ପ୍ରତି ସିରିଜ ମ୍ୟାଚ ପରେ ଋଷଭ ପନ୍ତ ଦାନ କରିଦିଅନ୍ତି ତାଙ୍କ କୀଟ ବ୍ୟାଗ, ଜାଣନ୍ତୁ ଦାନ କରିବା ପଛର କାରଣ

ଇଣ୍ଡିଆ ଦଳର ୱିକେଟ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଅଷ୍ଟ୍ରେଲିଆ ଗସ୍ତରେ ସାବ୍ୟସ୍ତ କରିଛନ୍ତି ଯେ, କିଛି ମ୍ୟାଚ ଖରାପ ହେଲେ ମଧ୍ୟ ଖେଳାଳିଙ୍କର କ୍ୟାରିଅର ଶେଷ ହୋଇଯାଇନଥାଏ। ଗତବର୍ଷ ପନ୍ତଙ୍କ ପାଇଁ କିଛି ଖାସ ନଥିଲା। କେଏଲ ରାହୁଲ ତାଙ୍କ ସ୍ଥାନ ଗ୍ରହଣ କରି ସମସ୍ତଙ୍କର ମନ କିଣିପାରିଥିଲେ। କିନ୍ତୁ, ଏଥର ଅଷ୍ଟ୍ରେଲିଆ ଗସ୍ତରେ ସେ ଯେପରି ପ୍ରଦର୍ଶନ ଦେଖାଇଛନ୍ତି, ସେଥିରେ ସେ ପ୍ରମାଣ କରିଦେଇଛନ୍ତି ଯେ, ସେ ଭାରତ ଦଳ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜ ମ୍ୟାଚରେ ପନ୍ତ ୩ଟି ମ୍ୟାଚରେ ୫ଟି ଇନିଂଶରେ ମୋଟ ୨୭୫ ରନ କରିଥିଲେ।

ଏହି ଟେଷ୍ଟ ସିରିଜରେ ସେ ସର୍ବାଧିକ ୯୭ ରନ ହାସଲ କରିଛନ୍ତି। ଏଥିରେ ସେ ୨ଟି ଅର୍ଦ୍ଧଶତକ ମଧ୍ୟ କରିଛନ୍ତି। ପନ୍ତ ୮୯ ରନ କରି ଗାବା ଟେଷ୍ଟରେ ଭାରତକୁ ବିଜୟ କରିବାରେ ବଡ ଭୂମିକା ଲିଭାଇଛନ୍ତି। ସେ ଏହି ଇନିଂଶରେ ଭଲ ବ୍ୟାଟିଂ ପ୍ରଦର୍ଶନ ଦେଖାଇଥିଲେ। ପନ୍ତ ଏତେ ଭାବୁକ ଯେ, ସେ ପ୍ରତିଟି ଟେଷ୍ଟ ସିତିଜ ପରେ ତାଙ୍କର କିଟ ବ୍ୟାଗକୁ ତାଙ୍କର ଜୁନିଅର କ୍ରିକେଟ ଖେଳାଳି ମାନଙ୍କୁ ଦାନ କରିଦିଅନ୍ତି। କାରଣ ତାଙ୍କୁ ଆଗରୁ ଏହିପରି ଭାବରେ ସାହାର୍ଯ୍ୟ ମିଳୁଥିଲା।

Google

ପନ୍ତଙ୍କ ସୂଚନା ଅନୁସାରେ, ବିସିସିଆଇର କଣ୍ଟ୍ରାକ୍ଟ ପାଇବା ପରେ ସେ ଏହିପରି କାର୍ଯ୍ୟ କରୁଛନ୍ତି। ଆହୁରି ମଧ୍ୟ କହିଛନ୍ତି ପନ୍ତ, ତାରକ ସାର ବ୍ୟାଟିଂ,କିପିଂ ଗ୍ଲୋଭ୍ସ,ଜୋତା, ବ୍ୟାଟ ଆଦି ସାମଗ୍ରୀ ଦେଉଥିଲେ। ଆଶିଷ ନେହେରା ମଧ୍ୟ କ୍ଲବରେ ବହୁତ ଖେଳ ସାମଗ୍ରୀ ଦେଉଥିଲେ। ଯେଉଁଥିପାଇଁ ତାଙ୍କୁ ବହୁତ ସାହାଯ୍ୟ ମିଳିଛି। ଯେତେବେଳେ ସେ ଛୋଟ ଥିଲେ, ତାଙ୍କୁ ଅନ୍ୟମାନେ ବହୁତ ଖେଳ ସାମଗ୍ରୀ ଦେଉଥିଲେ। ଆଉ ଏବେ ସେ ଏହିପରି ସ୍ଥିତିରେ ଅଛନ୍ତି, ସେଥିପାଇଁ ସେ ଅନ୍ୟକୁ ସାହାର୍ଯ୍ୟ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *