ଗୋଟିଏ ବଲରେ ଦୁଇଥର ରନ ଆଉଟ ହେଲେ ବ୍ୟାଟ୍ସମ୍ୟାନ । ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ

କ୍ରିକେଟ ମୈଦାନରେ ଖେଳ ସମୟରେ ଫ୍ୟାନ୍ସ ମାନଙ୍କୁ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହାକି ଅବିଶ୍ୱସନୀୟ ଅଟେ । ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ବିଗ ବାସ ଲିଗରେ ଘଟିଛି ଯେଉଁଠାରେ ବୋଲର ଓ ଉଇକେଟ କିପର ଏମିତି କାରନାମା କରିଛନ୍ତି ଯାହାକି ବହୁତ କମ ଦେଖିବାକୁ ମିଳିଥାଏ। ଅଷ୍ଟ୍ରେଲିଆରେ ଚାଲିଥିବା ବିଗ ବାସ ଲିଗର ସିଡନୀ ଥଣ୍ଡର୍ସ ଓ ଆଡ଼ିଲେଡ଼ ଷ୍ଟ୍ରାଇକର୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ବ୍ୟାଟ୍ସମ୍ୟାନ ଜେକ ୱେଦରାଲଡ଼ ଗୋଟିଏ ବଲରେ ଥରେ ନୁହଁ ବରଂ ଦୁଇ ଦୁଇଥର ରନ ଆଉଟ ହୋଇଯାଇଥିଲେ।

ଏହି ଘଟଣା 10 ମ ଓଭରରେ ଘଟିଥିଲା ଯେତେବେଳେ ୱେଦରାଲଡ଼ ନନ ଷ୍ଟ୍ରାଇକରେ ଥିଲେ ଓ ସିଡନୀ ଦ୍ରୁତ ବୋଲର କ୍ରିସ ଗ୍ରୀନ ବୋଲିଂ କରୁଥିଲେ । ବ୍ୟାଟିଂ କରୁଥିବା ବ୍ୟାଟ୍ସମ୍ୟାନ ଫିଲିପ ଏକ ଦ୍ରୁତ ସର୍ଟ ଖେଳିଥିଲେ ଯାହାକି ବୋଲରଙ୍କ ହାତରେ ବାଜି ଷ୍ଟମ୍ପରେ ବାଜିଥିଲା ଓ ସେ ରନ ଆଉଟ ଅପିଲ କରିଥିଲେ ଓ ଏହାକୁ ଖାତିର ନକରି ୱେଦରାଲଡ଼ ରନ ନେବାକୁ ଯାଇଥିଲେ ଓ ବଲ ଉଇକେଟ କିପର ହାତକୁ ଯାଇଥିଲା ଓ ସେ ରନ ଆଉଟ ହୋଇଥିଲେ ।

ଏହି ମ୍ୟାଚରେ ଆଡ଼ିଲେଡ଼ ଷ୍ଟ୍ରାଇକର୍ସ 20 ଓଭରରେ 159 ରନ କରିଥିଲେ । ଜବାବରେ ସିଡନୀ ଥଣ୍ଡର୍ସ ନିର୍ଦ୍ଧାରିତ ଓଭରରେ 153 ରନ କରିପାରିଥିଲା ଓ 6 ରନରେ ହାରିଯାଇଥିଲା । ଦଳକୁ ଜିତାଇବା ପାଇଁ ପ୍ରମୁଖ ବୋଲର ପିଟର ସିଡିଲ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ସେ 22 ରନ ଦେଇ ମୂଲ୍ୟବାନ 2 ଟି ଉଇକେଟ ନେଇଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *