ଇଂଲଣ୍ଡ ସିରିଜ ପୂର୍ବରୁ ବିରାଟ କୋହଲି ବି-ପ-ଦରେ , କେରଳ ହାଇକୋର୍ଟ ପଠାଇଲା ନୋଟିସ,ଜାଣନ୍ତୁ ପୁରା ଖବର

ବିରାଟ କୋହଲି ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ପ୍ରତ୍ୟାବର୍ତ୍ତନ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି, କିନ୍ତୁ ଏହା ପୂର୍ବରୁ କେରଳ ହାଇକୋର୍ଟ ଅନଲାଇନ୍ ରମି ଗେମକୁ ପ୍ରୋମୋଟ କରିବା ଉପରେ ଏକ ନୋଟିସ ଜାରୀ କରିଛି। ବିରାଟ କୋହଲିଙ୍କୁ ଦୁନିଆର ସବୁଠୁ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରେ ଗଣନା କରାଯାଏ। ଓ ତାଙ୍କର ପ୍ରଶଂସକଙ୍କ ସଂଖ୍ୟାରେ କୌଣସି ଅଭାବ ନାହିଁ। ଗତ ବର୍ଷ ସେ ସେଲିବ୍ରିଟି ବ୍ରାଣ୍ଡ ଏଣ୍ଡୋରସମେଣ୍ଟ ସୂଚୀରେ ଟପରେ ଥିଲେ।

କେରଳ ହାଇକୋର୍ଟ ଅନଲାଇନ ରମି ଗେମ ଉପରେ ପ୍ରତିବନ୍ଧକ ଲଗାଇ ଏକ ୟାଚିକାରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତଥା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ ଓ ଅଜୁ ବର୍ଗିଜଙ୍କୁ ନୋଟିସ ପଠାଇଛି। ଆ-ରୋ-ପ ହେଉଛିକି ଏମାନେ ବ୍ରାଣ୍ଡ ଆମ୍ବାସଡର ହୋଇ ଯୁବକ ମାନଙ୍କୁ ନି-ଶା-ଗ୍ର-ସ୍ତ କରିବା ପାଇଁ ମହତ୍ବପୂର୍ଣ ଭୂମିକା ଗ୍ରହଣ କରନ୍ତି। ମୁଖ୍ୟ ନ୍ୟାୟାଧିଷ ଏସ. ମଣିକୁମାର ଓ ଜଷ୍ଟିସ ଅନିଲ କେ. ନରେନ୍ଦ୍ରନ ପୀଠ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ଉତ୍ତର ମାଗିଛି।

Google

ତ୍ରିଶୁର ନିବାସୀ ପାଉଲି ବଡକ୍କନ ହାଇକୋର୍ଟରେ ଭି-ଯୋ-ଗ- କରିଛନ୍ତିକି ଦେଶରେ ଅନେକ ଲୋକ ଏହି ଅନଲାଇନ ଗେମରେ ବଡ଼ ରାଶି ହରାଇବା ପରେ ନିଜର ଜୀ-ବ-ନ ହରାଉ-ଛନ୍ତି। ସେଥିପାଇଁ ଏହି ଗେମ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍। କିଛିଦିନ ପୂର୍ବେ ୨୭ ବର୍ଷୀୟ ବିନିତ ନାମକ ଜଣେ ଯୁବକ ୨୧ ଲକ୍ଷ ଟଙ୍କା ହରାଇବା ପରେ ଥିରୁଅନନ୍ତପୁରମର କୁଟ୍ଟିଚଳରେ ଆ-ତ୍ମ-ହ-ତ୍ୟା କରିଥିଲେ। ୩୨ ବର୍ଷୀୟ ସାଜେଶ କହିଲେକି ଏହି ମାମଲାରେ ହାଇକୋର୍ଟର ହସ୍ତକ୍ଷେପ ସ୍ବାଗତ ଯୋଗ୍ୟ। କାରଣ ମୁଁ ଏମିତି ଲୋକଙ୍କୁ ଜାଣିଛି ଯେଉଁମାନେ ବଡ ମୂଲ୍ୟର ରାଶି ହରାଇଛନ୍ତି। ମୁଁ ନିଜେ ୬ ଲକ୍ଷ ଟଙ୍କା ହରାଇଛି।

ସେ ଆଗକୁ କହିଲେକି ଗେମ ପ୍ରତି ଯୁବକଙ୍କୁ ଆକର୍ଷିତ କରିବା ପାଇଁ ବ୍ରାଣ୍ଡ ଆମ୍ବାସଡରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଓ ସେମାନଙ୍କୁ ଏଥିପାଇଁ ବହୁତ୍ ଶୀଘ୍ର ମଧ୍ୟ ଅଭ୍ୟାସ ହୋଇଯାଏ। ମୋତେ ନିଜକୁ ଏଥିରୁ ବାହାରିବା ପାଇଁ ଡାକ୍ତରଙ୍କ ଚିକିତ୍ସା ନେବାକୁ ପଡ଼ିଲା। ଏଥିପାଇଁ କୋର୍ଟକୁ ଏହି ଗେମ ଉପରେ ନିଶ୍ଚିତ ଭାବରେ ପ୍ରତିବନ୍ଧକ ଲଗାଇବା ଉଚିତ। ଆପଣଙ୍କୁ ଜଣାଇ ଦେଉଛୁକି ବିରାଟ କୋହଲି ଅଷ୍ଟ୍ରେଲିଆ ବିରୁଦ୍ଧରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପରେ ଭାରତ ପଳେଇ ଆସିଥିଲେ। ୨୦୨୧ରେ ଇଂଲଣ୍ଡ ବିରୁଦ୍ଧରେ ସେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଭାରତକୁ ଇଂଲଣ୍ଡ ବିରୁଦ୍ଧରେ ଚାରୋଟି ଟେଷ୍ଟ ସିରିଜ ପରେ ପାଞ୍ଚୋଟି ଟି-୨୦ ମ୍ୟାଚ ଓ ତିନୋଟି ଦିନକିଆ ସିରିଜରେ ଖେଳିବାକୁ ପଡ଼ିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *