ଧୋନୀଙ୍କ କ୍ୟାପଟେନସିପକୁ ନେଇ ସଚିନ କଲେ ବଡ଼ ଖୁଲାସା । କହିଲେ ସମସ୍ତ ଖେଳାଳିଙ୍କ ଠାରୁ ମୋତେ ଅଲଗା କରି ଦେଇଥିଲେ,ଆଉ..ଜାଣନ୍ତୁ ସଚିନ କଣ କଣ କହିଲେ ?

ସଚିନ ତେନ୍ଦୁଲକରଙ୍କୁ କିଏ ଅବା ନଜାଣେ, ନିଜ ସମୟରେ ସେ କ୍ରିକେଟ ଖେଳି ଆଲୋଚକଙ୍କ ମୁହଁ ବନ୍ଦ କରିଦେଉଥିଲେ। ଭାରତରେ ସଚିନଙ୍କୁ କ୍ରିକେଟର ଭଗବାନ ବୋଲି ମାନାଯାଏ, ଆଜି ଯୁବ ତାରକା ତାଙ୍କୁ ଆଦର୍ଶ ମାନି କ୍ରିକେଟ ଖେଳୁଛନ୍ତି । ସେ କ୍ରିକେଟରେ ସବୁ ଜିନିଷ ହାସଲ କରିଛନ୍ତି ଯାହାକି ଆଜିର କ୍ରିକେଟର ପାଇବାକୁ ଚାହୁଁଛି ।

ସଚିନ ମୁମ୍ବାଇରେ ନିଜର ଶେଷ ଟେଷ୍ଟ ମ୍ୟାଚ 2013 ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଏହା ସଚିନଙ୍କର 200 ତମ ଟେଷ୍ଟ ମ୍ୟାଚ ମଧ୍ୟ ଥିଲା । ସଚିନଙ୍କ ରିଟାୟାରମେଣ୍ଟ ସମୟରେ ତାଙ୍କର ପରିବାର ଷ୍ଟାଡିୟମରେ ଉପସ୍ଥିତ ଥିଲେ । ସଚିନ ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ, କେବେ ତାଙ୍କୁ ଲାଗିଥିଲା କି, ସେ ଆଉ କ୍ରିକେଟ ଖେଳିବେନାହିଁ ଓ ସେସମୟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ସମସ୍ତ କ୍ରିକେଟରଙ୍କୁ ତାଙ୍କ ଠାରୁ ଅଲଗା କରିଦେଇଥିଲେ ଯାହାକି ଏକ ଭାବୁକ ବିଷୟ ଅଟେ ।

Google

ସଚିନ ଏକ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଇଣ୍ଟରଭ୍ୟୁ ସମୟରେ କହିଥିଲେ, ମୁଁ ଅବସର ନେବାସମୟରେ ମୋ ପାଖରେ ପାଣି ବୋତଲ ରଖିଥିଲି । ମୋତେ ସେତେବେଳେ ଲାଗିଥିଲା ଏବେ ଏହା ହୋଇପାରିବ ନାହିଁ ଏବଂ ମୁଁ ଆଉ ଖେଳିପାରିବି ନାହିଁ ଯେତେବେଳେ ମହେନ୍ଦ୍ର ସିଂହ ଧୋନୀ ସମସ୍ତ ଖେଳାଳିଙ୍କୁ ମୋ ଠାରୁ ଅଲଗା କରିଦେଇଥିଲେ ।

ଧୋନୀ ତାଙ୍କୁ ସେତେବେଳେ କହିଥିଲେ ପାଜି ଆପଣ ଦୁଇ ମିନିଟ ପାଇଁ ଟିକେ ଦୂରକୁ ଯାଆନ୍ତୁ । ବୋଧହୁଏ ଏହି ଲୋକମାନେ ମୋର ଏହିଦିନକୁ ଭଲ କରିବାପାଇଁ କିଛି ପ୍ଳାନିଂ କରୁଥିଲେ । ଏହାପରେ ମୋତେ ଲାଗିଲା ଏହା ହେଉଛି ସଠିକ ସମୟ ମୋତେ ସନ୍ୟାସ ନେବାକୁ ହେବ । ଏହାପରେ ମୁଁ ଡ୍ରେସିଂ ରୁମ ଆଡ଼କୁ ଯିବାସମୟରେ ଭାବୁକ ହୋଇଯାଇଥିଲି ଓ ଡ୍ରେସିଂ ରୁମକୁ ଯାଇ ଏକା ବସିଗଲି ।

ଫିଲଡ଼ରେ ସେହି ସମୟରେ ମାଆ ଖେଳ ଦେଖିବାକୁ ଆସିଥିଲେ, ଏହାପୂର୍ବରୁ କେବେବି ମାଆ ମୋ ଖେଳ ଲାଇଭ ଦେଖିନଥିଲେ ସେଥିପାଇଁ ମୁଁ ଭାବୁକ ହୋଇଯାଇଥିଲି । ଯଦି କେହି ପରିବାର ଲୋକେ ମୋ ଖେଳ ଦେଖିବାକୁ ଆସିଥାନ୍ତି ସେତେବେଳେ ମୁଁ ତାଙ୍କୁ କହିଦେଇଥାଏ କୋଉଠି ନିଜକୁ ଲୁଚାଇ ଦେବାପାଇଁ ନଚେତ ମୋ ନଜର ମୋ ପରିବାର ସଦସ୍ୟଙ୍କ ଉପରେ ପଡିଲେ ମୁଁ ଖେଳିପାରେ ନାହିଁ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *