ଗୋଟିଏ କୁକୁର ଦେଲା ୫ଟି ଛୁଆ ଜନ୍ମ, ଲୋକେ କାର୍ଡ ଛପାଇ ନିମନ୍ତ୍ରଣ କରି ଧୁମଧାମରେ କଲେ ଭୋଜି ଭାତ,ନାଚଗୀତ,ଜାଣନ୍ତୁ ପୁରା ଖବର

ଚିତ୍ରକୁଟର ଖୋହିରେ ଗୋଟିଏ ପାଳିତ କୁକୁର ଜୁଲି 5ଟି କୁକୁର ଛୁଆକୁ ଜନ୍ମଦେଲା ଓ ଗ୍ରାମ ଲୋକେ ଧୂମଧାମରେ ଏହାକୁ ପାଳନ କରିଥିଲେ । ନିମନ୍ତ୍ରଣ କାର୍ଡ଼ ଛପାଯାଇ ସମ୍ପୂର୍ଣ୍ଣ ଗ୍ରାମର ଲୋକଙ୍କୁ ନିମନ୍ତ୍ରଣ କରାଗଲା । ଜାନୁଆରୀ 26 ତାରିଖର ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଗଲା।

ମୁସ୍ତାଫା ନାମକ ଏକ ବ୍ୟକ୍ତି ଏହା ଆୟୋଜନ କରିଥିଲା । ସେ ପଡୋଶୀ ଗ୍ରାମରୁ ଡ଼୍ୟାନ୍ସର ମଗାଇଥିଲେ ଓ ଧୂମଧାମରେ ପାଳନ କରାଯାଇଥିଲା । ଘରକୁ ଆସିଥିବା ଅତିଥି ପପିକୁ ଆଶୀର୍ବାଦ ମଧ୍ୟ କରିଥିଲେ ।

Google

ଏହାଶୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କୁକୁର ମାନଙ୍କ ଜନ୍ମ ଅବସରରେ କାର୍ଡ଼ ମଧ୍ୟ ଛପାଯାଇଥିଲା । ଏଥିରେ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ନାଚ ଗୀତର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିଲା ।

କୁହାଯାଉଛି ପ୍ରାୟ ୨ହଜାର ଲୋକଙ୍କ ପାଇଁ ନିମନ୍ତ୍ରଣ ପତ୍ର ଓ ଖାଇବା କରାଯାଇଥିଲା । ନାଚଗୀତ ସହିତ ଡିଜେ ମଧ୍ୟ ଆସିଥିଲା । ଜୁଲି ଓ ତା’ ଛୁଆକୁ ନୂଆ କପଡା ମଧ୍ୟ ପିନ୍ଧାଇ ଦିଆଯାଇଥିଲା ।

ଏହି ଗ୍ରାମରେ ଏମିତି କରିବାର ଏକ କାରଣ ରହିଛି । ପୂର୍ବ ସମୟରେ ଏହିଗ୍ରାମରେ ଖାଇବା ଅଭାବ ଓ ମରୁଡ଼ି ପଡିଥିଲା । ସେସମୟର କୁକୁର ମାନେ ଭଗବାନ ଗୈବିନାଥଙ୍କୁ ପ୍ରାର୍ଥନା କରିବା ଫଳରେ ଗ୍ରାମରେ ଅକାଳ ଚାଲିଯାଇଥିଲା । ସେବେଠାରୁ ପୁରା ଗ୍ରାମର କୁକୁର ମାନଙ୍କୁ ଭଲ ପାଆନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *