କରୋନା ଭାଇରସ : ପୁରୁଷଙ୍କ ପ୍ରଜନନ କ୍ଷମତା ହ୍ରାସ କରିପାରେ କରୋନା ଭାଇରସ,ଗବେଷକମାନଙ୍କର ଦାବି,ଜଣାନ୍ତୁ କଣ କଣ କହୁଛନ୍ତି ଗବେଷକମାନେ ?

ପ୍ରଥମେ ଏମିତି ମାନା ଯାଉଥିଲା ଯେ କରୋନା ଭାଇରସ ଶ୍ୱସନତନ୍ତ୍ରକୁ ମୁଖ୍ୟ ରୂପେ ପ୍ରଭାବିତ କରେ, କିନ୍ତୁ ଏବେ ଗବେଷକମାନେ ଜାଣିଛନ୍ତି ଯେ ଏହାର ବହୁତ ଲକ୍ଷଣ ରହିଛି|ରିପ୍ରଡକ୍ସନ ନାମକ ପତ୍ରିକାରେ ଗୁରୁବାର ଦିନ ପ୍ରକାଶିତ ହୋଇଥିବା ଏକ ନୂଆ ଅଧ୍ୟୟନ ଅନୁସାରେ କୋଭିଡ-୧୯ ଗମ୍ଭୀର ମାମଲାରେ କୈାଣସି ବ୍ୟକ୍ତିଙ୍କ ଶୁକ୍ରାଣୁକୁ ପ୍ରଭାବିତ କରିଥାଏ ଓ ଏହାଫଳରେ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ|ଗବେଷକଙ୍କ କହିବା କଥା ହେଲା କୋଭିଡ-୧୯ ପୁରୁଷଙ୍କ ପ୍ରଜନନ କ୍ଷମତା ସିଧାସଳଖ ପ୍ରଭାବିତ କରିବାର ପ୍ରମାଣ ମଧ୍ୟ ରହିଛି|

ଯଦିଓ ଏହି ଗବେଷଣାକୁ ନେଇ ବିଶେଷଜ୍ଞଙ୍କ କହିଵା କଥା ହେଲା,ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ଭାଇରସର ପ୍ରଭାବ ଏବେ ସ୍ପଷ୍ଟ ହୋଇନାହିଁ|ଏହି ନିଷ୍କର୍ଷରେ ପହଞ୍ଚିବାକୁ କୋଭିଡ-୧୯ ସଂକ୍ରମିତ ୮୪ ପୁରୁଷ ଓ ୧୦୫ ସୁସ୍ଥ ପୁ୍ରୁଷଙ୍କ ସ୍ପର୍ମକୁ ନେଇ ଅଧ୍ୟୟନ କରିଥିଲେ|

Google

ଜର୍ମାନୀର ଜଷ୍ଟସ ଲିଭିଙ୍ଗ ବିଶ୍ୱବିଦ୍ୟାଳୟର ଗବେଷକ ବେହଜାଦ ହାଜିଜାଦେ ମାଲିକୋ କହିଛନ୍ତି ଶୁକ୍ରାଣୁ କୋଷିକା ଉପରେ ଏହି ପ୍ରଭାବ କମ ଶୁକ୍ରାଣୁର ଗୁଣବତ୍ତା ଓ କମ ପ୍ରଜନନ କ୍ଷମତା ସହ ଜଡ଼ିତ|ଯଦିଓ ଏହି ପ୍ରଭାବ ସମୟ ସହ ସୁଧାର ହୋଇଛି, କିନ୍ତୁ କୋଭିଡ-୧୯ ସହ ଜଡ଼ିତ ଆକ୍ରାନ୍ତ ବ୍ୟକ୍ତିରେ ମହତ୍ୱପୂର୍ଣ୍ଣ ଓ ଅସାମାନ୍ୟ ରୂପେ ଉଚ୍ଚ ରହିଛି|ସେ କହିଛନ୍ତି ଯେ ଏହି ବେମାରି ଯେତେ ଅଧିକ ଗମ୍ଭୀର, ପରିବର୍ତ୍ତନ ଏହାଠାରୁ ଵଡ|

ଗବେଷକଙ୍କ କହିବାନୁଯାୟୀ ପୁରୁଷ ପ୍ରଜନନ ପ୍ରଣାଳୀକୁ କୋଭିଡ-୧୯ ସଂକ୍ରମଣ ଏକ ସମ୍ବେଦନଶୀଳ ମାର୍ଗ ମାନାଯାଏ ଓ ଵିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ଭାବେ ପରିଚିତ|ଯଦିଓ ଏହା ଉପରେ ଆହୁରି ଗବେଷଣା ଆବଶ୍ୟକ|ବ୍ରିଟେନର କେୟାର ଫର୍ଟିଲିଟି ଗ୍ରୁପର ନିର୍ଦ୍ଦେଶକ କହିଛନ୍ତି ଶୁକ୍ରାଣୁର ଗୁଣବତ୍ତା ଓ ପୁରୁଷ ପ୍ରଜନନ କ୍ଷମତା ଉପରେ ସ୍ଥାୟୀ କ୍ଷତିର‌ କୈାଣସି ନିଶ୍ଚିତ ପ୍ରମାଣ ନାହିଁ|

ଏବେ ଓପନ ବାୟୋଲୋଜି ନାମକ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ କରୋନା ଭାଇରସ ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ବହୁତ ଖରାପ ପ୍ରଭାବ ପକାଇପାରେ,କାରଣ ଏହି ଭାଇରସ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି ଆକ୍ରାନ୍ତ କରିଥାଏ|ସେ ମଧ୍ୟ କହିଛନ୍ତି ଏହି ସଂକ୍ରମଣ ଯୈନ ସମ୍ବନ୍ଧ ଯୋଗୁଁ ମଧ୍ୟ ବ୍ୟାପିପାରେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *