ଯଦି ପସନ୍ଦ ହେଉନାହିଁ ଆଧାରକାର୍ଡ଼ରେ ଲାଗିଥିବା ଫଟୋ,ତେବେ ଜଲଦି ଏହିପରି ଲଗାନ୍ତୁ ନୂଆ ଫୋଟୋ,ଜାଣନ୍ତୁ କେମିତି କରିବେ ?

ଭାରତରେ ଯେକୌଣସି ନାଗରିକଙ୍କୁ ନିଜକୁ ଚିହ୍ନିବା ପାଇଁ ଆଧାର ନମ୍ବର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ହୋଇଗଲାଣି | କେନ୍ଦ୍ର ସରକାରଙ୍କ ଦ୍ୱାରା ଭାରତର ନାଗରିକଙ୍କୁ ଏକ ୧୨ ଅଙ୍କ ବିଶିଷ୍ଟ ପରିଚୟ ନମ୍ବର ଜାରି କରାଯାଇଥାଏ | ଯେଉଁଥିରେ ବ୍ୟକ୍ତିର ନାମ, ଠିକଣା, ମୋବାଇଲ ନମ୍ବର, ଫଟୋ ସହିତ ତାର ବାୟୋମେଟ୍ରିକ ସୂଚନା ମଧ୍ୟ ରହିଥାଏ | ଯଦି ଆପଣଙ୍କୁ ଆଧାରକାର୍ଡରେ ଲାଗିଥିବା ଫଟୋ ପସନ୍ଦ ହେଉନାହିଁ, ତେବେ ଆପଣ ଏହାକୁ ଚେଞ୍ଜ ମଧ୍ୟ କରିପାରିବେ | ଆଧାର ନମ୍ବର ଜାରିକରିବା ଏବଂ ତାର ପରିଚାଳନା କରିବାର ଦାୟିତ୍ୱ ଭାରତୀୟ ବିଶିଷ୍ଟ ଚିହ୍ନଟ ପ୍ରାଧିକରଣ(UIDAI)କୁ ଦିଆଯାଇଛି |

UIDAI ପୂର୍ବରୁ ଆଧାରକାର୍ଡ଼ରେ ନାମ, ଠିକଣା, ମୋବାଇଲ ନମ୍ବର ସହିତ ଫଟୋଗ୍ରାଫକୁ ଅପଡେଟ କରିବା ପାଇଁ ମଧ୍ୟ ଅନଲାଇନ ସୁବିଧା ଦିଆଯାଇଥାଏ | କିନ୍ତୁ ବର୍ତ୍ତମାନ ଅନଲାଇନ ପ୍ରକ୍ରିୟା କେବଳ ଠିକଣା ପରିବର୍ତ୍ତନ ପାଇଁ ହିଁ ଉପଲବ୍ଧ | ବାକି ଅନ୍ୟ ସବୁ ପରିବର୍ତ୍ତନ କରିବାପାଇଁ ଯେପରି ନାମ, ମୋବାଇଲ ନମ୍ବର, ଜନ୍ମ ତାରିଖ, ଇ-ମେଲ ଅଡ୍ରେସ ଏବଂ ଫଟୋଗ୍ରାଫରେ ପରିବର୍ତ୍ତନ ପାଇଁ ଆପଣଙ୍କୁ ଅଫଲାଇନ ପ୍ରକ୍ରିୟାରେ ହିଁ କରିବାକୁ ପଡିବ | ଫଟୋ ପାଇଁ ଦୁଇଟି ଅପସନ ଅଛି | ପ୍ରଥମଟି ହେଉଛି ଆପଣ ନିକଟତମ ନାମାଙ୍କନ କେନ୍ଦ୍ରକୁ ଯାଇପାରନ୍ତି ଏବଂ ଦ୍ୱିତୀୟଟି ହେଉଛି ପୋଷ୍ଟ ମାଧ୍ୟମରେ ଫଟୋଗ୍ରାଫରେ ପରିବର୍ତ୍ତନ ପାଇଁ ଆବେଦନ କରିପାରିବେ |

Google

ଆଧାରକାର୍ଡ଼ର ଫୋଟକୁ ପରିବର୍ତ୍ତନ କରିବାକୁ ଏହି ସ୍ଟେପକୁ କରନ୍ତୁ ଫୋଲୋ :-

– ସର୍ବପ୍ରଥମେ UIDAI ର ଅଫିସିଆଲ ୱେବସାଇଟରେ Get Aadhaar ସେକ୍ସନକୁ ଯାଇ ଆଧାର ନାମାଙ୍କନ/ଅପଡେଟ ଫର୍ମକୁ ଡାଉନଲୋଡ଼ କରନ୍ତୁ |

– ଏହାପରେ ଫର୍ମଟିକୁ ସଠିକ ଭାବରେ ପୁରାଣ କରନ୍ତୁ ଏବଂ ଏହାକୁ ଆଧାର ନାମାଙ୍କନ କେନ୍ଦ୍ରରେ ଯାଇ ଜମା କରିଦିଅନ୍ତୁ |

– ନାମାଙ୍କନ କେନ୍ଦ୍ରରେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ,ରେଟିନା ସ୍କାନ ଏବଂ ଫଟୋଗ୍ରାଫକୁ ପୁଣିଥରେ କ୍ୟାପଚର କରାଯିବ |

– ଆପଣ ଆଧାର ସୂଚନାକୁ ଅପଡେଟ କରିବାକୁ ହେଲେ ଆପଣଙ୍କୁ ୫୦ ଟଙ୍କା ଦେୟ ଦେବାକୁ ପଡିବ |

– ଆପଣଙ୍କର ଫଟୋ ଅପଡେଟ କରିବାର ଆବେଦନ ଗ୍ରହଣ ହେବା ମାତ୍ରେ ଆପଣଙ୍କୁ ଏକ URN କିମ୍ବା ଅପଡେଟ ଅନୁରୋଧ ନମ୍ବର ମିଳିବ |

– ଏହି ନମ୍ବର ମାଧ୍ୟମରେ ଆପଣ ଆପଣଙ୍କର ଆବେଦନକୁ ଅନଲାଇନ ଟ୍ରାକ କରିପାରିବେ |

– ଆବଶ୍ୟକ ଡାଟାକୁ UIDAI କର୍ପୋରେଟ ଅଫିସକୁ ପଠାଯିବ | ଅପଡେଟ ପିକ୍ଚର ସହିତ ଆପଣଙ୍କୁ ନୁଆଁ ଆଧାରକାର୍ଡ଼ ପ୍ରାୟ ୯୦ ଦିନ ମଧ୍ୟରେ ମିଳିଯିବ |

ପୋଷ୍ଟ ମାଧ୍ୟମରେ ଏପରି କରନ୍ତୁ ଫଟୋ ଚେଞ୍ଜ :-

– ଯଦି ଆପଣ ଆଧାର ସେବା କେନ୍ଦ୍ର ଯିବାକୁ ଚାହୁଁନାହାନ୍ତି, ତେବେ ଆପଣ UIDAI ର ସ୍ଥାନୀୟ କାର୍ଯ୍ୟାଳୟକୁ ଲେଖି ନିଜର ଆଧାରକାର୍ଡ଼ରେ ପରିବର୍ତ୍ତନ ବା ଅପଡେଟ କରିପାରିବେ |

– ଏଥିପାଇଁ UIDAI ପୋର୍ଟାଲକୁ ଯାଇ ସେଠାରୁ ‘Aadhaar Card Update Correction’ ଫର୍ମକୁ ଡାଉନଲୋଡ଼ କରନ୍ତୁ |

– ବର୍ତ୍ତମାନ ଆପଣ ଏହି ଫର୍ମରେ ପଚରାଯାଇଥିବା ସମସ୍ତ ସୂଚନାକୁ ପୂରଣ କରିବେ |

– ଏହାପରେ UIDAI ର ସ୍ଥାନୀୟ କାର୍ଯ୍ୟାଳୟର ନାମ ଆଧାରକାର୍ଡ଼ ଅପଡେଟ କରିବାପାଇଁ ଏକ ଲେଟର ଲେଖନ୍ତୁ |

Google

– ଏହାର ଚିଠି ସହିତ ନିଜର Self attested photo କୁ (ଦସ୍ତଖତ କରି) ଲଗାଇଦିଅନ୍ତୁ |

– ଏହା ପରେ ଉଭୟ ଫର୍ମ ଏବଂ ଚିଠିକୁ UIDAI କାର୍ଯ୍ୟାଳୟରେ ପୋଷ୍ଟ କରନ୍ତୁ |

– ଦୁଇ ସପ୍ତାହ ମଧ୍ୟରେ ଆପଣଙ୍କୁ ନୂଆ ଫଟୋଗ୍ରାଫ ସହିତ ନୂଆ ଆଧାର କାର୍ଡ ମିଳିଯିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *