ଏହି ୮୩ ବର୍ଷୀୟ ସାଧୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ୧ କୋଟି ଟଙ୍କା,ଏତେ ଟଙ୍କା ସାଧୁ ଆଣିଲେ କେଉଁଠୁ,ଲୋକେ ହେଲେ ଚକିତ !

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତେ କିଛି ନା କିଛି ଦାନ କରୁଛନ୍ତି। ଏବେ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି, ୮୩ବ ର୍ଷୀୟ ଜଣେ ସାଧୁ। ସେ ଅନେକ ଦିନରୁ ସାଇତି ରଖିଥିବା ତାଙ୍କ ଜମାପୁଞ୍ଜି ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି।ସେ ଦାନ କରିଥିବା ଜମାପୁଞ୍ଜିର ମୂଲ୍ୟ ୧ କୋଟି ଟଙ୍କା। ବିଶ୍ୱ ହିନ୍ଦୁ ପରିଷଦ( ଭିଏଚପି)କୁ ଦିଆଯାଇଥିଲା। ଆଉ ଏହି ପରିଷଦ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି।

ସୂଚନା ଅନୁସାରେ,ଋଶିକେଶରେ ଏକ ଗୁ-ମ୍ପା-ରେ ରହୁଥିବା ଏହି ବୟସ୍କ ସାଧୁ ହେଉଛନ୍ତି, ସ୍ୱାମୀ ଶଙ୍କର ଦାସ। ସେ ଦୀର୍ଘ ୬୦ ବର୍ଷରୁ ଅଧିକ ସେହି ଗୁ-ମ୍ଫାରେ ରହି ଆସୁଛନ୍ତି। ଗତ ୬୦ ବର୍ଷ ଧରି ଗୁ-ମ୍ଫାରେ ରହିବା ପରେ ୧କୋଟି ଟଙ୍କା ଦାନ କରିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏତେ ମୂଲ୍ୟର ଟଙ୍କା ସେ କେଉଁଠୁ ଆଣିଲେ,ଏହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାଧୁ ଜଣଙ୍କ କହିବା ଅନୁସାରେ, ତାଙ୍କ ଗୁରୁ ଟାଟା ବାଲେ ବାବାଙ୍କ ଗୁ-ମ୍ଫାରେ ଶ୍ରଦ୍ଧାଳୁମାନେ ଯାହା ଦାନ କରିଥାନ୍ତି, ତାକୁ ସେ ସାଇତି ରଖୁଥିଲେ ଏବଂ ଏହି ସାଇତା ଧନକୁ ସେ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଦାନ କରିଛନ୍ତି।

ସ୍ୱାମୀ ଶଙ୍କର ଦାସ ଚାହୁଁଥିଲେ ଯେ, କେହି ଯେପରି ଏହି ବିଷୟରେ ନଜାଣିବା ପାଇଁ ଟ୍ରଷ୍ଟକୁ ସେ ଦାନ କରୁଛନ୍ତି ବୋଲି। କିନ୍ତୁ,ପରେ ତାଙ୍କ ମତ ବଦଳାଇ ବ୍ୟାଙ୍କ ସାହାର୍ଯ୍ୟରେ ଏହି ଟଙ୍କାକୁ ଟ୍ରଷ୍ଟକୁ ଦାନ କରିଥିଲେ। କରାଣ, ସେ ଦାନ କରିଥିବା ମୂଲ୍ୟ ସମସ୍ତଙ୍କୁ ପ୍ରେରଣା ଦେଇପାରେ। ଆଉ ଅନ୍ୟମାନେ କୁଣ୍ଠାବୋଧ ନହୋଇ ଯେପରି ଏହି ମହାନ କାର୍ଯ୍ୟରେ ଯୋଗଦାନ କରିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *