ଏହି ୧୨ ଲକ୍ଷ କୃଷକଙ୍କ ପାଇଁ ଜାରି ହେବାକୁ ଯାଉଛି କିଷାନ କ୍ରେଡିଟ କାର୍ଡ, ଜାଣନ୍ତୁ କେମିତି ଆବେଦନ କରିବେ ?

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ (କେସିସି) ଦିଆଯାଏ | ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ କୃଷକଙ୍କୁ ଏହାର ସୁବିଧା ଦିଆଯାଇଛି | ଏହି କ୍ରମରେ ବର୍ତ୍ତମାନ ଉତ୍ତରପ୍ରଦେଶର ୧୨ ଲକ୍ଷ ଚାଷୀଙ୍କୁ ଏହି କାର୍ଡ ଜାରି କରାଯାଉଛି | ଏହି କାର୍ଡ ମାଧ୍ୟମରେ ଏହି କୃଷକମାନଙ୍କୁ ମଧ୍ୟ ରିହାତି ହାରରେ ଋଣ ମିଳିପାରିବ |

ରାଜ୍ୟ ସରକାର ୧୨ ଲକ୍ଷ ଚାଷୀଙ୍କୁ କେସିସି ଜାରି ବା ପ୍ରଦାନ କରିବାକୁ ପ୍ରସ୍ତୁତି କରିଛନ୍ତି | ଫାଇନାନସିଲ ଇୟର ୨୦୨୦-୨୧ମଧ୍ୟରେ ୧୯ ଲକ୍ଷରୁ ଅଧିକ ଚାଷୀଙ୍କୁ କେସିସିରେ ୨୪ ହଜାର କୋଟିରୁ ଅଧିକ ଲୋନ ରିହାତି ମୂଲ୍ୟରେ ଦିଆଯାଇଛି | ସରକାର କୃଷକମାନଙ୍କୁ ଏହା ମାଧ୍ୟମରେ ୭ ପ୍ରତିଶତ ମୂଲ୍ୟ ହାରରେ ଲୋନ ଅଫର କରିଥାନ୍ତି |

Google

କୃଷକମାନଙ୍କୁ ଏହା ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କୌଣସି ଗ୍ୟାରେଣ୍ଟି ବିନା ଦିଆଯାଏ | ସେହିପରି ୫ ବର୍ଷରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ସର୍ଟ ଟର୍ମ ଲୋନ ଦିଆଯାଇଥାଏ, ତେବେ ଚାଷୀଙ୍କୁ ଏଥିପାଇଁ ପ୍ରଥମେ ନିଜେ ଆବେଦନ କରିବାକୁ ପଡିବ, ତେବେ ଯାଇ ସେମାନଙ୍କୁ ଏହି କାର୍ଡ ମିଳିବ | ଶସ୍ତା ହାରରେ ଋଣ ଯୋଗାଇ ସରକାର ଚାଷୀଙ୍କ ଆୟରେ ବୃଦ୍ଧି କରିବାକୁ ଚାହୁଁଛନ୍ତି ଏବଂ ଏହାସହିତ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଧ୍ୟ ମଜବୁତ କରିବାକୁ ଚାହୁଁଛନ୍ତି |

ଏହି କାର୍ଡ ପାଇଁ କୃଷକମାନଙ୍କୁ ସମବାୟ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ ସହିତ ଯୋଗାଯୋଗ କରିପାରିବେ | ଏହା ବ୍ୟତୀତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ମଧ୍ୟ ଏହି କାର୍ଡ ନିଆଯାଇପାରିବ |

ଏଥିମଧ୍ୟରୁ ଆପଣ ଯେଉଁ ବ୍ୟାଙ୍କରୁ କ୍ରେଡିଟ କାର୍ଡ ପାଇବାକୁ ଚାହୁଁଛନ୍ତି ସେହି ବ୍ୟାଙ୍କର ୱେବସାଇଟରେ ଭିଜିଟ କରିପାରିବେ |ୱେବସାଇଟରେ ଆପଣଙ୍କୁ କିଷାନ କ୍ରେଡିଟ କାର୍ଡ ସେକ୍ସନ ଉପରେ କ୍ଲିକ କରିବାକୁ ପଡିବ | ଏଠାରୁ ଆବେଦନ ଫର୍ମ ଡାଉନଲୋଡ କରି ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ଜମା କରନ୍ତୁ |

Google

ଲୋନ ଅଧିକାରୀ ଆପଣଙ୍କ ସହ କଥା ହେବେ ଏବଂ ଯଦି ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ, ଯୋଗ୍ୟତା ସଠିକ ବୋଲି ଜଣାପଡେ, ତେବେ ଲୋନ ଅନୁମୋଦନ ହେବା ସହିତ ଆପଣଙ୍କୁ କାର୍ଡ ଠିକଣାକୁ ପଠାଯିବ | ଧ୍ୟାନଦେବେ ଯେ ଲୋନ ଅଧିକାରୀ ଆପଣଙ୍କଠାରୁ ପୁରୁଣା କୃଷି ଲୋନ ବିଷୟରେ ସୂଚନା ମାଗିବେ | ଚାଷ ସହିତ ଜଡିତ ଯେକୌଣସି ବ୍ୟକ୍ତି ଚାହିଁଲେ, ସେ ନିଜ କ୍ଷେତରେ ଚାଷ କରୁଛନ୍ତି କିମ୍ବା ଅନ୍ୟର ଜମିରେ କାମ କରୁଛନ୍ତି, ତେବେ ମଧ୍ୟ ସେ କେସିସି କରିପାରିବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *