ଭାରତ ବନାମ ଇଂଲଣ୍ଡ : ବୁମରାଙ୍କୁ ଭୟ କରୁଛନ୍ତି ଇଂଲଣ୍ଡର ଏହି ବ୍ୟାଟ୍ସମ୍ୟାନ । ଇଣ୍ଟରଭ୍ୟୁ ଜରିଆରେ ଦେଲେ ବଡ ବୟାନ,ଜାଣନ୍ତୁ ପୁରା ଖବର

ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ 5 ତାରିଖରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଚେନ୍ନାଇ ଠାରେ ଖେଳାଯିବ । ଏଥିପାଇଁ ଉଭୟ ଦଳ ଚେନ୍ନାଇରେ ପହଞ୍ଚି ସାରିଛନ୍ତି । ଏହିସମୟରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ବୁମରାଙ୍କୁ ନେଇ ଇଂଲଣ୍ଡର ସଲାମୀ ବ୍ୟାଟ୍ସମ୍ୟାନ ରୋରି ବର୍ନ୍ସ କହିଛନ୍ତି, ସେ ଜଣେ କଠିନ ବୋଲର ଓ ତାଙ୍କ ବିପକ୍ଷରେ ଖେଳିବାପାଇଁ ପ୍ଲାନିଂ ଆବଶ୍ୟକ ।

ରୋରି ବର୍ନ୍ସ କହିଛନ୍ତି, ବୁମରା ଏକ ଅଲଗା ପ୍ରକାରର ବୋଲର ତାଙ୍କୁ ସାମ୍ନା କରିବାପାଇଁ ପ୍ରଥମେ ପ୍ଳାନିଂ କରିବାକୁ ପଡିବ । ମୁଁ ତାଙ୍କୁ ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ କରୁଥିବାର ଦେଖିଥିଲି, ସେ ସଠିକ ଲାଇନ ଓ ଲେନ୍ଥରେ ବୋଲିଂ କରୁଛନ୍ତି। ଭାରତୀୟ ମାଟିରେ ତାଙ୍କ ବୋଲିଂର ସାମ୍ନା କରିବା ବହୁତ କଠିନ ହେବ ।

Google

ରୋରି ବର୍ନ୍ସ କହିଥିଲେ, ବୁମରାଙ୍କ ନେତୃତ୍ୱରେ ଭାରତୀୟ ଦ୍ରୁତ ବୋଲର ଆକ୍ରମଣ କରିବେ । ଉଇକେଟ ପାଇଁ ଦ୍ରୁତ ବୋଲିଂ ଏଠାରେ ଅନୁକୂଳ ଅଟେ । ଏହାପରେ ସେ ସ୍ପିନ ବୋଲିଂର ମତ ରଖିଥିଲେ ।

ରୋରି ବର୍ନ୍ସ ଏହାପରେ କହିଥିଲେ, ଆମକୁ ଇଂଲଣ୍ଡ ଏବଂ ୱେଲସ କ୍ରିକେଟ ବୋର୍ଡ ଏହି ପରିସ୍ଥିତିରେ କେମିତି ଖେଳିବାକୁ ହେବ ଓ ମାନସିକ ଭାବରେ କେମିତି ସୁଦୃଢ଼ ରହିବ ଏହାସମ୍ପର୍କରେ କହିଛନ୍ତି । ଆଶା କରାଯାଉଛି ମୁଁ ଏହାସହ ସକାରାତ୍ମକ ଭାବରେ ଆଗକୁ ବଢ଼ିବି ।

ଭାରତରେ ପହଞ୍ଚିଥିବା ଇଂଲଣ୍ଡ କ୍ରିକେଟ ଦଳ 6 ଦିନ ପାଇଁ ପୃଥକବାସରେ ରହିବ ଯାହାଦ୍ୱାରା ଫେବୃଆରୀ 5 ତାରିଖରେ ଆରମ୍ଭ ହେଉଥିବା ଟେଷ୍ଟ ସିରିଜରେ ଇଂଲଣ୍ଡକୁ ମାତ୍ର 3 ଦିନ ଅଭ୍ୟାସ ପାଇଁ ମିଳିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *