କ୍ଷୀରରୁ ମାଛିକୁ ହଟାଇଲା ପରି ଆମକୁ ହଟାଇଦେଲେ । ଯୁବରାଜ, ସେହ୍ୱାଗ ଓ ଗମ୍ଭୀରଙ୍କ ସହିତ ହୋଇଥିଲା ଅନ୍ୟାୟ, ଇଣ୍ଟରଭ୍ୟୁ ମାଧ୍ୟମରେ ବଡ ବୟାନ ଦେଲେ ହରଭଜନ ସିଂହ,ଜାଣନ୍ତୁ କଣ କଣ କହିଲେ ଭଜି ?

ହରଭଜନ ସିଂହ, ଯୁବରାଜ ସିଂହ ଓ ଗୌତମ ଗମ୍ଭୀରଙ୍କୁ 2011 ବିଶ୍ୱକପ ପରେ ଦଳରେ ସ୍ଥାନ ମିଳିନଥିଲା ଏପରିକି 2015 ବିଶ୍ୱକପ ଚୟନରେ ଏହି ଖେଳାଳି ମାନଙ୍କୁ ଚୟନ କରାଯାଇନଥିଲା । ଏହି କଥାର ଦୁଃଖ ହରଭଜନ ସିଂହ କହିଛନ୍ତି । ହରଭଜନ ଏକ ଇଣ୍ଟରଭ୍ୟୁ ଜରିଆରେ ଏହା କହିଥିଲେ କି, 2011 ବିଶ୍ୱକପ ପରେ ଏହି ଖେଳାଳିଙ୍କୁ କ୍ଷୀରରୁ ମାଛି କାଢିଲା ପରି ବାହାର କରିଦିଆଗଲା ।

ହରଭଜନ ଏକ ଇଣ୍ଟରଭ୍ୟୁ ଜରିଆରେ କହିଥିଲେ, ଯେତେବେଳେ ସ୍ପୋର୍ଟସ ଆଙ୍କର ତାଙ୍କୁ ପଚାରିଥିଲେ, ୨୦୧୧ ମସିହାରେ ଯୁବରାଜ ସିଂହ, ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହ୍ୱାଗ ହେଉଛନ୍ତି ମ୍ୟାଚ ବିଜେତା । ତଥାପି ତାଙ୍କୁ ୨୦୧୫ ବିଶ୍ୱକପରେ ସ୍ଥାନ ମିଳିନଥିଲା, ଏହାର ଜବାବ ଦେଇ ହରଭଜନ କହିଥିଲେ, ହଁ କିଛି ଖେଳାଳି ଆମ ସମୟର ଯିଏକି ୨୦୧୧ ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ୨୦୧୫ ବିଶ୍ୱକପରେ ସ୍ଥାନ ମିଳିନଥିଲା ।

Google

ହରଭଜନ କହିଥିଲେ, ଯୁବରାଜ ସିଂହ, ବୀରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର ଆମେ ମାନେ ୨୦୧୧ ରେ ଭଲ ପ୍ରଦର୍ଶନ କରିଥିଲୁ ଓ ଆମକୁ ୨୦୧୫ ବିଶ୍ୱକପ ପାଇଁ ଆଶା ଥିଲା କିନ୍ତୁ ଆମକୁ ଏହି ସୁଯୋଗ ମିଳିନଥିଲା । ଯେମିତିକି ତୁମର କାମ ହୋଇଗଲା ବର୍ତ୍ତମାନ ତୁମେ ବାହାର, ଆମକୁ ବର୍ତ୍ତମାନ ନୂଆ ଦଳ ବନାଇବାକୁ ଅଛି । ହରଭଜନ ଏହାପରେ କୁହନ୍ତି, ନୂଆ ଦଳ ସେସମୟରେ ବନାଯାଏ ଯେତେବେଳେ ଏକ ଦଳ କୌଣସି ସେମିଫାଇନାଲ କିମ୍ବା କ୍ୱାର୍ଟରରେ ହାରିଥିବ । କିନ୍ତୁ ଆମ ଦଳ ମ୍ୟାଚ ଉଇନର ଥିଲା ।

ହରଭଜନ କହିଥିଲେ, ଯେମିତି ଯୁବରାଜ କହିଲେ ଆପଣ ଯୁବ ମାନଙ୍କ ସହିତ ବିଶ୍ୱକପ ଜିତିପାରିବ ନାହିଁ, ତୁମକୁ ଅନୁଭବୀ ଖେଳାଳି ଆବଶ୍ୟକ । ଜଣାନାହିଁ କାରଣ କଣ ଥିଲା ଯାହାକି ଆମକୁ ଦଳରୁ ବାଦ ଦିଆଗଲା । ଏହା ଭାରତୀୟ ଦଳ ସହିତ ଦୀର୍ଘ ସମୟ ହେବ ହୋଇଆସୁଛି । ଯିଏ ଦେଶ ପାଇଁ ବହୁତ କିଛି କାମ କଲା ତାକୁ ଅତିକମରେ ସମ୍ମାନର ସହ ବିଦାୟ ଦେବାର ଥିଲା ।’

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *