ଶ୍ରୀଲଙ୍କା ବନାମ ଇଂଲଣ୍ଡ: ଜୋନି ବେୟରଷ୍ଟୋ ମାରିଲେ ଏକ ସାନଦାର ଛକା, ଲାଲ ରଙ୍ଗର ବଲ ହୋଇଗଲା ‘ଧଳା’- ଦେଖନ୍ତୁ ଭିଡ଼ିଓ

ଶ୍ରୀଲଙ୍କା ବନାମ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟ:-

ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମୁକାବିଲା ଗୋଲରେ ଖେଳାଯାଉଛି। ଇଂଲଣ୍ଡ ଏହି ମୁକାବିଲାକୁ ସହଜରେ ଜିତିଯାଇଛି। ଶ୍ରୀଲଙ୍କା କୁ ୨-୦ ରେ ହରାଇ ଇଂଲଣ୍ଡ ସିରିଜ ଉପରେ କବଜା କରିଛି। ମ୍ୟାଚରେ କିଛି ଏମିତି ହୋଇଥିଲା ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଇଂଲଣ୍ଡର ଦିଗଜ ବ୍ୟାଟସମ୍ୟାନ ଜୋନି ବେୟରଷ୍ଟୋ ଏକ ଧମାକା ଦାର ଛକା ମାରିଥିଲେ। ଶୁଣିବାରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ବଲଟି ଲାଲରୁ ଧଳା ହୋଇଯାଇଥିଲା। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ ହେଉଅଛି।

Google

ଦ୍ଵିତୀୟ ଟେଷ୍ଟ ମୁକାବିଲାରେ ଇଂଲଣ୍ଡକୁ ଜିତିବା ପାଇଁ ୧୬୪ ରନ ଦରକାର ଥିଲା। ଇଂଲଣ୍ଡ ୪ ୱିକେଟ ହରାଇ ଏହି ମୁକାବିଲାକୁ ଜିତି ନେଇଥିଲା। ଇଂଲଣ୍ଡ ଏକ ୱିକେଟ ବିନିମୟ ରେ ୩୫ରନ କରିଥିଲେ। କ୍ରିଜରେ ଜୋନି ବେୟରଷ୍ଟୋ ଓ ଡୋମ ସିଲ୍ବେ ବ୍ୟାଟିଂ କରୁଥିଲେ। ରମେଶ ମେଣ୍ଡିସ ବୋଲିଂ କରୁଥିଲେ। ମେଣ୍ଡିସ ବେୟରଷ୍ଟୋଙ୍କୁ ବୋଲିଂ କରିଲେ, ଯେଉଁଥିରେ ବେୟରଷ୍ଟୋ ଏକ ସ୍ଵିପ ସଟ ଖେଳିଲେ। ବଲ ଯାଇ ବାଉଣ୍ଡ୍ରିରେ ଥିବା ଏକ ରଙ୍ଗ ଡବାରେ ପଡ଼ିଲା। ଯାହା ଫଳରେ ବଲଟି ଧଳା ହୋଇଗଲା। ବଲ ଲାଲରୁ ଧଳା ହୋଇଗଲା।

ମ୍ୟାଚର ହିରୋ ଯୋ ରୁଟ ଥିଲେ। ସେ ପ୍ରଥମ ଇନିଂସରେ ୧୮୬ ରନ କରି ଶ୍ରୀଲଙ୍କା ଉପରେ ଚାପ ସୃଷ୍ଟି କରିଲେ। ଶ୍ରୀଲଙ୍କା ପ୍ରଥମ ଇନିଂସ ରେ ୩୮୧ ରନ କରିଥିଲେ। ଏଞ୍ଜୋଲ ମେଥ୍ୟୁସ ସବୁଠୁ ଅଧିକ ୧୧୦ରନ କରିଥିଲେ। ଇଂଲଣ୍ଡ ତରଫରୁ ଜେମସ ଏଣ୍ଡରସନ ୬ ୱିକେଟ ନେଇଥିଲେ।

ଉତ୍ତରରେ ଇଂଲଣ୍ଡ ୩୪୪ ରନ କରିଥିଲେ। ଲାସିଥ ଏମ୍ବୁଲଡେନୀୟା ୭ ୱିକେଟ ନେଇଥିଲେ। ଦ୍ଵିତୀୟ ଇନିଂସ ରେ ଶ୍ରୀଲଙ୍କା କେବଳ ୧୨୬ ରନ କରିପାରିଥିଲା। ଏମିତିରେ ଇଂଲଣ୍ଡକୁ ବିଜୟ ପାଇଁ କେବଳ ୧୬୪ ରନ ଦରକାର ଥିଲା। ଯାହାକୁ ଇଂଲଣ୍ଡ ସହଜରେ କରିଦେଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *