ପାହାଡ଼ରେ ଅବହେଳିତ ଭାବେ ପଡିଥିଲା ନବଜାତ ଶିଶୁ, କୁକୁର ବଞ୍ଚାଇଲା ଜୀବନ,ଜାଣନ୍ତୁ ପୁରା ଘଟଣା

ଏହି କାହାଣୀ ଟିକେ ଫିଲ୍ମ ପରି ଲାଗିବ | କିନ୍ତୁ ଏହା ସତ୍ୟ ଅଟେ | ଡିସେମ୍ବର ମାସ ଥିଲା | ପ୍ରତିଦିନ ପରି ଜୁନରେଲ ଫୁଏଣ୍ଟେସ ରେଭିଲା ନିଜ ମୋଟରସାଇକେଲରେ ଫିଲିପାଇନ୍ସର ସେବୁ ପାହାଡ ଦେଇ ଯାଉଥିଲେ | ଜଣାନାହିଁ ଅଚାନକ ଏକ କୁକୁର କେଉଁଠାରୁ ଆସିଲା ଏବଂ ତାଙ୍କ ପଛରେ ଦୌଡିବାକୁ ଲାଗିଲା | ସେ ଲଗାତାର ଭୁ-କୁ-ଥି-ଲା, କହିବାକୁ ଗଲେ ତ ଜୁନରେଲଙ୍କୁ ଅଟକାଇ ତାଙ୍କୁ କିଛି କହିବାକୁ ଚାହୁଁଥିଲା |

ଯେତେବେଳେ ଚାଲିଲେ କୁକୁର ପଛରେ :-

ଯେତେବେଳେ କୁକୁର ଭୁକିବା ବନ୍ଦ କରିନଥିଲା, ସେତେବେଳେ ଜୁନରେଲଙ୍କୁ ସ-ନ୍ଦେ-ହ ହେଲା | ସେ ବାଇକକୁ ଅଟକାଇଲେ ଏବଂ କୁକୁରକୁ ଅନୁସରଣ କଲେ | କୁକୁର ତାଙ୍କୁ ଏକ ଡମ୍ପିଂ ସାଇଟକୁ ନେଇଗଲା, ଯେଉଁଠାରେ ଏକ ଛୋଟ ଛୋଟ ପଥର ପଡ଼ିଥିଲା ​​| ଯେତେବେଳେ ଜୁନରେଲ ପାଖରୁ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ | କାରଣ ସେଠାରେ ଏକ ନବଜାତ ଶିଶୁ ଥିଲା ଯାହାକୁ କେହି ଜଣେ ଛାଡ଼ିଯାଇଥିଲା | କିନ୍ତୁ ସେହି ହିରୋ (କୁକୁର) କାରଣରୁ ସେହି ଶିଶୁଟି ମିଳିଲା, ଯାହା ଏକଦମ ସୁସ୍ଥ ଥିଲା |

ପ୍ରତ୍ୟେକଥର ମଣିଷ ହିରୋ ହୋଇନଥାଏ :-

ଜୁମରେଲ ଏହି ଘଟଣାର ସୂଚନା ନିକଟସ୍ଥ ପୋ-ଲି-ସ ଷ୍ଟେସନରେ ଦେଇଥିଲେ | ସେ ପୁରା କାହାଣୀ କହିଥିଲେ ଯେ ସେ ନବଜାତ ଶିଶୁ ପର୍ଯ୍ୟନ୍ତ କିପରି ପହଞ୍ଚିଲେ, ଯାହା ପରେ ସୋସିଆଲ ମିଡିଆରେ ଏହି ଖବର ବ୍ୟାପିଗଲା | ଏହା ପରେ ଲୋକମାନେ ବ୍ଲାକି ନାମକ ସେହି କୁକୁରକୁ ପ୍ରଶଂସା କଲେ, ଯାହାର ସାହସ ଏବଂ ବୁଦ୍ଧି କାରଣରୁ ଏକ ନିରୀହ ଜୀବନ ବଞ୍ଚିଗଲା | ଜନସାଧାରଣ କହୁଛନ୍ତି ଯେ ସବୁ ହିରୋ ଟୋପି ପିନ୍ଧନ୍ତି ନାହିଁ ଏବଂ ସବୁ ହିରୋ ମଣିଷ ହୋଇନଥାନ୍ତି !

କୁକୁରକୁ ସାହାଯ୍ୟ କରିବାପାଇଁ ପହଞ୍ଚିଲା ସଂଗଠନ :-

ପ୍ରଥମରେ କୁହାଯାଉଥିଲା ଯେ ବ୍ଲାକି ଅବହେଳିତ ଅଟେ | କିନ୍ତୁ ଯେତେବେଳେ ସେବୁରେ ପଶୁମାନଙ୍କର ରେସକ୍ୟୁ କରୁଥିବା ଲୋକେ ସରକାରୀ ସଂସ୍ଥା ହୋପ ଫର ଷ୍ଟ୍ରାଇସକୁ ବ୍ଲାକିର ଲୋକେସନ ମିଳିଲା, ସେତେବେଳେ ସେ ତାଙ୍କ ପାଖରେ ପହଞ୍ଚିଲେ | ସେ ଜାଣିବାକୁ ପାଇଲେ ଯେ କୁକୁରଟି ଅବହେଳିତ କିମ୍ବା ଅନାଥ ନୁହେଁ | କିନ୍ତୁ ସେ ଯେଉଁ ପରିବାର ସହ ରହୁଥିଲା, ତାଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ଏବଂ ସେମାନଙ୍କୁ ସାହାଯ୍ୟ ଦରକାର |

ସବୁ କୁକୁରଙ୍କର ନେଇଥାନ୍ତି ଯତ୍ନ :-

ସଂଗଠନକୁ ଚଳାଉଥିବା ଜିଏ ୟବରିଟା କହିଛନ୍ତି ଯେ ସେ ବ୍ଲାକିର ମାଲିକଙ୍କ ଏହି କଥାକୁ କେବେବି ଭୁଲି ପାରିବେ ନାହିଁ – କିଛି ଫରକ ପଡେନାହିଁ ଯେ ଜୀବନ କେତେ କଷ୍ଟକର ହୋଇଥାଏ | ହୁଏତ ମୁଁ ଗରିବ ହୋଇପାରେ | ମୁଁ ମୋର ସମସ୍ତ କୁକୁରକୁ ଖାଦ୍ୟ ଖୁଆଇଥାଏ ଏବଂ ସେମାନଙ୍କର ବହୁତ ଭଲ ଭାବେ ଯତ୍ନ ନେଇଥାଏ | ସେ କୁହନ୍ତି ଯେ ଯେତେବେଳେ ସେ ବ୍ଲାକିର ପରିବାର ସହିତ ଦେଖା କଲେ, ସେତେବେଳେ ତାଙ୍କୁ ଲାଗିଲା ଯେ ପ୍ରକୃତରେ ଏହି କୁକୁର ଏତେ ସୁନ୍ଦର ଏବଂ ବୁଦ୍ଧିମାନ କିପରି ଅଟେ |

Leave a Reply

Your email address will not be published. Required fields are marked *