ହସ୍ପିଟାଲରେ ଭର୍ତ୍ତି ହେଲେ ସୌରଭ ଗାଙ୍ଗୁଲି

ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ଅପରାହ୍ନରେ ଗାଙ୍ଗୁଲିଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ସେଥିପାଇଁ ତାଙ୍କୁ ତୁରନ୍ତ କୋଲକାତାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଙ୍ଗୁଲି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଆଉ ଆଜି ମଧ୍ୟାହ୍ନରେ ପୁଣି ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ପରିବାର ଲୋକେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

କିଛିଦିନ ପୂର୍ବରୁ ଗାଙ୍ଗୁଲିଙ୍କୁ ଛୋଟ ଧରଣର ହାର୍ଟାଟାକ ହୋଇଥିଲା। କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ୭ ତାରିଖରେ ସୁସ୍ଥ ହେବାରୁ ତାଙ୍କୁ ଘରକୁ ଫେରିଆସିଥିଲେ। ଘରକୁ ଫେରିବାପରେ ସେ ଘରେ ଚିକିତ୍ସିତ ହେଉଥିଲେ।

Google

ଉଡଲ୍ୟାଣ୍ଡସ ହସ୍ପିଟାଲରେ ଗାଙ୍ଗୁଲିଙ୍କ ହାର୍ଟରେ ୩ଟି ବ୍ଲକେଜ ଥିବା ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ଜଣାପଡ଼ିଥିଲା। ୩ଟି ବ୍ଲକେଜ ମଧ୍ୟରୁ ଗୋଟିଏ ବ୍ଲକେଜରେ ୯୦ ପ୍ରତିଶତ ଥିବାରୁ ଏଥିରେ ଷ୍ଟେନ ଲଗାଯାଇଥିଲା ଓ ଆଉ ଦୁଇଟି ବ୍ଲକେଜର ଚିକିତ୍ସା ପରବର୍ତ୍ତୀ ସମୟରେ କରାଯିବା ପାଇଁ ଡାକ୍ତୀରମାନେ ସୂଚନା ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *