୈତିକ ଦଳ(ପଲିଟିକାଲ ପାର୍ଟି), ବଡ ଅଜବ ପ୍ରକାରର ଅଟେ ଏମାନଙ୍କର ଏଜେଣ୍ଡା,ଜାଣନ୍ତୁ ସେହି ଦଳମାନଙ୍କ ବିଷୟରେ !

ଦୁନିଆର ଦେଶଗୁଡିକରେ ବିଭିନ୍ନ ପ୍ରକାରର ପଲିଟିକାଲ ପାର୍ଟି ରହିଛି, ଯାହାର ଅଲଗା ଅଲଗା ଏଜେଣ୍ଡା ରହିଥାଏ | ଯଦି ଗୋଟିଏ ଦେଶରେ ଦୁଇଟି ପାର୍ଟି ରହିଥାଏ, ତେବେ ଭାରତ ଭଳି ଅନେକ ପାର୍ଟି ଦେଶରେ ରହିଥାଏ | ପ୍ରତିଦିନ ରାଜନୈତିକ ପାର୍ଟି ଗଠନ ହୁଏ ଏବଂ ଅନେକ ଥର ଆମେ ଶୁଣିଛୁ ଯେ ସେହି ପାର୍ଟିଗୁଡିକ ଅନ୍ୟ ପାର୍ଟିରେ ମିଶ୍ରିତ ହୋଇଗଲେ | ତେବେ ଭାରତରେ ରଜନୀକାନ୍ତ ମଧ୍ୟ ରାଜନୈତିକ ଦଳ ଗଠନ କଲେ ଏବଂ ନିଜର ପାର୍ଟି ଗଠନ କରିଥିଲେ | କିନ୍ତୁ କଣ ଆପଣ ଜାଣନ୍ତି କି ଦୁନିଆରେ କିଛି ବିଚିତ୍ର ରାଜନୈତିକ ପାର୍ଟି ମଧ୍ୟ ଅଛନ୍ତି ? ସେମାନେ ବିଚିତ୍ର କାହିଁକି, ତାହା ଆପଣ ଶୀଘ୍ର ଜାଣିପାରିବେ | ତେବେ ଜାଣନ୍ତୁ ଦୁନିଆର ସେହି ୧୦ ଟି ରାଜନୈତିକ ପାର୍ଟି ବିଷୟରେ, ଯାହା ବହୁତ ଅଜବ ଅଟେ |

Google

ଦି ଭାମ୍ପାୟର, ୱିଚେସ ଏବଂ ପାଗନ୍ସ ପାର୍ଟି :-

ଏହି ପାର୍ଟିକୁ ପୂର୍ବତନ ରେସଲର ଲୁସିଫେରିୟନ ଏବଂ ନିଜକୁ ଭାମ୍ପାୟର କହୁଥିବା ଜନ ଶାର୍କି ଗଠନ କରିଛନ୍ତି | ଏହି ପାର୍ଟି ରାଇଟ-ବିଙ୍ଗ ବିଚାରଧାରାର ପାର୍ଟି ଅଟେ | ଏହି ପାର୍ଟି ବିଶ୍ୱାସ କରନ୍ତି ଯେ ଭୟଭୀତ ଅପରାଧୀଙ୍କୁ ଜନସାଧାରଣଙ୍କ ଆଗରେ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ |

Gioogle

ଦି ରାଇନୋସେରସ ପାର୍ଟି ଅଫ କାନାଡା :-

ଏହି ପାର୍ଟି କାନାଡ଼ାରେ ୧୯୬୩ ରୁ ୧୯୯୩ ପର୍ଯ୍ୟନ୍ତ ସକ୍ରିୟ ଥିଲା | କାନାଡାର ବୃଦ୍ଧି ପାଇଁ ଏହି ପାର୍ଟି ପାଖରେ ସ୍ୱତନ୍ତ୍ର ପରାମର୍ଶଦାତା ଥିଲେ, ଯେପରି ଏହି ପାର୍ଟି ବିଶ୍ୱାସ କରୁଥିଲେ ଯେ ଅପରାଧକୁ ସେତେବେଳେ ଶେଷ କରାଯାଇ ପାରିବ, ଯେତେବେଳେ ସବୁ ଆଇନକୁ ରଦ୍ଦ କରାଯିବ କିମ୍ବା ଆମେରିକାକୁ କାନାଡା ସହିତ ମିଶ୍ରଣ କରିବାକୁ ଚାହୁଁଥିଲେ | କେବଳ ଏତିକି ନୁହେଁ, ଏହି ପାର୍ଟିର ଜଣେ ପ୍ରାର୍ଥୀ ଥରେ କହିଥିଲେ ଯେ ଯଦି ଆମେ ଆଣ୍ଟାର୍କଟିକାକୁ ଦକ୍ଷିଣରୁ ଟାଣି ନର୍ଥ ପୋଲ କିମ୍ବା ନିଜ ଆଡକୁ ଟାଣିବା, ତେବେ ଆମେ ଦୁନିଆର ସମସ୍ତ ଥଣ୍ଡାକୁ କବଜା କରିନେବା ଏବଂ ତାପରେ ଯେତେବେଳେ ଶୀତଳ ଯୁଦ୍ଧ ଆରମ୍ଭ ହେବ, ତେବେ ଆମକୁ କେହି ବି ହରାଇପାରିବେ ନାହିଁ |

politics
Google

ଦି ଗନ ଆଣ୍ଡ ଡୋପ ପାର୍ଟି :-

ଏହି ପାର୍ଟିକୁ ଏଣ୍ଟୋନ ୱିଲସନ ଆରମ୍ଭ କରିଥିଲେ | ଏହି ପାର୍ଟିର ଆଧ୍ୟାତ୍ମିକ ଗୁରୁ ଏକ ଅଷ୍ଟ୍ରିଚ ପକ୍ଷୀ ଥିଲା | ପାର୍ଟି ଲୋକମାନଙ୍କୁ ବନ୍ଧୁକ ଯୋଗାଇବାରେ ସମର୍ଥନ କରିଥିଲା | ଏହାସହିତ ଓଷ୍ଟ୍ରିଚକୁ ମଧ୍ୟ ସମାନ ଅଧିକାର ଦେବାକୁ ସମର୍ଥନ କରୁଥିଲେ |

Google

ଦି ୟୁନିୟନ ଅଫ କନସିୟନସଲି ୱାର୍କ-ସେ ଏଲିମେଣ୍ଟସ :-

ଏହି ପାର୍ଟି ୧୯୯୪ ମସିହାରେ ଡେନମାର୍କ ନିର୍ବାଚନରେ ଏକ ସିଟ ଜିତିଥିଲା | ଏହି ପାର୍ଟି କମେଡିଆନ ଯେକବ ହୋଗାର୍ଡ ସ୍ୱର ପ୍ରସ୍ତୁତ କରାଯାଇଥିଲା | ଏହି ପାର୍ଟୀ ଭଲ ପାଗ, ଭଲ ଖ୍ରୀଷ୍ଟମାସର ଉପହାର ଏବଂ ପୁରୁଣା ସମୟର ସାଜସଜ୍ଜାକୁ ସମର୍ଥନ କରେ |

Google

ଦି ଅଫିସିଆଲ ମୋନଷ୍ଟର ରେଭିଙ୍ଗ ଲୁନି ପାର୍ଟି :-

ଡେଭିଡ ସୁଚ ଏହି ପାର୍ଟିର ଗଠନ ୧୯୮୩ ମସିହାରେ ବ୍ରିଟେନରେ କରିଥିଲେ | ଡେଭିଡ ଏକ ରକ ଗ୍ରୁପର ମୁଖ୍ୟ ଗାୟକ ଥିଲେ | ଏହି ପାର୍ଟି ବିରୋଧୀ ଦଳ ଭାବରେ ଭଲ କାମ କରିଥିଲା | ଏହା ଅନେକ ଛୋଟ ପାର୍ଟି ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହିତ ଗଠବନ୍ଧନ କରିଥିଲା |

Google

ଦି ସରପ୍ରାଇଜ ପାର୍ଟି :-

ଆମେରିକାରେ ୧୯୪୦ ଦଶକରେ ଏହି ପାର୍ଟି ଗଠନ କରାଯାଇଥିଲା | ଏହାକୁ ଗ୍ରେସି ଆଲେନ ଏବଂ ଜର୍ଜ ବର୍ନସ ଗଠନ କରିଥିଲେ | ଏହି ପାର୍ଟିକୁ ୧୯୪୦ ରାଷ୍ଟ୍ରପତି ନିର୍ବାଚନରେ ୪୨,୦୦୦ ଲେଖା ଭୋଟ ମିଳିଥିଲା |

Google

ଦି ପୋଲିସ ବିୟର ଲଭର ପାର୍ଟି :-

ପୋଲାଣ୍ଡରେ ସୋଭିଏତ ଶାସନ ଶେଷ ହେବା ପରେ ଏହି ଦଳ ଗଠନ କରାଯାଇଥିଲା | ଏହାକୁ ଜୁନସ ରେଭିନସ୍କି ପ୍ରସ୍ତୁତ କରିଥିଲେ | ଏହି ପାର୍ଟିର ଉଦ୍ଦେଶ୍ୟ ଥିଲା ବିୟରକୁ ପ୍ରୋତ୍ସାହିତ କରିବା ଏବଂ ମଦ୍ୟପାନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଥିଲା |

Google

ନୋ କ୍ୟାଣ୍ଡିଡେଟ ଡିଜର୍ଭ ମାଇଁ ଭୋଟ :-

ଯୁକ୍ତରାଜ୍ୟରେ ଏହି ନାମରେ ଏକ ପାର୍ଟି ପଞ୍ଜିକୃତ ହୋଇଛି, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟାଲେଟରେ ନୋଟା ଅର୍ଥାତ ନନ ଅଫ ଦି ଅଵବ ବଟନକୁ ଯୋଡିବା | ଏହି ପାର୍ଟି ବିଶ୍ୱାସ କରନ୍ତି ଯେ ଏହାଦ୍ୱାରା ଲୋକମାନେ ମଧ୍ୟ ଭୋଟ ଦେବାକୁ ଆସିବେ, ଯେଉଁମାନଙ୍କୁ କୌଣସି ପ୍ରାର୍ଥୀ ମଧ୍ୟ ପସନ୍ଦ ନୁହଁନ୍ତି |

politics
Google

ଦି ଡେଡ଼ଲି ସିରିୟସ ପାର୍ଟୀ :-

୧୯୮୦ ଦଶକରେ ଏହି ପାର୍ଟିନିଜର ଅନେକ ପ୍ରାର୍ଥୀଙ୍କୁ ଅଷ୍ଟ୍ରେଲିଆ ନିର୍ବାଚନ ପାଇଁ ସ୍ଥାନିତ କରିଥିଲା | ଏହି ପାର୍ଟି ମନହୀନ ଲୋକଙ୍କୁ ଉଚ୍ଚ ପଦବୀରେ ରଖିବାକୁ ଦାବି କରିଥିଲା |

Google

ଦି ମିସ ଗ୍ରେଟ ବ୍ରିଟେନ ପାର୍ଟି :-

ଏହି ପାର୍ଟିର ଅଧିକାଂଶ ପ୍ରାର୍ଥୀ ମିସ ଗ୍ରେଟ ବ୍ରିଟେନର ପ୍ରତିଯୋଗିତାର ଏକ ଅଂଶ ହୋଇସାରିଛନ୍ତି | ପାର୍ଟି କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଚାଇଲଡ କେୟାର ଟ୍ୟାକ୍ସ ଛାଡ ପାଇଁ ଦାବି କରିଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *