ଲାଇଭ କ୍ରିକେଟ ମ୍ୟାଚରେ ଘଟିଥିଲା ଭୟଙ୍କର ଘଟଣା,ଜାଣନ୍ତୁ ସେ ଘଟଣା ବିଷୟରେ

୨୮ ଜାନୁଆରୀ ୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଡେଭିଡ ଲରେନସ। ସେ ଏତେ ଦୃତ ଗତିରେ ବୋଲିଂ କରୁଥିଲେ, ଯାହାକୁ ସାମ୍ନା କରିବାକୁ ବ୍ୟାଟସମ୍ୟାନ ଡରୁଥିଲେ। କିନ୍ତୁ,ଏକ ଦୁର୍ଘଟଣାକୁ ପାଇଁ ଅଧିକ ଦିନ ପର୍ଯ୍ୟନ୍ତ ବୋଲିଂ କରିପାରିଲେ ନାହିଁ। ଏହି ଘଟଣାଟି ୧୦ ଫେବୃଆରୀ ୧୯୯୨ ମସିହାରେ ଘଟିଥିଲା। ସେହି ସମୟରେ ସେ ଶ୍ରୀଲଙ୍କା ବିପକ୍ଷରେ ବୋଲିଂ କରୁଥିଲେ। ଆଉ ସେ ଫାଷ୍ଟ ବୋଲିଂ କରିବା ପାଇଁ ପ୍ରସିଦ୍ଧ ମଧ୍ୟ ଥିଲେ। ସେହି ସମୟରେ ସେ ଜୋରରେ ଦୌଡ଼ିକରି ଆସି ବଲ ପକାଇବା ସମୟରେ ତାଙ୍କ ଆଣ୍ଠୁ ମଡ କରି ଶବ୍ଦ ହୋଇଥିଲା, ଯାହାଦ୍ଵାରା ତାଙ୍କ ଆଣ୍ଠୁ ଭାଙ୍ଗି ଯାଇଥିଲା।

Google

ତାଙ୍କ ଆଣ୍ଠୁ ଏତେ ଜୋରରେ ଭାଙ୍ଗିବାର ଶବ୍ଦ କରିଥିଲା ଯେ, ଷ୍ଟାଡିୟମରେ ବସିଥିବା ଦର୍ଶକ ମଧ୍ୟ ଶୁଣି ପାରିଥିଲେ। ଡେଭିଡ ଲରେନସ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବା ପାଇଁ ୧୭ବର୍ଷ ବୟସରେ ଯୋଗ୍ୟତା ପାଇଥିଲେ। ଆଉ ସେ ତାଙ୍କର ବୋଲିଂ ଆକ୍ସନ ପାଇଁ ପ୍ରସିଦ୍ଧ ମଧ୍ୟ ଥିଲେ। ୧୯୮୮ ମସିହାରେ ଡେଭିଡ ଲରେନସ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପାଇଁ ମନୋନୀତ ହୋଇଥିଲେ। ଏହି ମ୍ୟାଚରେ ସେ ୩ଟି ୱିକେଟ ନେଇଥିଲେ ଓ ପରେ ତାଙ୍କୁ ଟିମରେ ସ୍ଥାନ ଦିଆଯାଇନଥିଲା।

୧୯୯୧ ମସିହାରେ ତାଙ୍କୁ ଇଂଲଣ୍ଡ ଅନ୍ତର୍ଜାତୀୟ ଟିମରେ ଭର୍ତ୍ତି କରାଯାଇଥିଲା। ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ମ୍ୟାଚ ଖେଳିଥିଲେ। ଆଉ ସେହି ମ୍ୟାଚରେ ସେ ମୋଟ ୧୦ଟି ୱିକେଟ ନେଇଥିଲେ। ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ଟିମରେ ପୁଣିଥରେ ସାମିଲ କରାଯାଇଥିଲା। ଲର୍ଡସରେ ଶ୍ରୀଲଙ୍କା ବିପକ୍ଷରେ ହେଉଥିବା ଟେଷ୍ଟ ମ୍ୟାଚରେ ସେ ଖେଳିଥିଲେ। ପ୍ରଥମ ଇନିଂସରେ ସେ ୨୭ ଓଭର ବୋଲିଂ କରି ଗୋଟିଏ ଓ୍ୱିକେଟ୍‌ ନେଇଥିଲେ।

Google

ଦ୍ୱିତୀୟ ଇଂନିସରେ ବୋଲିଂ କରିଥିବା ସମୟରେ କ୍ରିଜ ନିକଟରେ ତାଙ୍କ ଆଣ୍ଠୁ ମଡ କରି ଭାଙ୍ଗିଯାଇଥିଲା। ଆଣ୍ଠୁ ଭାଙ୍ଗିବାର ଶବ୍ଦ ଏତେ ଜୋରରେ ଥିଲା ଯେ, ଷ୍ଟାଡିୟମରେ ବସିଥିବା ଦର୍ଶକ ମାନଙ୍କୁ ମଧ୍ୟ ଶୁଣାଯାଇଥିଲା। ଫଳରେ, ଷ୍ଟେଚର ସାହାର୍ଯ୍ୟରେ ତାଙ୍କୁ ପଡିଆ ବାହାରକୁ ଅଣାଯାଇଥିଲା। ଏହି ଘଟଣା ପରେ ସେ ଆଉ ବୋଲିଂ କରିପାରିନଥିଲେ, ଯାହାଦ୍ଵାରା ୨୯ ବର୍ଷ ବୟସରେ ତାଙ୍କୁ ଦଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଆଉ ଏବେ ସେ, ବଡି-ବିଲ୍ଡିଂକୁ ନିଜର କ୍ୟାରିୟର ଭାବରେ ବାଛି ନେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *