ଏଠାରେ ହୋଇଥାଏ ଭୂତ ମାନଙ୍କ ମେଳା । ଝାଡୁ ମାଡ଼ ଓ ଚୁଟି ଭିଡି ଭୂତକୁ କରାଯାଇଥାଏ ବାହାର । ଜାଣନ୍ତୁ କେଉଁଠାରେ ଚାଲିଛି ଏହି ଅନ୍ଧବିଶ୍ୱାସର ମେଳା ?

ବିଜ୍ଞାନ ଆଜି ଯେତେ ଆଗକୁ ବଢ଼ିଥାଉ ନ କାହିଁକି ଆଜିବି ଲୋକେ ଏହି ଅନ୍ଧବିଶ୍ୱାସକୁ ବିଶ୍ୱାସ ଦିଗରେ ମାନୁଛନ୍ତି । ଅନ୍ଧବିଶ୍ୱାସ ବନାମ ବିଶ୍ୱାସର ଏହି ଘଟଣା ମଧ୍ୟପ୍ରଦେଶର ବୈତୁଲରୁ ସାମ୍ନାକୁ ଆସିଥିଲା ।

ବୈତୁଳର ମଳାଜପୁର ଗ୍ରାମରେ ଗୁରୁ ବାବା ସାହେବଙ୍କ ସମାଧି ରହିଛି । ଯେଉଁଠାରେ ପୌଷ ମାସର ପୂର୍ଣ୍ଣିମାରେ ମେଳା ଲାଗିଥାଏ ଓ ବଡ଼ ମାତ୍ରାରେ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିଥାନ୍ତି । ଏହାସହ ସେଠାରେ ଏହା ମଧ୍ୟ ମାନ୍ୟତା ଥାଏ କି, ଯେଉଁ ଲୋକ ଭୂତ, ପ୍ରେତ, ନିଃସନ୍ତାନ ଓ ମାନସିକ ରୋଗରେ ପୀଡିତ ଥାଏ ତାଙ୍କର ଏଠାରେ ଚିକିତ୍ସା ହୋଇଥାଏ ।

Google

400 ବର୍ଷରୁ ଏହା ଚାଲିଆସୁଛି, ଏଠାରେ ବସିଥିବା ପୂଜାରୀ ମହିଳା ମାନଙ୍କର ଚୁଟି ଧରି ପଚାରିଥାଏ କଣ ହୋଇଛି ଓ ଏହାପରେ ବାବା ସାହେବଙ୍କ ଜୟ ଜୟକାର ହୋଇଥାଏ ।

ଏକ ବ୍ୟକ୍ତି ରାଜୀବଙ୍କ କହିବା କଥା ହେଲା, ତାଙ୍କ ଝିଅ ବହୁତ ବର୍ଷ ହେବ ଏକ ରୋଗରେ ପୀଡିତ ଓ ଲକ୍ଷ ଦେଢ଼ଲକ୍ଷ ଖର୍ଚ୍ଚ ହୋଇଗଲାଣି କିନ୍ତୁ ଠିକ ହୋଇପାରୁନାହିଁ । ଏମିତି ଲାଗୁଛି ତାଙ୍କ ଉପରେ କୌଣସି ପ୍ରେତ ବାସ କରୁଛି, ସେଥିପାଇଁ ତାଙ୍କୁ ଏଠାକୁ ସେ ଆଣିଛନ୍ତି ।

ଶ୍ରଦ୍ଧାଳୁ ସୁବାଷ ଯାଦବଙ୍କ କହିବା ହେଲା ଗୁରୁ ସାହେବ ବଂଜାରା ସମାଜର ଅଟନ୍ତି । ଯିଏକି ଗାଈ ଚରାନ୍ତି ଓ ତାଙ୍କ ପାଖରେ ଅଲୌକିକ ଶକ୍ତି ରହିଛି ଓ ତାଙ୍କର ଏଠାରେ ଜୀବିତ ସମାଧି ରହିଛି ।

Google

ସେହିପରି ଡ଼କ୍ଟର ରାଜନୀଶ ଶର୍ମାଙ୍କ କହିବା ହେଲା, ମାନସିକ ରୋଗ ଅଲଗା ଅଲଗା ପ୍ରକାର ହୋଇଥାଏ । ଚୁଟି ଧରି ଝାଡୁ ମାରିବା ଏହାଏକ ଅନ୍ଧବିଶ୍ୱାସ ଅଟେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *