୧୦୭ ବର୍ଷ ପରେ ଇଂଲଣ୍ଡ ଦଳ କଲା ଏମିତି ରେକର୍ଡ,ସିରିଜ ପୂର୍ବରୁ ଭାରତକୁ ଦେଲା ଟକ୍କର,ଜାଣନ୍ତୁ ଇଂଲଣ୍ଡ କରିଥିବା ରେକର୍ଡ ବିଷୟରେ

ଫେବୃଆରୀ ୫ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଖେଳ ହେବାକୁ ଯାଉଛି। ଟେଷ୍ଟ ସିରିଜ ପୂର୍ବରୁ ଶ୍ରୀଲଙ୍କାକୁ ହରାଇ ୨-୦ରେ ବିଜୟ ହାସଲ କରିଛି ଇଂଲଣ୍ଡ ଦଳ। ଆଉ ଏବେ ଟିମ ଇଣ୍ଡିଆ ଗସ୍ତରେ ଆସି ଟେଷ୍ଟ ସିରିଜ ଖେଳିବ।

ଇଂଲଣ୍ଡ ଦଳ ଶ୍ରୀଲଙ୍କାକୁ ୨-୦ରେ ଟେଷ୍ଟ ସିରିଜ ମ୍ୟାଚ ଶ୍ରୀଲଙ୍କା ମାଟିରେ ପରାଜୟ କରି ଇତିହାସ ରଚିଛି। ଇଂଲଣ୍ଡ ଶ୍ରୀଲଙ୍କାକୁ ପରାଜୟ କରି ୧୦୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି। ଇଂଲଣ୍ଡ ଶ୍ରୀଲଙ୍କାକୁ ଲଗାତାର ୫ଟି ଟେଷ୍ଟ ସିରିଜ ମ୍ୟାଚରେ ହରାଇ ବିଜୟ ହାସଲ କରିଛି। ଇଂଲଣ୍ଡ ଦଳ ସାଉଥ ଆଫ୍ରିକାରେ ୩ଟି ଓ ଶ୍ରୀଲଙ୍କାରେ ୨ଟି ଟେଷ୍ଟ ମ୍ୟାଚ ଜିତିଛି।

Google

ଇଂଲଣ୍ଡ ଦଳ ଏହା ପୂର୍ବରୁ ୧୯୧୪ ମସିହାରେ ଲଗାତର ଭାବରେ ୭ଟି ଟେଷ୍ଟ ମ୍ୟାଚରେ ବିଜୟ କରିଥିଲା। ରୁଟଙ୍କ ଅଧିନାୟକରେ ଇଂଲଣ୍ଡ ଦଳ ଶେଷ ୧୦ଟି ଟେଷ୍ଟ ମ୍ୟାଚରେ ଅପରାଜୟ ମଧ୍ୟ ରହିଛନ୍ତି। ଶ୍ରୀଲଙ୍କାରେ ଟେଷ୍ଟ ସିରିଜ ବିଜୟ କରିବା ପରେ, ଭାରତ-ଇଂଲଣ୍ଡର ହେବାକୁ ଥିବା ଟେଷ୍ଟ ସିରିଜ ରୋମାଞ୍ଚକର ମ୍ୟାଚ ହୋଇପାରେ ବୋଲି ଆକଳନ କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *