ସଚିନଙ୍କ ଦୁଇଟି ରେକର୍ଡ଼ ଭାଙ୍ଗିସାରିଛନ୍ତି ଏହି ମହିଳା କ୍ରିକେଟର । ଦିନ ଥିଲା ଏକାଡେମୀରେ ସ୍ଥାନ ନମିଳିବାରୁ ପୁଅ ପିଲା ସାଜି ଟ୍ରେନିଂ ମଧ୍ୟକୁ କରିଥିଲେ ପ୍ରବେଶ,ଜାଣନ୍ତୁ ତାଙ୍କ ବିଷୟରେ କିଛି

ଭରତୀୟ ମହିଳା କ୍ରିକେଟ ଦଳର ସବୁଠାରୁ କମ ବୟସର ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ଜାନୁଆରୀ 28 ତାରିଖରେ ନିଜର 17 ବର୍ଷର ଜନ୍ମଦିନ ପାଳନ କରିଛନ୍ତି । ହରିଆନାର ରୋହତକ ଜିଲ୍ଲାର ଏହି ଖେଳାଳିଙ୍କୁ ଏକଦା ଏକାଡେମୀରେ ସ୍ଥାନ ମିଳୁନଥିଲା । ଏହାପରେ ତାଙ୍କ ପିତା ତାଙ୍କୁ ବାଳକ ପରି ଚୁଟି କଟାଇଥିଲେ ଓ ଏକାଡେମୀରେ ଆଡ଼ମିଶନ କରାଇଥିଲେ। ଏହି ତାରକା ବହୁତ କମ ବୟସରେ 19 ଟି t-20 ମ୍ୟାଚ ଖେଳିସାରିଛନ୍ତି । ଏହାସହ ସେ କ୍ରିକେଟ ଭଗବାନ ସଚିନ ତେନ୍ଦୁଲକରଙ୍କ ଦୁଇଟି ରେକର୍ଡ଼ ମଧ୍ୟ ଭାଙ୍ଗିସାରିଛନ୍ତି ।

ହରିଆନାର ରୋହତକ ଜିଲ୍ଲାରେ ଏହି ଖେଳାଳି ଜାନୁଆରୀ 28 ତାରିଖ 2004 ମସିହାରେ ଜନ୍ମଗ୍ରହଣ କରିଥିଲେ । ଟମ ବୟ ଲୁକ ପରି ଦେଖାଯାଉଥିବା ଏହି ଖେଳାଳି ଆଜି ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ।

Google

ସେପ୍ଟେମ୍ବର 24, 2019 ମସିହାରେ ସେ ସାଉଥ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥିଲେ ଓ ସେ ସବୁଠାରୁ କମ ବୟସର ମହିଳା ଥିଲେ ।

ଶେଫାଳି ଭାରତୀୟ ଦଳରେ ଡେବ୍ୟୁ କରିଥିବା ସମୟରେ ତାଙ୍କର ବୟସ 15 ବର୍ଷ ଥିଲା, ଯେବେକି ସଚିନ ତେନ୍ଦୁଲକର 16 ବର୍ଷ ବୟସରେ ଡେବ୍ୟୁ କରିଥିଲେ ।

ଶେଫାଳି ସଚିନ ତେନ୍ଦୁଲକରଙ୍କ ଆଉଏକ ରେକର୍ଡ଼ ଭାଙ୍ଗି ଦେଇଥିଲେ । ସେ 15 ବର୍ଷ ବୟସରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 49 ବଲରୁ 73 ରନ କରିଥିଲେ । ଯେବେ ସଚିନ ନିଜ କ୍ୟାରିଅରର ପ୍ରଥମ ଶତକ ମାରିଥିଲେ ସେତେବେଳେ ସେ 16 ବର୍ଷ ବୟସର ଥିଲେ ।

ଶେଫାଳି ଏପର୍ଯ୍ୟନ୍ତ ବହୁତ ମ୍ୟାଚ ଉଇନିଂ ପାଳି ଖେଳିସାରିଛନ୍ତି । ଶେଫାଳିଙ୍କ ଏହି ପାଳି ପାଇଁ ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲକର ନିଜେ ତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା ଜଣାଇଥିଲେ ।

ଜଣାଇଦେଉଛୁ କି, ଶେଫାଳି ନିଜର ଇଣ୍ଟରନାଶନାଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏମିତିକି ତାଙ୍କୁ ପୁଅ ହୋଇ ଖେଳିବାକୁ ପଡିଥିଲା ।

Google

ଶେଫାଳିଙ୍କ ପିତା କୁହନ୍ତି କି, ତାଙ୍କ ଝିଅକୁ ରୋହତକରେ ଆଡ଼ମିଶନ ମିଳୁନଥିଲା । ସେ ତାଙ୍କ ଝିଅକୁ ପୁଅ ପରି ବାଳ କଟାଇ ଖେଳାଇଥିଲେ ।

ଶେଫାଳି ଏପର୍ଯ୍ୟନ୍ତ ନିଜର ଇଣ୍ଟରନାଶନାଲ କ୍ୟାରିଅରରେ 19 ଟି t-20 ମ୍ୟାଚ ଖେଳିସାରିଛନ୍ତି ଓ ସେ 487 ରନ ମଧ୍ୟ କରିଛନ୍ତି । ଏଥିସହ 2ଟି ଅର୍ଧଶତକ ମଧ୍ୟ କରିସାରିଛନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *