ଘରଲୋକଙ୍କ ପାଇଁ ଚିନ୍ତିତ ଋଷଭ ପନ୍ତ ମାଗିଲେ ସାହାଯ୍ୟ, ଇରଫାନ ପଠାନ କହିଲେ-ଗୋଟିଏ କ୍ରିକେଟ ଗ୍ରାଉଣ୍ଡ କିଣି ନିଅ,ଜାଣନ୍ତୁ ପୁରା ଖବର

ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆର ବିଜୟର ହିରୋ ହୋଇଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଭାରତ ଫେରିସାରିଛନ୍ତି | ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ନିଜର ସୁପର ବ୍ୟାଟିଂ ସହ ସମସ୍ତଙ୍କ ହୃଦୟ ଜିତିଥିବା ପନ୍ତଙ୍କ ପାଇଁ ହଠାତ ସବୁକିଛି ବଦଳି ଯାଇଛି |

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରେ ମ୍ୟାଚ ଜିତି ଇନିଂସ ଖେଳିବା ପରେ ତାଙ୍କ ଫ୍ୟାନ୍ସ ଫୋଲୋଇଙ୍ଗ ମଧ୍ୟ ତୀବ୍ର ବୃଦ୍ଧି ପାଇଛନ୍ତି | କିଛି ସମୟ ପୂର୍ବରୁ ନିଜ ଫର୍ମ ପାଇଁ ସଂଘର୍ଷ କରୁଥିବା ପନ୍ତ ବର୍ତ୍ତମାନ ଟେଷ୍ଟ ଟିମରେ ନିଜର ଦାବିକୁ ଆହୁରି ଦୃଢ କରିଛନ୍ତି | ତାଙ୍କୁ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ଆସନ୍ତା ମାସରୁ ଘରୋଇ ଟେଷ୍ଟ ସିରିଜରେ ଖେଳିବାକୁ ପଡିବ | କିନ୍ତୁ ଏହା ପୂର୍ବରୁ ସେ ଗୋଟିଏ କଥାକୁ ନେଇ ବହୁତ ଚିନ୍ତିତ ଅଛନ୍ତି |

Google

ପନ୍ତ ଟ୍ୱିଟରରେ ନିଜର ସମସ୍ୟା କହି ଲୋକଙ୍କଠାରୁ ସାହାଯ୍ୟ ମାଗିଛନ୍ତି | ସେ ଗୁରୁବାର ଦିନ ନିଜର ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ କରି ଲେଖିଛନ୍ତି, ‘ଯେବେଠାରୁ ମୁଁ ଅଷ୍ଟ୍ରେଲିଆରୁ ଆସିଛି, ଘରଲୋକମାନେ ପଛରେ ପଡିଯାଇଛନ୍ତି ଯେ ବର୍ତ୍ତମାନ ଏକ ନୂତନ ଘର ନେବାପାଇଁ |ଗୁରୁଗାଓଁ ଠିକ ରହିବ କି ? ଅନ୍ୟ କୌଣସି ବିକଳ୍ପ ଅଛି ଯଦି କୁହ |’

ପନ୍ତଙ୍କ ଟ୍ୱିଟରେ ତାଙ୍କ ଫ୍ୟାନ୍ସ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିଛନ୍ତି ଏବଂ ତାଙ୍କୁ ବିଭିନ୍ନ ସ୍ଥାନର ନାମ କହିଛନ୍ତି | ଏଥିରେ ଏକ ଉତ୍ତର ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନଙ୍କର ମଧ୍ୟ ଆସିଛି | ପଠାନ ଥଟ୍ଟା କରି ପଚାରିଥିଲେ, କ୍ରିକେଟ ଗ୍ରାଉଣ୍ଡ କିଣିଲେ କେମିତି ହୁଅନ୍ତା ?

କୁହାଯାଉଛି ଯେ ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚର ଶେଷ ଦିନରେ ଭାରତ ଋଷଭ ପନ୍ତଙ୍କ ୮୯ ରନର ଅପରାଜିତ ଇନିଂସ ଯୋଗୁଁ ସଫଳତାର ସହ ୩୨୮ ରନକୁ ହାସଲ କରିଥିଲା | ଭାରତୀୟ ଟିମ ପ୍ରଥମ ଥର ପାଇଁ ଗାବାରେ ଜିତିଥିଲେ ଏବଂ ଏହାସହିତ ହିଁ ଲଗାତାର ଭାବରେ ଦ୍ୱିତୀୟ ଥର ବର୍ଡ଼ର ଗାଭସ୍କର ଟ୍ରଫି ମଧ୍ୟ ନିଜ ନାମରେ କରିଥିଲା |

ଋଷଭ ପନ୍ତ ଟେଷ୍ଟ ସିରିଜରେ ଭାରତ ତରଫରୁ ସର୍ବାଧିକ ରନ ସ୍କୋର କରିଥିବା ଖେଳାଳି ଥିଲେ | ସେ ତିନୋଟି ମ୍ୟାଚର ପାଞ୍ଚ ଇନିଂସରେ ହାରାହାରି ୬୮.୫୦ ରେ ୨୭୪ ରନ ସ୍କୋର କରିଥିଲେ |

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *