ଶେଷରେ ଲଞ୍ଚ ହେଲା FAU-G ଗେମ, ଲୋକମାନେ ଦେଲେ ମଜାଦାର ରିଆକ୍ସନ

ଲମ୍ବା ସମୟର ଅପେକ୍ଷା ପରେ ବର୍ତ୍ତମାନ ଫୌଜି ମୋବାଇଲ ଗେମ ଲଞ୍ଚ ହୋଇସାରିଛି । ଏହାର ଅଧିକାରୀ nCore games ସୂଚନା ଦେଇଛି । ଏହି ଗେମର ବ୍ରାଣ୍ଡ ଆମ୍ବାସାଡାର ଅକ୍ଷୟ କୁମାର ଏହାର ପୁଷ୍ଟି କରିଛନ୍ତି । ଅକ୍ଷୟ କହିଥିଲେ କି, ଏହି ଗେମର ଅର୍ଥ ଶତ୍ରୁଙ୍କ ସାମ୍ନା କର ଓ ନିଜ ଦେଶ ପାଇଁ ଲଢ଼। ଗେମ ପ୍ରସ୍ତୁତ କରିଥିବା nCore କମ୍ପାନୀ ଟ୍ୱିଟ ଜରିଆରେ ଗେମ ର ଭିଡ଼ିଓ ଶେୟର କରିଥିଲେ ଓ ଗେମ ର ଡାଉନଲୋଡ଼ ଲିଙ୍କ ମଧ୍ୟ ।

FAU-G ମାନେ fearless battle groundକୁ ଭାରତୀୟ ଗେମିଙ୍ଗ କମ୍ପାନୀ nCore games ବିକଶିତ କରିଛି । ଏହି ଗେମ ର ଘୋଷଣା ବିଗତବର୍ଷ ସେପ୍ଟେମ୍ବର ମାସରେ ହୋଇଥିଲା । nCore games ର କୋ ଫାଉଣ୍ଡର ଵିଶାଲ ଗୋଣ୍ଡାଲ କହିଥିଲେ କି, ଗେମ ର ପ୍ରଥମ ସୋପାନ ଗଲୱାନ ଘାଟି ଉପରେ ଆଧାରିତ ଓ ଯେଉଁଠାରେ ଭାରତୀୟ ଓ ଚୀନ ସେନା ମଧ୍ୟରେ ହିଂସାକାଣ୍ଡ ହୋଇଥିଲା । ଏହି ଗେମକୁ ପବଜୀ ସହିତ ତୁଳନା କରାଯାଉଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଅଲଗା। ପବଜୀ ଏକ ବ୍ୟାଟଲ ଗେମ ହୋଇଥିବା ବେଳେ ଫୌଜି ଏକ ଆକ୍ସନ ଗେମ ଅଟେ ।

Google

ସେହିପରି ଅନ୍ୟ ପଟରେ ଫୋୖଜି ଲଞ୍ଚ ହେବାପରେ ଲୋକମାନଙ୍କର ମଜାଦାର ରିଆକ୍ସନ ସମ୍ନାକୁ ଆସୁଛି । ଲୋକମାନେ ସୋସିଆଲ ମିଡିଆରେ ମଜାଦାର ମିମ୍ସ ଛାଡ଼ୁଛନ୍ତି। ଯାହାକୁ ଦେଖି ଆପଣ ହସି ହସି ଗଡ଼ିଯିବେ । #FAUG ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଆସନ୍ତୁ ଟିକେ ନଜର ପକାଇବା ସେହି ମଜାଦାର ମିମ୍ସ ଗୁଡିକ ଉପରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *