ରାସ୍ତାକଡ଼ରେ ମାଗୁଥିଲେ ଭିକ , ଏବେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ମିଳିଲା ଆଡ଼ମିସନ,ଜାଣନ୍ତୁ ସେ କିଏ ଓ କେମିତି ଥିଲା ତାଙ୍କ ଜୀବନର ସଂଘର୍ଷ ?

କୌଣସି ମଣିଷର ତାରା ଯେତେବେଳେ କଥାରେ ରହିଥାଏ, ସେତେବେଳେ ସେ ରାସ୍ତାରୁ ଉଠି ସିଧା ଆକାଶକୁ ଉଡ଼ିବାକୁ ଲାଗିଥାଏ | ଏପରି କାହାଣୀ ଚେନ୍ନାଇରେ ରହୁଥିବା ଜୟଭେଲଙ୍କର ଅଟେ | ପିଲାଦିନେ ମୁଣ୍ଡଉପରୁ ବାପାଙ୍କର ଛାଇ ଚାଲିଯିବା ପରେ ଜୟଭେଲ ରାସ୍ତାରେ ଭିକ ମାଗି ଜୀବିକାନିର୍ବାହ କରୁଥିଲେ | ତାଙ୍କ ଭାଗ୍ୟ ଏପରି କିଛି ମୋଡ଼ ନେଇଥିଲା ଯେ ଆଜି ସେ ୟୁନାଇଟେଡ଼ କିଙ୍ଗଡମରେ ନିଜର ଅଧ୍ୟୟନ କରୁଛନ୍ତି |

ରାସ୍ତାକଡରୁ ଆମେରିକା ପର୍ଯ୍ୟନ୍ତ ରାସ୍ତା ବହୁତ କଷ୍ଟକର :-

ତିନି ଭାଇ-ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ ଜୟଭେଲ ଯେତେବେଳେ ତିନି ବର୍ଷର ଥିଲେ, ସେତେବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା | ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା ମଦ୍ୟପାନ କରିବା ଆରମ୍ଭ କରିଥିଲେ, ଯେଉଁ କାରଣରୁ ସେ ପିଲାମାନଙ୍କର ଯତ୍ନ ନେଇ ପାରିନଥିଲେ | ପିଲାମାନେ ରାସ୍ତାକଡରେ ଭିକ ମାଗିବାକୁ ବାଧ୍ୟ ହୋଇଥିଲେ | କିନ୍ତୁ ସୁୟମ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା, ଉମା ଏବଂ ମୁଥୁରାମ ତାଙ୍କ ଜୀବନକୁ ବଦଳାଇଲେ | ଉମା ଏବଂ ମୁଥୁରାମ ଏହି ତିନି ଭାଇଭଉଣୀଙ୍କ ଆଡମିସନ ସିର୍ଗୁ ମୋଣ୍ଟେସୋରି ସ୍କୁଲରେ କରିଦେଲେ | ସ୍କୁଲରେ ଆଡମିଶନ ପାଇବା ପରେ ଏହି ଭାଇ ଓ ଭଉଣୀମାନେ ପଛକୁ ଚାହିଁ ନଥିଲେ | ଦ୍ୱାଦଶ ପାସ କରିବା ପରେ ଜୟଭେଲ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଏଣ୍ଟ୍ରାନ୍ସ ଦେଲେ, ଯେଉଁଥିରେ ସେ ପାସ କରିଥିଲେ ଏବଂ ତାଙ୍କୁ କାର ସମ୍ବନ୍ଧୀୟ କୋର୍ସରେ ଗ୍ଲାଇଣ୍ଡୱର ୟୁନିଭରସିଟିରେ ଆଡମିଶନ ମିଳିଗଲା | ଏଠାରୁ କୋର୍ସ ଶେଷ କରିବା ପରେ ବର୍ତ୍ତମାନ ଜୟଭେଲ ଫିଲିପାଇନ୍ସରେ ବିମାନ ରକ୍ଷଣାବେକ୍ଷଣ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ କୋର୍ସରେ ଏନରୋଲ କରିଛନ୍ତି |

Google

ଷ୍ଟଡି ଚାଇଲଡ ପାଇଁ କରିବି କାମ :-

ଜୟଭେଲ କହିଛନ୍ତି ଯେ ପାଠପଢା ପାଇଁ ଯେଉଁ ଲୋନ ନେଇଥିଲେ, ତାକୁ ପରିଶୋଧ କରିବା ପରେ ମୁଁ ମୋ ମା ପାଇଁ ଏକ ଘର ତିଆରି କରିବି | ଏହା ପରେ ମୁଁ ମୋର ସବୁ ପଇସା ରାସ୍ତାରେ ଭିକ ମାଗୁଥିବା ପିଲାମାନଙ୍କର ଜୀବନ ବଦଳାଇବା ଖର୍ଚ୍ଚ କରିବି | ମୁଁ ନିଜକୁ ଏନଜିଓ ପାଇଁ ଉତ୍ସର୍ଗ କରିବି | ମୁଁ ବର୍ତ୍ତମାନ ଯାହା ହୋଇଛି, ଏହି ସଂସ୍ଥାର ପ୍ରତିଷ୍ଠାତା ଉମା ଏବଂ ମୁଥାରାମଙ୍କ କାରଣରୁ ହୋଇଛି |

ଜୟଭେଲଙ୍କ ଷ୍ଟୋରି ଅତ୍ୟନ୍ତ ପ୍ରେରଣାଦାୟକ ଅଟେ | ଏହି କାହାଣୀକୁ ପଢିବା ପରେ ହୃଦୟଙ୍ଗମ ହେଉଛି ଯେ ଯେକୌଣସି ବ୍ୟକ୍ତିର ଜୀବନରେ ପରିବର୍ତ୍ତନ କରାଯାଇପାରେ | ଯଦି ଆପଣଙ୍କୁ ଲାଗୁଥାଏ ଯେ ଆପଣ କାହା ଜୀବନରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ଅଟନ୍ତି, ତେବେ ଡେରି କରନ୍ତୁ ନାହିଁ | ଆଜିଠାରୁ ହିଁ ଆରମ୍ଭ କରିଦିଅନ୍ତୁ |

ସୁୟମ ଏନଜିଓ ଅନେକ ଗରିବ ପିଲାଙ୍କ ଭାଗ୍ୟ ବଦଳାଇ ଦେଇଛି | ଚେନ୍ନାଇର ସୁୟମ ଫାଉଣ୍ଡେସନ ରାସ୍ତାକଡ଼ରେ ଭିକ ମାଗୁଥିବା ପିଲାମାନଙ୍କୁ ନିଜ ସ୍କୁଲରେ ଆଡମିଶନ ଦେଇ ତାଙ୍କ ଭବିଷ୍ୟତକୁ ଉନ୍ନତି କରିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *