ଭାରତୀୟ ରେଲୱେ ଆରମ୍ଭ କଲା ନୂଆ ସୁବିଧା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ରାସ୍ତାରେ ଭାରତୀୟ ରେଲୱେ ନିଜକୁ ଦୃଢତାର ସହିତ ଆଗକୁ ବଢ଼ାଇବାରେ ଲାଗିଛି। ରେଲୱେ ଯାତ୍ରୀଙ୍କ ସୁବିଧା ପାଇଁ ଆଉ ଏକ ନୂଆ ସୁବିଧା ଉପଲବ୍ଧ କରିଛି। ଯାହାଦ୍ବାରା ଲୋକଙ୍କୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ନିଜର ଲଗେଜ ବୋହିନେବାକୁ ଚିନ୍ତା କରିବାକୁ ପଡ଼ିବନାହିଁ। ରେଲୱେ ନିଜର ଯାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତି ନେଇଛି। ଯାହା ସାହାର୍ଯ୍ୟରେ ଯାତ୍ରୀଙ୍କ ଜିନିଷ ଘରୁ ସିଧା ଟ୍ରେନର ବର୍ଥ ପର୍ଯ୍ୟନ୍ତ ପହଁଞ୍ଚିଯିବ। ଭାରତୀୟ ରେଲୱେର ଏହି ସେବାକୁ “ଏଣ୍ଡ ଟୁ ଏଣ୍ଡ ଲଗେଜ୍” ସର୍ଭିସରେ ନାମକରଣ କରାଯାଇଛି। ଅହମ୍ମଦାବାଦରେ ଏହାର ଶୁଭାରମ୍ଭ ମଧ୍ୟ କରାଯାଇଛି। ପଶ୍ଚିମ ରେଲୱେର ଅଫିସିଆଲ ଟୁଇଟର ସାଇଟରେ ଟୁଇଟ କରି କହିଛନ୍ତି ଯେ, ପଶ୍ଚିମ ରେଲୱେର ଅହମ୍ମଦାବାଦ ରେଲୱେ ଷ୍ଟେସନରେ http://Bookbaggage.com ଦ୍ୟାରା ଏଣ୍ଡ ଟୁ ଏଣ୍ଡ ଲଗେଜ ସେବା ଆରମ୍ଭ କରାଯାଇଛି।

Google

ଅନ୍ୟ ଷ୍ଟେସନ ମାନଙ୍କରେ ମଧ୍ୟ ଅଭଳି ସୁବିଧା ଉପଲବ୍ଧ କରାଯିବ। ଏହି ସେବା ଦ୍ଵାରା, ସେହିମାନେ ଉପକୃତ ହେବେ, ଯେଉଁମାନେ ଯାତ୍ରା ସମୟରେ ଅଧିକ ଜିନିଷ ନେଇ ଯାତ୍ରା କରିଥାନ୍ତି। ଏହାର ମୂଲ୍ୟ ନିର୍ଦ୍ଧାରିତ କରାଯିବ ଜିନିଷର ଓଜନ ଉପରେ। ଭାରତୀୟ ରେଲୱେ(ଆଇଆରସିଟିସି) ନିଜର ଇ-ଖାଦ୍ୟପେୟ ସେବାକୁ ଆଗାମୀ ମାସରେ ଆରମ୍ଭ କରିବ। କୋଭିଡ୍-୧୯ ମହାମାରୀରୁ ରକ୍ଷା ପାଇବା ପାଇଁ ୨୨ ମାର୍ଚ୍ଚ ୨୦୨୦ରୁ ଇ-ଖାଦ୍ୟପେୟ ସେବାକୁ ବନ୍ଦ କରି ଦିଆଯାଇଥିଲା।

ଭାରତୀୟ ରେଳୱେ ଖାଦ୍ୟପେୟ,ପର୍ଯ୍ୟଟନ ଓ ଅନଲାଇନ ଟିକେଟ ପାଇଁ ଆଇଆରସିଟିସି ନିଜର ଇ-ଖାଦ୍ୟପେୟ ସୁବିଧାକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ଆଇଆରସିଟିସି କହିବା ଅନୁସାରେ, ଫେବୃଆରୀ ମାସରୁ ଇ-ଖାଦ୍ୟପେୟ ସେବା ପୁନଃଭାବରେ ଆରମ୍ଭ କରାଯାଉଛି। ପ୍ରଥମରୁ, ପ୍ରାୟ ୨୫୦ଟି ଟ୍ରେନ ପାଇଁ ପ୍ରାୟ ୩୦ ରେଲୱେ ଷ୍ଟେସନରେ ଏହି ସେବା ଆରମ୍ଭ କରାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *