ନାସା ଲଞ୍ଚ କରିବ ପାଣିରେ ଉଡୁଥିବା ସାଟେଲାଇଟ । ଜାଣନ୍ତୁ କଣ ରହିଛି ପ୍ଲାନିଙ୍ଗ

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଏକ ନୂଆ ସାଟେଲାଇଟ ନିର୍ମାଣ କରିବାକୁ ଯାଉଛନ୍ତି ଯାହାକି ପାଣିରେ ଉଡିବ । ଏହି ସାଟେଲାଇଟ ଇନ୍ଧନ ଭାବରେ ପାଣିକୁ ଗ୍ରହଣ କରିବ ଓ ଏହି ସାଟେଲାଇଟ ପୃଥିବୀରୁ ମାତ୍ର 160 କିଲୋମିଟର ଭିତରେ ରହିବ । କୁହାଯାଉଛି ଯଦି ଏହା ସଫଳ ହେବ, ଏହା ଭବିଷ୍ୟତ ହେବ ଓ ଇନ୍ଧନ ରୂପରେ ପାଣି ବ୍ୟବହୃତ ହେଉଥିବାରୁ ଇନ୍ଧନ ଖର୍ଚ୍ଚ ମଧ୍ୟ ବଞ୍ଚିବ ।

ନାସା ଏହି ମାସ ଶେଷ ସୁଧା ପାଥଫାଇଣ୍ଡର ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଦ୍ୱାରା ପାଣିରେ ଉଡୁଥିବା ସାଟେଲାଇଟ ପ୍ରଥମଥର ଭାବରେ ଲଞ୍ଚ କରିବ । ଏହି ସାଟେଲାଇଟର ଲଞ୍ଚ ସ୍ପେସେକ୍ସ ର ଫାଲକୋନ-9 ରକେଟ କରିବ ଯାହାକି ଫ୍ଲୋରିଡାର ସ୍ପେସ ଷ୍ଟେଶନରେ ହେବ ।

Google

କ୍ୟୁଵସାଟକୁ ନାସା V-R3X ନାମ ଦେଇଛି ଯାହାକି ନାଭିଗେଶନରେ ସହାୟତା ହେବ । PTD ମ୍ୟାନେଜର ଡେଭିଡ଼ ମେୟର କହିଛନ୍ତି, ଏହି ପ୍ରୋଜେକ୍ଟ ଦ୍ୱାରା ଅନ୍ତରୀକ୍ଷରେ ପ୍ରଦୂଷଣ କମାଯାଇପାରିବ । ଯଦି ଏହା ସଫଳ ହେବ ଭବିଷ୍ୟତରେ ଏହି ଟେକ୍ନୋଲୋଜି ଦ୍ୱାରା ବଡ଼ ବଡ଼ ସାଟେଲାଇଟ ଅନ୍ତରୀକ୍ଷକୁ ଛଡ଼ାଯିବ ।

ଡେଭିଡ଼ ଏହା କହିଥିଲେ, ସାଟେଲାଇଟର ଇନ୍ଧନକୁ ନେଇ ଖାଆସ କରି ଆଶଙ୍କା ଦେଖାଦେଇଥାଏ । ଯଦି ଏହି ଟେକ୍ନୋଲୋଜି ସଫଳ ହେଲା ତାହେଲେ ଭବିଷ୍ୟତରେ ପାଣିରେ ସାଟେଲାଇଟ ଚାଲିଲେ ଏହି ଆଶଙ୍କା ଦେଖାଦେବ ନାହିଁ କିମ୍ବା ସାଟେଲାଇଟ ପରସ୍ପର ସହିତ ଧକା ହେଲେ ଏହା ବ୍ଲାଷ୍ଟ ହେବନାହିଁ ।

କ୍ୟୁବସେଟରେ ଏକ ଟେକ୍ନିକ ଲଗାଯାଇଛି ଯେଉଁ ଟେକ୍ନିକ ଦ୍ୱାରା ଏହା ଭିତରେ ଥିବା ହାଇଡ୍ରୋଜେନ ଓ ଅକ୍ସୀଜେନ କଣିକା ଭାଙ୍ଗି ଏହାକୁ ଆଗକୁ ବଢିବାକୁ ସାହାର୍ଯ୍ୟ କରିବ । ସେହିପରି କ୍ୟୁବସେଟର ପ୍ୟାନେଲ ଗୁଡିକ ମଧ୍ୟ ସୁର୍ଯ୍ୟଙ୍କ ଠାରୁ ଏନର୍ଜି ଗ୍ରହଣ କରିପାରିବ ।

ଡେଭିଡ଼ ମେୟର କୁହନ୍ତି ଯେତେବେଳେ ହାଇଡ୍ରୋଜେନ ଓ ଅକ୍ସିଜେନ ଉର୍ଜା ଅଧିକ ହୋଇଯାଏ ସେତେବେଳେ ଏହା ସାହାର୍ଯ୍ୟରେ ଆମକୁ ଅକ୍ସିଜେନର ଦିଗ ନିର୍ଦ୍ଧାରଣ, ସୁରକ୍ଷା ଓ ମାନୁଓୟରିଂରେ ସହଜ ହେବ । ଏହା ବହୁତ ସହଜ ହୋଇଥିବାରୁ ଭବିଷ୍ୟତରେ କୌଣସି ବି ସାଟେଲାଇଟ ଏହା ସାହାର୍ଯ୍ୟରେ ଉଡିପାରିବ ।

Google

ଡେଭିଡ଼ କହିଛନ୍ତି, ପାଣିରେ କୌଣସି ପ୍ରକାର ଆଶଙ୍କା ନଥାଏ ଓ ଏହା ଜ୍ବଳନଶୀଳ ମଧ୍ୟ ନୁହେଁ । ଭବିଷ୍ୟତରେ ଏହା ସଫଳ ହେଲେ ପାଣିକୁ ବ୍ୟବହାର ପାଇଁ ଆମକୁ କୌଣସି ଚାର୍ଜ ଲାଗିବନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *