ରାହୁଲ ଦ୍ରାଭିଡଙ୍କୁ ପଛରେ ପକାଇବେ ବିରାଟ କୋହଲି । ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ କରିବାକୁ ହେବ ଏହି କାମ,ଜାଣନ୍ତୁ ପୁରା ଖବର

ଭାରତ କରୋନା କାଳ ମଧ୍ୟରେ ପ୍ରଥମ ଥର କୌଣସି ସିରିଜ ନିଜ ଦେଶରେ ଅନୁଷ୍ଠିତ କରାଇବାକୁ ଯାଉଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ, ପରେ t-20 ଓ ଏହାପରେ ଦିନିକିଆ ସିରିଜ ଖେଳାଯିବ । ପିତୃତ୍ୱ ଅବକାଶରେ ଥିବା ବିରାଟ କୋହଲି ପୁଣି ଦଳକୁ ଫେରିବେ । ଏହି ସିରିଜରେ କୋହଲି ନିଜ ନାମରେ ଏକ ବଡ଼ ରେକର୍ଡ଼ ତିଆରି କରିପାରନ୍ତି ।

ନିଜର 11 ବର୍ଷର ଟେଷ୍ଟ କ୍ୟାରିଅର ମଧ୍ୟରେ ବିରାଟ କୋହଲି 7318 ରନ ବନାଇସାରିଛନ୍ତି । ଇଂଲଣ୍ଡ ବିପକ୍ଷରେ ସେ 19 ଟି ଟେଷ୍ଟରୁ 1570 ରନ କରିଛନ୍ତି । ଆଗାମୀ ସିରିଜରେ ଯଦି ସେ 381 କିମ୍ବା ଏହାଠାରୁ ଉର୍ଦ୍ଧ୍ବ ରନ ବନାନ୍ତି ତାହେଲେ ସେ ରାହୁଲ ଦ୍ରାଭିଡଙ୍କ ରେକର୍ଡ଼ ଭାଙ୍ଗିଦେବେ । ଇଂଲଣ୍ଡ ବିପକ୍ଷରେ ରନ ସ୍କୋରରେ ରାହୁଲ ଦ୍ରାଭିଡ 3 ନମ୍ବର୍ ସ୍ଥାନରେ ଥିବାବେଳେ 2 ନମ୍ବରରେ ସୁନୀଲ ଗାଭାସ୍କର ଓ ପ୍ରଥମରେ ସଚିନ ତେନ୍ଦୁଲକର ରହିଛନ୍ତି ।

Google

ବିରାଟ କୋହଲିଙ୍କ ବ୍ୟାଟ ଇଂଲଣ୍ଡ ବିପକ୍ଷରେ ବହୁତ ଭଲ ଜବାବ ଦେଇଥାଏ । ସେ 49.06 ହାରରେ 5 ଶତକ ଓ 5 ଅର୍ଧଶତକ ହାସଲ କରିସାରିଛନ୍ତି । ବିରାଟ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷରେ ସ୍କୋର କରିବାରେ 6 ନମ୍ବର୍ ବ୍ୟାଟ୍ସମ୍ୟାନ ଅଟନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଯେଉଁଠାରେ ବିରାଟ କୋହଲି 61 ହାରରେ 122 ରନ କରିଛନ୍ତି।

ସେହିପରି ଇଂଲଣ୍ଡ ବୋଲର ଜିମି ଆଣ୍ଡରସନ ଓ ଷ୍ଟୁଆର୍ଟ ବ୍ରଡ୍ କୋହଲିଙ୍କୁ ପାଞ୍ଚ ପାଞ୍ଚ ବାର ଆଉଟ ମଧ୍ୟ କରିଛନ୍ତି । ଅଷ୍ଟ୍ରେଲିଆର ପ୍ୟାଟ କମିନ୍ସ ମଧ୍ୟ ବିରାଟଙ୍କୁ ପାଞ୍ଚଥର ଆଉଟ କରିଛନ୍ତି । ବିରାଟ କୋହଲିଙ୍କୁ ସବୁଠାରୁ ଅଧିକ ନାଥନ ଲାୟନ 7 ଥର ଆଉଟ କରିଛନ୍ତି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *