ଅଳିଆ ଉଠାଉଥିବା ମହିଳା ବଞ୍ଚାଇଲେ କୁକୁରର ଜୀବନ, ତା’ପରେ ଏପରି ଭାବରେ ପାର କରାଇଥିଲେ ରାସ୍ତା,ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି | ଜଣେ ଅଳିଆ ଉଠାଉଥିବା ମହିଳା କୁକୁରର ଜୀବନ ବଞ୍ଚାଇଲେ | ଇଣ୍ଟରନେଟରେ ଏହି ଭିଡିଓଟିକୁ ବହୁତ ପସନ୍ଦ କରାଯାଉଛି | ଟ୍ୱିଟର ବ୍ୟତୀତ ଏହାକୁ ଇନଷ୍ଟାଗ୍ରାମ ଏବଂ ଫେସବୁକ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ସେୟାର କରାଯାଉଛି | ଆଇଏଏସ ଅଫିସର ଅବନିଶ ଶରଣ ଏହି ଭିଡିଓକୁ ସେୟାର କରିଛନ୍ତି ଏବଂ ପ୍ରତିକ୍ରିୟା ଦେଇଛନ୍ତି |

ଭିଡିଓରେ ଦେଖାଯାଇପାରେ ଯେ ମହିଳାଙ୍କ ହାତରେ ଏକ ବ୍ୟାଗ ଅଛି, ଯେଉଁଥିରେ ଅଳିଆ ଆବର୍ଜନା ରଖାଯାଇଛି | ତାଙ୍କ ପାଖରେ ହିଁ ଏକ କୁକୁର ରାସ୍ତା ପାର ହେଉଥାଏ | ଠିକ ସେତିକିବେଳେ ସାମ୍ନାରୁ ଏକ ଗାଡି ଆସିଯାଏ | ମହିଳାଜଣକ କୁକୁରକୁ ବଞ୍ଚାଇଲେ ଏବଂ ତାକୁ ରାସ୍ତା ପାର କରାଇଲେ | ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଭିଡିଓକୁ ରେକର୍ଡ କରିଥିଲେ |

ଆଇଏଏସ ଅଫିସର ଅବନୀଶ ଶରଣ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମାନବିକତା’ ଏବଂ ଏହାସହିତ ସେ ହାର୍ଟ ଇମୋଜୀ ମଧ୍ୟ ସେୟାର କରିଛନ୍ତି |

ଦେଖନ୍ତୁ ଭିଡିଓ :-

ଏହି ଭିଡିଓକୁ ଅବନୀଶ ଶରଣ ଜାନୁଆରୀ ୨୫ତାରିଖରେ ସେୟାର କରିଥିଲେ, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ଭ୍ୟୁ ହୋଇସାରିଛି | ଏହାସହିତ ୩ ହଜାରରୁ ଅଧିକ ଲାଇକ ଏବଂ ୩୦୦ ରୁ ଅଧିକ ରି-ଟ୍ୱିଟ କରାଯାଇଛି | ଲୋକମାନଙ୍କୁ ଏହି ଭିଡିଓ ବହୁତ ଭଲ ଲାଗୁଛି | ଲୋକମାନେ ମହିଳାଙ୍କୁ ବହୁତ ପ୍ରଶଂସା କରୁଛନ୍ତି | ଟ୍ୱିଟରରେ କମେଣ୍ଟ ସେକ୍ସନରେ ଲୋକମାନେ ଏପରି ପ୍ରତିକ୍ରିୟା ଦେଇଛନ୍ତି…

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

 

Leave a Reply

Your email address will not be published. Required fields are marked *