ସରକାର ଜାରିକଲେ ନୂଆ ଆପ୍ଲିକେସନ : ଏଥର ଏହି ଆପ୍ଲିକେସନ ଦ୍ଵାରା ବଜେଟର ସମସ୍ତ ସୂଚନା ମିଳିବ,ଆଗ ପରି ଆଉ ହେବ ନାହିଁ ପ୍ରିଣ୍ଟ,ଜାଣନ୍ତୁ ସେ ଆପ୍ଲିକେସନ ବିଷୟରେ

କରୋନାର ପ୍ରଭାବ ଏବଂ ଲଗାତାର ଭାବେ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରି ମୋଦୀ ସରକାର ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ମୋବାଇଲ ଆପ ଲଞ୍ଚ କରିଦେଇଛନ୍ତି,ଯେଉଁଥିରେ ବଜେଟ ଉପସ୍ଥାପିତ ହେବା ପରେ ବଜେଟର ସମ୍ପୂର୍ଣ୍ଣ ଆକାଉଣ୍ଟ ଷ୍ଟେଟମେଣ୍ଟ ନିଆଯିବ |

ଆପରୁ ମିଳିବ ସମସ୍ତ ସୂଚନା :-

ସେଣ୍ଟ୍ରାଲ ବଜେଟ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ସ୍ମାର୍ଟ ଫୋନ ୟୁଜର ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ବଜେଟର ସୂଚନା ପାଇପାରିବେ | ଯେପରି ସାଧାରଣ ଲୋକଙ୍କ ନିକଟରେ ବଜେଟର ସମ୍ପୂର୍ଣ୍ଣ ସୂଚନା ପହଞ୍ଚିବ, ଏହି ଉଦ୍ଦେଶ୍ୟରେ କେନ୍ଦ୍ରୀୟବଜେଟ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି | ବଜେଟର ଏହି ଆପ ଉଭୟ ଆଣ୍ଡ୍ରଏଡ ଏବଂ ଆଇଓଏସରେ ଉପଲବ୍ଧ ରହିବ | ଏହି ମୋବାଇଲ ଆପକୁ ନେସନାଲ ଇନଫରମେଟିକ ସେଣ୍ଟର (NIC) ଆର୍ଥିକ ମାମଲାର ବିଭାଗ (DEA) ରେ ପ୍ରସ୍ତୁତ କରାଯାଇଛି |

Google

କିପରି କାମ କରିବ ଆପ :-

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଆପର ୟୁଜର ଫ୍ରେଣ୍ଡଲି ଇଣ୍ଟରଫେସହେବ ଏବଂ ଏଥିରେ ୧୪ ଟି ବିଭିନ୍ନ କେନ୍ଦ୍ରୀୟ ବଜେଟ ଡକ୍ୟୁମେଣ୍ଟର ଆକ୍ସେସ ୟୁଜର୍ସଙ୍କୁ ମିଳିବ, ଯେଉଁଥିରେ ବାର୍ଷିକ ଆର୍ଥିକ ବିବରଣୀ(Budget), ଅନୁଦାନର ଦାବି (DG) ଏବଂ ଫାଇନାନ୍ସ ବିଲ (Finance Bill) ଉପଲବ୍ଧ ହେବ | ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ ସାମ୍ନାକୁ ଯେଉଁ ସୂଚନା ଆସିଛି, ତା ଅନୁଯାୟୀ ଆପର ଫିଚରରେ ଡାଉନଲୋଡ, ପ୍ରିଣ୍ଟ, ସର୍ଚ୍ଚ, ଜୁମ ଇନ ଏବଂ ଆଉଟ, ଉଭୟ ଦିଗରେ ସ୍କ୍ରୋଲ କରିବା, କଣ୍ଟେଣ୍ଟ ଟେବୁଲ ଏବଂ ଏକ୍ସଟରନାଲ ଲିଙ୍କ ଅନ୍ତର୍ଭୁକ୍ତ |

ବଜେଟ ଉପରେ କରୋନାର ପ୍ରଭାବ :-

କରୋନାର ପ୍ରଭାବରେ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ପ୍ରଭାବିତ ହୋଇଛି | କରୋନା କାରଣରୁ ହିଁ ଏହି ବର୍ଷ ବଜେଟକୁ ପ୍ରିଣ୍ଟ କରାଯାଉନାହିଁ | ବଜେଟ ବ୍ୟତୀତ ଇକୋନୋମିକ ସର୍ଭେକୁ ମଧ୍ୟ ପ୍ରିଣ୍ଟ କରାଯିବ ନାହିଁ | ଏହାର ଅର୍ଥ ହେଲା ଯେ ବଜେଟର ହାର୍ଡ କପି ସାଂସଦମାନଙ୍କୁ ଦିଆଯିବ ନାହିଁ | ବଜେଟ ଏବଂ ଆର୍ଥିକ ସର୍ଭେର ସଫ୍ଟ କପି ଆପରୁ ମିଳିବ |

Google

ଦ୍ୱିତୀୟ ପର୍ଯ୍ୟାୟରେ ବଜେଟ ଅଧିବେଶନ :-

ବଜେଟ ଅଧିବେଶନର ପ୍ରଥମ ଭାଗ ଜାନୁୟାରୀ ୨୯ ତାରିଖରୁ ଫେବୃଆରୀ ୧୫ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ଭାଗ ମାର୍ଚ୍ଚ ୮ତାରିଖରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ | ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନରେ ହିଁ ଇକୋନୋମିକ ସର୍ଭେକୁ ଗୃହରେ ଉପସ୍ଥାପନା କରାଯିବ | ଫେବୃଆରୀ ୧ ତାରିଖରେ ସଂସଦରେ ଡିଜିଟାଲ ବଜେଟ ଉପସ୍ଥାପନା କରାଯିବ, ଯାହାଉପରେ ସାରା ଦେଶର ଆଖି ରହିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *