ଅଟୋ କମ୍ପାନୀ ତରଫରୁ ଧମାକା, ଏହି ଗାଡିଗୁଡିକ ଉପରେ ମିଳୁଛି ବଡ ଡ଼ିସକାଉଣ୍ଟ,କିଣିବା ପାଇଁ ଇଛୁକ ଥିଲେ ଜାଣି ନିଅନ୍ତୁ ସମ୍ପୂର୍ଣ ସୂଚନା

କରୋନା ସଂକ୍ରମଣ ସମୟରେ ଅଟୋ ଇଣ୍ଡଷ୍ଟ୍ରିକୁ ବଡ ଆର୍ଥିକ କ୍ଷତି ସହିବାକୁ ପଡିଛି, ଯାହାକୁ ପୁରା କରିବାପାଇଁ କମ୍ପାନୀଗୁଡିକ ଦିନରାତି କଠିନ ପରିଶ୍ରମ କରୁଛନ୍ତି | ଅଟୋ କମ୍ପାନୀଗୁଡିକ ବିକ୍ରୟ ବୃଦ୍ଧି ପାଇଁ ଗାଡ଼ିଗୁଡ଼ିକ ଉପରେ ବମ୍ପର ରିହାତି ଦେଉଛନ୍ତି | କମ୍ପାନୀଗୁଡିକ ଚାହୁଁଛନ୍ତି ଯେ ଯେକୌଣସି ଉପାୟରେ ଆର୍ଥିକ ଚକ୍ରକୁ ବଢାଯାଉ | ବର୍ତ୍ତମାନ ଅନେକ କାର କମ୍ପାନୀ ନିଜର ଗ୍ରାକକଙ୍କର ସୁବିଧାପାଇଁ ଏହି ମାସରେ ନିଜ କାର ଉପରେ ବଡ ଡ଼ିସକାଉଣ୍ଟ ଅଫର ଦେଉଛନ୍ତି |

ଏହାର କ୍ରମାନୁସାରେ ମାରୁତି ସୁଜୁକି, ରେନାଲ୍ଟ୍ ଏବଂ ଡାଟସନ ସାମିଲ ରହିଛି | ତେବେ ଏଠାରେ ଆପଣ ଦୁଇଟି କଥାକୁ ଧ୍ୟାନ ଦେବା ଜରୁରୀ ଅଟେ | ଏଥି ମଧ୍ୟରୁ ପ୍ରଥମଟି ଏହା ଯେ ଅଫରଗୁଡିକ ଜାନୁୟାରୀ ୩୧ତାରିଖ ୨୦୨୧ ପର୍ଯ୍ୟନ୍ତ ରହିଛି | ଏହା ବ୍ୟତୀତ ଏହି ଅଫରଗୁଡିକ ବିଭିନ୍ନ ରାଜ୍ୟ ଏବଂ ଡିଲରସିପରେ ପରିବର୍ତ୍ତନ କରାଯାଇପାରିବ |

Google

ଡାଟସନ ରେଡି -ଗୋ :-

ଏହି ମାସରେ ଡାଟସୁନର ରେଡି-ଗୋ ଉପରେ ଗ୍ରାହକମାନଙ୍କୁ ମୋଟ ୩୫,୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳୁଛି | କମ୍ପାନୀ ତରଫରୁ ଦିଆଯାଇଥିବା ଅଫର ଅନୁଯାୟୀ ଏହି କାର କ୍ରୟ ସମୟରେ ଗ୍ରାହକଙ୍କୁ ୧୫,୦୦୦ ଟଙ୍କାର କ୍ୟାସ ଡ଼ିସକାଉଣ୍ଟ ଏବଂ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ଦିଆଯାଉଛି | ଏହା ବ୍ୟତୀତ କର୍ପୋରେଟ କର୍ମଚାରୀମାନେ ଏହି କାରରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ପାଇପାରିବେ | ଏକ୍ସ-ଶୋ’ରୁମରେ ଗାଡିର ମୂଲ୍ୟ ୨.୮୬ ଲକ୍ଷ ଟଙ୍କା ଅଟେ, ଯାହା ଏହାର ଟପ ଏଣ୍ଡ ଭାରିଆଣ୍ଟରେ ୪.୮୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ |

ମାରୁତି ସୁଜୁକି ଆଲ୍ଟୋ :-

ଏହି ଗାଡିରେ ଗ୍ରାହକଙ୍କୁ ମୋଟ ୩୪,୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ଦିଆଯାଉଛି | ଏଥିମଧ୍ୟରେ ୧୫,୦୦୦ ଟଙ୍କାର କ୍ୟାସ ଡ଼ିସକାଉଣ୍ଟ ଏବଂ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ସାମିଲ ଅଛି | ଏହା ବ୍ୟତୀତ ଏହା ଉପରେ ୪,୦୦୦ ଟଙ୍କା ପର୍ଯ୍ୟନ୍ତ କର୍ପୋରେଟ ବୋନସ ଦିଆଯାଉଛି |

ରେନାଲ୍ଟ କ୍ୱିଡ :-

ରେନାଲ୍ଟ କ୍ୱିଡ ଉପରେ ଗ୍ରାହକମାନଙ୍କୁ ମୋଟ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ଦିଆଯାଉଛି | ଏଥିରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ କର୍ପୋରେ ବୋନସ କିମ୍ବା ସ୍ପେସିଆଲ ବୋନସ ସାମିଲ ଅଛି | ଏହା ବ୍ୟତୀତ କମ୍ପାନୀ ତରଫରୁ ଗ୍ରାହକଙ୍କୁ ୫.୯୯ ପ୍ରତିଶତ ସୁଧ ହାରରେ ଲୋନ ମଧ୍ୟ ଦିଆଯାଉଛି |

Google

୨୦,୦୦୦ ଟଙ୍କାର କ୍ୟାସ ଡ଼ିସକାଉଣ୍ଟ ଏବଂ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ମିଳୁଛି | ଏହା ବ୍ୟତୀତ କମ୍ପାନୀ ତରଫରୁ ଏହା ଉପରେ ୧୦,୦୦୦ ଟଙ୍କାର ଲାୟଲ୍ଟି ବୋନସ ମଧ୍ୟ ଦିଆଯାଉଛି | ସେହିପରି କର୍ପୋରେଟ କର୍ମଚାରୀମାନଙ୍କୁ ଏହାର କ୍ରୟ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ଏବଂ ଗ୍ରାମୀଣ ଗ୍ରାହକଙ୍କୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଡ଼ିସକାଉଣ୍ଟ ମିଳିପାରିବ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *