ସ୍କିୟର ପଛେ ପଛେ ବ୍ୟକ୍ତି ଜଣଙ୍କୁ ଗୋଡ଼ାଇଲା ଭାଲୁ ! ପାଖରେ ଥିବା ଲୋକ ଜୋରରେ ଚିଲାଉଥିଲେ ଭାଲୁ ଭାଲୁ ..ଦେଖନ୍ତୁ ପୁରା ଭିଡ଼ିଓ

ଗୋଟିଏ ଭାଲୁକୁ ରୋମାନିଆ ଲୋକପ୍ରିୟ ପର୍ବତ ଅଞ୍ଚଳରେ ଏକ ସ୍କିୟର ପଛରେ ଗୋଡାଉଥିବାର ଦେଖାଗଲା । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ବ୍ୟକ୍ତି ସ୍କିଇଙ୍ଗ କରୁଥିଲା ଓ ତା’କୁ ଭାଲୁ ପଛରୁ ପିଛା କରୁଥିଲା । ଡେଲି ମେଲ ଖବର ମୁତାବିକ, ଏହି ଘଟଣା ଶନିବାର ଦିନ ରୋମାନିଆର ସବୁଠାରୁ ଉଚା ସହର ପ୍ରିଡିଲ ଠାରେ ହୋଇଥିଲା ।

ପିଛା କରୁଥିବା ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଭାଲୁଟି ସ୍କିୟର କରୁଥିବା ବ୍ୟକ୍ତିର ପିଛା ବିଲକୁଲ ଛାଡୁନଥିଲା । ସେହିପରି ଦୂରରେ ଛିଡା ହୋଇଥିବା ଲୋକ ବହୁତ ଚିଲାଉଥିଲେ ଓ ଏହି ଦୃଶ୍ୟ ଦେଖୁଥିଲେ ।

ଏହି ଫୁଟେଜ ଟ୍ୱିଟର, ରେଡ଼ିଜ ଭଳି ସୋସିଆଲ ମିଡିଆରେ ଶେୟର କରାଯାଇଥିଲା ଓ ଏହାକୁ ବହୁତ ଲୋକ ପସନ୍ଦ କରିଥିଲେ । ଜଣେ ୟୁଜର୍ସ ଲେଖିଥିଲେ, ଏହା ଏକ ଖରାପ ସ୍ୱପ୍ନ ଥିଲା । ଆଉଜଣେ ଲେଖିଥିଲେ, ଯାହା ହେଉ ଭାଲୁ ନିଜର ସନ୍ତୁଳନ ହରାଇନଥିଲା ।

ସ୍କିଇଙ୍ଗ କରୁଥିବା ବ୍ୟକ୍ତି ଜଣକ ବିନା କୌଣସି ଆଘାତରେ ଭାଲୁ ର ପିଛା ଛଡାଇଥିଲେ । ଏକ ବ୍ୟକ୍ତି digi24 କୁ ସୂଚନା ଦେଇ କହିଥିଲେ କି, ଉପସ୍ଥିତ ବୁଦ୍ଧି ଖଟାଇ ସ୍କିୟର ବ୍ୟକ୍ତି ଜଣକ ନିଜ ବ୍ୟାଗକୁ ଭାଲୁ ପାଖରେ ଫିଙ୍ଗି ଦେଇଥିଲେ ଯାହାଦ୍ୱାରା ସେ ବର୍ତ୍ତି ଯାଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *