ପୂର୍ବତନ ଇଂଲଣ୍ଡ ଖେଳାଳିଙ୍କ ଭବିଷ୍ୟବାଣୀ,ବିରାଟ କୋହଲି ନୁଁହ ବରଂ ଏହି ଖେଳାଳି ସଚିନଙ୍କ ରେକର୍ଡ ଭାଙ୍ଗିବ,ଜାଣନ୍ତୁ ଭବିଷ୍ୟବାଣୀ କରିଥିବା ଖେଳାଳୀ ଜଣକ କିଏ ?

କ୍ରିକେଟ ଜଗତରେ ମହାନ ଖେଳାଳି ଭାବରେ ସଚିନ ତେନ୍ଦୁଲକର ଜଣାଶୁଣା। ତାଙ୍କ କ୍ରିକେଟ କ୍ୟାରିଅରରେ ଅଧିକ ରନ କରି ରେକର୍ଡ ମଧ୍ୟ ହାସଲ କରିଛନ୍ତି। ୨୦୧୩ ମସିହାରେ କ୍ରିକେଟ ଜଗତରୁ ଅବସର ପରେ ମଧ୍ୟ ସଚିନ ଭାଙ୍ଗି ପଡ଼ିନାହାନ୍ତି।

Google

ବିରାଟ କୋହଲି,ଷ୍ଟିଭ ସ୍ମିଥ୍, କେନ୍‌ ଓ୍ବିଲିମସନଙ୍କ ଭଳି ବ୍ୟାଟସମ୍ୟାନ ମାନେ ଏବେ ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି। ଇଂଲଣ୍ଡ ଦଳର ପୂର୍ବତନ ବ୍ୟାଟସମ୍ୟାନ ଜେଫ୍ରୀ ବୟକଟ କହିଛନ୍ତି ଯେ, ଜୋଏ ରୁଟ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ। ତାଙ୍କର ଏହି ରେକର୍ଡ ଭାଙ୍ଗିବାର କ୍ଷମତା ଅଛି।

ଜୋଏ ରୁଟ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜରେ ଭଲ ବ୍ୟାଟିଂ ପ୍ରଦର୍ଶନ ଦେଖାଇଥିଲେ। ଟେଷ୍ଟ ସିରିଜରେ ସେ ୮ ହଜାର ରନ ମଧ୍ୟ ପୂରଣ କରିସାରିଲେଣି। ରୁଟଙ୍କ ଏହିପରି ପ୍ରଦର୍ଶନ ପାଇଁ ଜେଫ୍ରୀ ବୟକଟ କହିଛନ୍ତି, ସଚିନଙ୍କ ରେକର୍ଡ ଭାଙ୍ଗିବାର କ୍ଷମତା କେବଳ ଜୋଏ ରୁଟଙ୍କ ପାଖରେ ହିଁ ଅଛି। ଆଉ ସେ ସଚିନଙ୍କ ରେକର୍ଡ ମଧ୍ୟ ଭାଙ୍ଗିପିରନ୍ତି।

Google

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିଅରରେ ସର୍ବାଧିକ ଟେଷ୍ଟ ମ୍ୟାଚ ଖେଳି ସେ, ସର୍ବାଧିକ ୧୫,୯୨୧ ରନ କରିଛନ୍ତି। ଏହି ରେକର୍ଡ ସହ ସଚିନ ୫୧ଟି ଶତକିୟ ଇନିଂଶ ମଧ୍ୟ ଖେଳିଛନ୍ତି। ଯାହାକି, କ୍ରିକେଟ ଜଗତରେ ଆଗରୁ କେବେ ହୋଇନଥିଲା। ବ୍ରାଏନ ଲାରା,ରିକି ପଣ୍ଟିଙ୍ଗ,ଜ୍ୟାକ କାଲିସ ଓ କମୁରା ସାଙ୍ଗାକର ଆଦି ବ୍ୟାଟସମ୍ୟାନ ମାନେ ସଚିନ କରିଥିବା ରେକର୍ଡ ପାଖାପାଖି ପହଞ୍ଚି ପାରିଥିଲେ କିନ୍ତୁ, ସଚିନଙ୍କ ରେକର୍ଡ ଭାଙ୍ଗି ପାରିନଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *