ଆଜି ଓ କାଲି ବର୍ଷା ହୋଇପାରେ, ବର୍ଷା ପରେ ବଢିପାରେ ଶୀତ

ଆଜି ଓ କାଲି ରାଜ୍ୟରେ କିଛି ଜାଗାରେ ଘଡ଼ଘଡ଼ି ହେବାସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିପାରେ ବୋଲି ସମ୍ଭାବନା ରହିଛି।

ସୋଆ ଜଳବାୟୁ ଓ ପରିବେଶ(ସିଇସି) କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ବାୟୁମଣ୍ଡଳର ଉପରଭାଗରେ ପଶ୍ଚିମରୁ ପୂର୍ବ ଆଡ଼କୁ ଏକ ଟ୍ରଫଲାଇନ ଲମ୍ବିଛି। ଏହାସହିତ,ବଙ୍ଗୋପସାଗର ଉପରେ ଗୁରୁଚାପ ଥିବାରୁ ରାଜ୍ୟକୁ ଜଳୀୟବାଷ୍ପ ଆସୁଥିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ରାତିରେ ରାଜ୍ୟରେ ଘଡଘଡି ସହିତ ବର୍ଷା ହୋଇପାରେ। ବର୍ଷା ଛାଡ଼ିବା ପରେ ରାଜ୍ୟରେ ରାତ୍ରିର ତାପମାତ୍ରା ପୁଣି କମିଯିବ। ଯାହାଦ୍ବାରା ଶିତର ପ୍ରକୋପ ବଢିଯିବ। ଆସନ୍ତା ୫ ତାରିଖ ସମୟରେ ଆଉ ଏକ ଟ୍ରଫଲାଇନ ରହିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା ହୋଇପାରେ। ବର୍ଷା ପରେ ପୁଣି ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

Google

ଆଞ୍ଚଳିକ ପାଣିପାଗ ବିଭାଗ କହିବା ଅନୁସାରେ, ରାଜ୍ୟରେ ଏବେ ଶୀତର ପ୍ରକୋପ କମିଛି। ଏବେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ରହିଛି। ଆଜି ସକାଳେ ନୟାଗଡ଼,କଳାହାଣ୍ଡି,କନ୍ଧମାଳ,ମାଲକାନଗିରି,ରାୟଗଡ଼ା,ମୟୂରଭଞ୍ଜ,କୋରାପୁଟ ଓ ନବରଙ୍ଗପୁର ଅଞ୍ଚଳରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ଶୁକ୍ରବାର ଦିନ କେନ୍ଦୁଝର,ସୁନ୍ଦରଗଡ,ଝାରସୁଗୁଡ଼ା,ବାଲେଶ୍ଵର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ। କିନ୍ତୁ, ଅନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିପାରେ।

ଶୁକ୍ରବାର ରାତି ଓ ଶନିବାର ସକାଳେ ଝାରସୁଗୁଡ଼ା,କେନ୍ଦୁଝର,ସୁନ୍ଦରଗଡ,ଅନୁଗୁଳ ଓ ମୟୂରଭଞ୍ଜରେ କୁହୁଡି ହେବାର ଆଶଙ୍କା ରହିଛି। ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡି ରହିପାରେ। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତ୍ରିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ୩ରୁ ୪ଡିଗ୍ରୀ ସେଲସିୟସ ତାପମାତ୍ରା ରହିବ ଏବଂ ଅନ୍ୟ ଅଞ୍ଚଳରେ ତାପମାତ୍ରା ୨ରୁ ୩ଡିଗ୍ରୀ ରହିବ। ଯାହାଦ୍ବାରା ଶୀତ ସାମାନ୍ୟ ବଢିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *